
କେନ୍ଦ୍ରାପଡ଼ା ୨୭/୩: କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ହେଉଥିବା ଶୁଭଦ୍ରା ଶକ୍ତି ମେଳା ଓ ପ୍ରାଣୀ ସମ୍ପଦ ମେଳାରେ ଦୃଢ଼ ସଂଗଠକ ଭାବେ ଜୋତିରଞ୍ଜନ ଜେନାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଡେରାବିଶ ବ୍ଲକ ପ୍ରାଣୀ ବିଭାଗ ଅଧୀନରେ କାର୍ଯ୍ୟ କରିଥିବା ଜୋତି ରଞ୍ଜନ ପ୍ରାଣୀ ସମ୍ପଦ ମେଳାକୁ ସଫଳ ଦେବା ପାଇଁ ବହୁ ଉଦ୍ୟମ କରିଛନ୍ତି। ଶ୍ରୀ ଜେନା ଏହି ମେଳା ଗୋ ସମ୍ପଦ ଚାଷ ପାଇଁ ଡେରାବିଶର ବିଭିନ୍ନ ଅଞ୍ଚଳରୁ ଚାଷୀମାନଙ୍କ ପାଖରୁ ଉନ୍ନତ ଓ ଶଙ୍କର ପ୍ରଜାତିର ଗାଈ, ମଇଁଷି ଓ ଛେଳି ମେଣ୍ଢା ଆଣିଛନ୍ତି। ଶ୍ରୀ ଜେନା କହିଛନ୍ତି ଏହି ଚାଷ ମାଧ୍ୟମରେ ଚାଷୀ ଅଧିକ କ୍ଷୀର ଓ ମାଂସ ପାଇଁ ପାରିବ ଫଳରେ ସେ ଅନେକ ଲାଭବାନ ହୋଇପାରିବ। ଆଜି ଏହି ମେଳାରେ ଏହି ଜୀବନ୍ତ ପଶୁମାନଙ୍କୁ ଆଣି ଲୋକମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା।ତାଙ୍କର ଏହି ଉଦ୍ୟମକୁ ଜିଲ୍ଲାପ୍ରଶାସନ ପ୍ରଶଂସା କରିବା ସହ ଆଜି ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛି ।
