ସି.ପି.ଆଇ.ର ଜନସମ୍ପର୍କ ପଦଯାତ୍ରା ଓ ସରକାର ପରିବର୍ତ୍ତନ ଜରୁରୀ ସମେବେଶ! ଦିଲ୍ଲୀ ଚଲୋ

blank
କେନ୍ଦ୍ରାପଡ଼ା,୧୩ା୮:ଗୁରୁବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କେନ୍ଦ୍ରାପଡା ଓ ଡେରାବିଶ ଜୋନ କମିଟି ପକ୍ଷରୁ ସେପ୍ଟେମ୍ବର ୧ ତାରିଖରେ ପରିବର୍ତ୍ତନ ଜରୁରୀ ମହା ସମାବେଶ ପାଇଁ ଅଗଷ୍ଟ ୬ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଋଲିଛି। ପ୍ରତିଗାଁକୁ ଗାଁ ଓ ସହର ମାନଙ୍କରେ ପଦଯାତ୍ରା ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡା ସହରର ତିନିମୁହାଣୀ ଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରା ସକାଳ ୧୦ଟାରେ ତିନିମୁହାଣି ଛକରୁ ଆରମ୍ଭ ହୋଇଥିବା ବେଳେ ସାଥୀ ସୀତାକାନ୍ତ ନାୟକ, ସାଥୀ ବସନ୍ତ କୁମାର ସାହୁ, ସାଥୀ ସୁଶାନ୍ତ ବାରିକ, ସାଥୀ ଭଜହରି ପ୍ରଧାନ, ସାଥୀ ସଂଯୁକ୍ତା ରାଉତ ପ୍ରଭୃତି ଏହାର ନେତୃତ୍ୱ ନେଇଥିଲେ। ଦେଶର ସାଂପ୍ରତିକ ପରିସ୍ଥିତିରେ ପରିବର୍ତ୍ତନ ଜରୁରୀ ପାଇଁ ସିପିଆଇର ଡାକରାରେ ସମଗ୍ର ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଶ୍ରମିକ ଶୋଷଣ, ୪ଟି ଶ୍ରମ କୋର୍ଡକୁ ବାତିଲ, ଶିକ୍ଷା ବ୍ୟବସ୍ଥାଗତ ପରିବର୍ତ୍ତନ, ନିର୍ବାଚନରେ ଇ.ଭି.ଏମ. ପରିବର୍ତ୍ତନ କରି ବାଲାଟ ପେପର ବ୍ୟବହାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ସଂପ୍ରାଦାୟିକତାକୁ ସୁଧାରିବା, ତୁରନ୍ତ କନ୍ଧା ଋଷୀଙ୍କୁ ଜଙ୍ଗଲ ଜମିର ଅଧିକାର, କେଶ ଥିବା ଜମିର ତୁରନ୍ତ ଫଇସଲା, କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଠା, ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ, କେନ୍ଦ୍ରାପଡାରୁ ପାସେଞ୍ଜର ଟ୍ରେନ ପୁରୀକୁ ଚଳାଇବା, କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଜମ୍ବୁ ଓ କେନ୍ଦ୍ରାପଡା କେନାଲର ପୁନଃରୁଦ୍ଧାର ଆଦି ଦାବିରେ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଞ୍ଚିବା ପରେ ରାଜ୍ୟ ସଂପାଦକ ଡାକ୍ତର ପ୍ରଶାନ୍ତ ମିଶ୍ର, ରାଜ୍ୟ ସଂପାଦକ ମଣ୍ଡଳ ସଭ୍ୟ ସାଥୀ ରମଣୀରଞ୍ଜନ ରାଉତରାୟ, ରାଜ୍ୟ କମିଟି ସଦସ୍ୟ ସାଥୀ ବାବାଜୀ ଧଳ, ଜିଲ୍ଲା ସଂପାଦକ ସାଥୀ ବିକାଶ ଚନ୍ଦ୍ର ବେଉରା, ସହ ସଂପାଦକ ସାଥୀ ଆଦିକନ୍ଦ ରାଉଳ, ରାମଚଣ୍ଡୀ କୃଷକ ସଭା ସଭାପତି ସାଥୀ ପ୍ରଶାନ୍ତ ଚୋଧୁରୀ, ଜୋନ ସଂପାଦକ ନିରଞ୍ଜନ ଦାସ, ଜୋନ ସହ ସଂପାଦକ ରଞ୍ଜନ ମଲ୍ଲିକ, ଉପ-ସଭାପତି ସାଥୀ ଧୂରେନ ସାମଲ, ସାଧାରଣ ସମ୍ପାଦକ ସାଥୀ କୈଳାସ ଚନ୍ଦ୍ର ସାହୁ, ସଂଗଠନ ସଂପାଦକ ସାଥୀ ହରେକୃଷ୍ଣ ମାଝୀ, ମହିଳା ନେତ୍ରୀ ସୋହାନା ବେଗମ, ଶ୍ରମିକ ନେତା ସାଥୀ ଭଜହରି ପ୍ରଧାନ, ସହର କମିଟି ସଂପାଦକ ସାଥୀ ପ୍ରମୋଦ କୁମାର ରାଉତ ପ୍ରମୁଖ ଉଦବୋଧନ ଦେଇ ଆସନ୍ତା ସେପ୍େଟମ୍ବର୧ ତାରିଖରେ ହେବାକୁ ଥିବା ଦିଲ୍ଲୀ ଚଲୋ ପରିବର୍ତ୍ତନ ସମାବେଶକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।

Leave a Reply

Next Post

ଶ୍ରୀବଳଦେବଜୀଉଙ୍କ ମସ୍ତକରେ ଲାଗିହେଲା ସୁବର୍ଣ୍ଣଚିତା

Fri Aug 14 , 2026
କେନ୍ଦ୍ରାପଡ଼ା,୧୦ା୮:ତୁଳସୀ କ୍ଷେତ୍ରରେ ପବିତ୍ର ଚିତାଲାଗି ଅମାବାସ୍ୟା ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜୀଉଙ୍କ ପାଖରେ ଚିତଉ ପିଠା ଭୋଗ ଲାଗି କରାଯାଇଥିଲା। ଆଜି ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେଜୀଉଙ୍କ ମସ୍ତକରେ ପବିତ୍ର ଚିତାଲାଗି ଅମାବାସ୍ୟାରେ ସୁବର୍ଣ୍ଣ ଚିତା ଲଗିହୋଇଥିଲା। ସ୍ୱର୍ଣ୍ଣକାର ସେବକଙ୍କ ଦ୍ୱାରା ଭଣ୍ଡାର ଗୃହରୁ ସୁପରଭାଇଜର ଭଣ୍ଡାର ମୋହରୀରଙ୍କ ଉପସ୍ଥିତରେ ସୁବର୍ଣ୍ଣ ଚିତା ଓ ରୌପ୍ୟ ଅଳଙ୍କାର ମାନ ବାହାର କରାଯାଇ ସ୍ୱର୍ଣ୍ଣକାର ସେବକଙ୍କୁ ହସ୍ତାନ୍ତର କରାଯାଇଥିଲା। କଡା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading