ମେଗା ରକ୍ତଦାନ ଶିବିର : ୧୭୨ ୟୁନିଟ ରକ୍ତ ସଂଗ୍ରହ

blank
ପଟ୍ଟାମୁଣ୍ଡାଇ ୨୫/୩ – ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଶାସନ ପଂଚାୟତ ନିମପୁର ଶାସନ ନୋଡାଲ ହାଇସ୍କୁଲ ପରିସରରେ ବୁଧବାର ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶାସନ ପଂଚାୟତ ନିମପୁର ଶାସନ ସତ୍ୟସାଇ ସେବା ସଂଗଠନ ଅନୁକୂଲ୍ୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ସିଡିଏମଓ ଡାକ୍ତର ପ୍ରମୋଦ ପ୍ରହରାଜ ଉଦଘାଟନ କରିଥିଲେ । ସେ ନିଜର ଅଭିଭାଷଣରେ ରକ୍ତଦାନ ମହତ ଦାନ, ଆଜି ଭଳି ଦିନରେ ସମସ୍ତେ ସ୍ୱେଛାକୃତ ଭାବେ ରକ୍ତଦାନ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଯୁବ ସମାଜ ସମୟକୁ ସମୟ ମଧ୍ୟରେ ରକ୍ତଦାନ କରିପାରିଲେ ଆଗାମୀ ଦିନରେ ରକ୍ତର ଅଭାବ ରହିବ ନାହିଁ ବୋଲି ମତ ରଖିଥିଲେ।ଏହି ଶିବିରରେ ରାଜନଗର ମେଡିକାଲ ଅଫିସର ଡାକ୍ତର ରଶ୍ମି ରଂଜନ ମହାନ୍ତି, ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସର ଡାକ୍ତର ନିରାକାର ପରିଡା ଯୋଗ ଦେଇ କହିଥିଲେ ଯେ  ରକ୍ତଦାନ କରିବା ଦ୍ୱାରା ଜଣଙ୍କ ଜୀବନ ବଂଚିବା ସହ ରକ୍ତଦାନ କରିଥିବା ଲୋକ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିଥାଏ । ଅନେକ ଶାରୀରିକ ସମସ୍ୟା ଦେଖାଯିବାର ଆଶଙ୍କା କମ ହେବା ସହ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । ଯକୃତରେ ଭଲ ପ୍ରଭାବ ପଡ଼ିଥାଏ । ଯକୃତର କାମ ଆଇରନ୍ ମେଟାବୋଲିଜିମ୍ ଉପରେ ନିର୍ଭର କରିଥାଏ । ଏହା ଦ୍ୱାରା ଶରୀରରେ ଆଇରନର ପରିମାଣ ଠିକ୍ ରହୁଥିବାରୁ ଯକୃତ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନ ଥାଏ । ଯଦି ଶରୀରରେ ଆଇରନର ପରିମାଣ ଅଧିକ ରହିଥାଏ ତେବେ ଯକୃତ କୋଷର ଅକ୍ସିଡ଼େସନ ହୋଇଥାଏ । ଥରେ ରକ୍ତଦାନ କରିବା ପରେ ଶରୀରରୁ ୬୫୦-୭୦୦କିଲୋ କ୍ୟାଲୋରି କମ ହୋଇଥାଏ । ଏହା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରଣ ହୋଇ ରହିଥାଏ ବୋଲି କହିଥିଲେ। ଏହି ଶିବିରରେ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ରାଉତ, ବ୍ଳକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ନିମପୁର ଶାସନ ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ତପନ ରାୟ, ଗୋପବଂଧୁ ନାୟକ, ସୁଷମା ମଲ୍ଲିକ, ବିଜୟ ଆଚାର୍ଯ୍ୟ, ପଂଚାନନ ଧଳ, ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧ୍ୟକ୍ଷ ଦେବବ୍ରତ ପ୍ରଧାନ, କେଶବ ଚନ୍ଦ୍ର ଭୂୟାଁ, ଶୁକଦେବ ଦାସ, ଭବାନୀ ଶଙ୍କର ଦାଶ ପ୍ରମୁଖ ରକ୍ତଦାନ ଶିବିରକୁ ସହଯୋଗ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। କେନ୍ଦ୍ରାପଡା ରେଡକ୍ରସ ପକ୍ଷରୁ ଏହି ଶିବିରରେ ୧୭୨ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା ।

Next Post

କଂଗ୍ରେସ ଶୂନ୍ୟ ବିଧାନସଭା, ମଙ୍ଗଳବାର ବର୍ତ୍ତି ଯାଇଥିଲେ ବୁଧବାର ନିଲମ୍ବିତ ହେଲେ

Wed Mar 26 , 2025
ଭୁବନେଶ୍ୱର ୨୬ା୩-କଂଗ୍ରେସ ଶୂନ୍ୟ ହୋଇଛି ବିଧାନସଭା। ଗତ ମଙ୍ଗଳବାର କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକଙ୍କୁ ବାଚସ୍ପତି ସସ୍‌ପେଣ୍ଡ କରିଥିବା ବେଳେ ବୁଧବାର ଆଉ ୨ ଜଣଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଯାହା ଫଳରେ ଚଳିତ ବିଧାନସଭାରେ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ନେଇ ସରକାରୀ ଦଳ ମୁଖ୍ୟ ସଚେତକ ଅଭିଯୋଗ କରିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading