
ପଟ୍ଟାମୁଣ୍ଡାଇ ୧/୯- ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଥିବା ବନିତା ରାଉତ ହତ୍ୟା ଘଟଣା ଏବେବି ରହସ୍ୟାବୃତ୍ତ ହୋଇ ରହିଛି । ଏହି ହତ୍ୟାର ପର୍ଦାଫାଶ କରିବା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ସାଇଂଟିଫିକ ଟିମସହିତ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ତେବେ ସନ୍ଧିଗ୍ଧ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ମୃତା ବନିତାଙ୍କ ଶବ ବ୍ୟବଛେଦ ପରେ ତାଙ୍କ ଶାଶୁ ଘର ଗାଁ ଆଳି ଥାନା ନରେନ୍ଦ୍ରପୁରରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ସୁଦୂର ଦୁବାଇରୁ ଆସି ସ୍ୱାମୀ ଅତୁଲ୍ୟ ରାଉତ ଗାଁ ରେ ପହଁଚିଛନ୍ତି । ଧାର ଟଙ୍କାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଆଲୋଚନା କରୁଛନ୍ତି । ଏହି ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ବନ୍ଦନା ପାତ୍ର ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୭ତାରିଖରୁ ନିଖୋଜ ଥିବା ବନିତାଙ୍କ ମୃତ ଗଳିତ ଶବ ଗତକାଲି ପଟ୍ଟାମୁଣ୍ଡାଇ ମୁନିସିପାଲିଟିର ୩୧ନଂ ଭେଣ୍ଡି ଜୋନ କ୍ୟାବିନରୁ ମିଳିଛି । ପ୍ରମାଣ ନଷ୍ଟ ପାଇଁ ବନିତାଙ୍କ ମୁହଁ ଓ ଶରୀରକୁ ବିଭତ୍ସ କରାଯାଇଛି ।
