ନୂତନ ପ୍ରସିକ୍ୟୁସନ ଉପନିର୍ଦେଶକଙ୍କୁ କେନ୍ଦ୍ରାପଡାରେ ସ୍ୱାଗତ ସମ୍ବର୍ଦ୍ଧନା

blank
କେନ୍ଦ୍ରାପଡା,୨୦ା୫: କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ପ୍ରସିକ୍ୟୁସନ ଉପନିର୍ଦେଶକ ରବିନ୍ଦ୍ର କୁମାର ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର ସଞ୍ଜୟ କୁମାର ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରସିକ୍ୟୁସନ ଉପନିର୍ଦେଶକ ଶ୍ରୀ ପଣ୍ଡାଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଓ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଫଟୋ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ପ୍ରସିକ୍ୟୁସନ ଉପନିର୍ଦେଶକ ଶ୍ରୀ ପଣ୍ଡା ସରକାରୀ ଓକିଲମାନେ ଅଦାଲତରେ ସଠିକ ଭାବରେ ମାମଲା ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିବା ସହ ମାମଲା ଗୁଡିକର ବିଭିନ୍ନ ଆଇନଗତ ଦିଗ ସମ୍ପର୍କରେ ପ୍ରାଞ୍ଜଳ ଭାବେ ଆଲୋଚନା କରିଥିଲେ। ଅଦାଲତରେ ମାମଲା ଗୁଡିକର ବିଚାର ପରେ ଦଣ୍ଡବିଧାନ ପ୍ରତିଶତ ହ୍ରାସ ପାଉଥିବା ସମ୍ପର୍କରେ ଆଲୋଚନା କରି ଉପନିର୍ଦେଶକ ଶ୍ରୀ ପଣ୍ଡା କହିଥିଲେ ଯେ ଏହା ମଧ୍ୟରେ ଅବକାରୀ ମାମଲା ଗୁଡିକ ରହୁଥିବାରୁ ଏପରି ହେଉଛି। ଏଥିସହିତ ଉପନିର୍ଦେଶକ ଶ୍ରୀ ପଣ୍ଡା ପୋଲିସ ଓ ସରକାରୀ ଓକିଲମାନଙ୍କ ମଧ୍ୟରେ ସେ ସେତୁ ସଦୃଶ କାମକରିବେ ବୋଲି କହିବା ସହିତ ଜିଲ୍ଲାର ସମସ୍ତ ସରକାରୀ ଓକିଲମାନଙ୍କ ସହଯୋଗ କାମନା କରିଥିଲେ। ସ୍ୱତନ୍ତ୍ର ପିପି ମନୋଜ ସାହୁ ଅତିଥି ପରିଚୟ ଦେଇଥିବା ବେଳେ ଏପିପି ବ୍ରଜସୁନ୍ଦର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଓକିଲ ଭୀମସେନ ପ୍ରଧାନ, ରମାକାନ୍ତ ସ୍ୱାଇଁ, ସୁରେଶ ଚନ୍ଦ୍ର ନାୟକ, ଅରୁଣ କୁମାର ସାମଲ, ନିରଞ୍ଜନ ବଳ, ପ୍ରତିମା ଓଝା, ସରୋଜ କୁମାର ଜେନା, ମୀର ଅଫସଲ ଅଲ୍ଲୀବକ୍ସ, ଅଜୟ କୁମାର ମହାନ୍ତି, ମଧୁଶ୍ମ୍ମିତା ଦାସ, ହରପ୍ରିୟା ସାହୁ, ପ୍ରଭାତ କୁମାର ଜେନା, ବିରକିଶୋର ମହାନ୍ତି,ନଳିନୀକାନ୍ତ ମଙ୍ଗରାଜ, ମାନସ କୁମାର ଧଳ,ସ୍ମୃତିରଞ୍ଜନ ସିଂ, କଳାକାର ରାଉତ, ସେକ ଅଜିମୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ପଟ୍ଟାମୁଣ୍ଡାଇର ନୂତନ ସବଜଜ୍‌ଙ୍କୁ ସମ୍ବର୍ଦ୍ଧନା

Tue May 20 , 2025
ପଟ୍ଟାମୁଣ୍ଡାଇ ୨୦/୫- ପଟ୍ଟାମୁଣ୍ଡାଇ କୋର୍ଟର ନୂତନ ସିନିଅର ଡିଭିଜନ ସିଭିଲ ଜଜ୍ ଭାବେ ଅଭିଜ୍ଞ ବିଚାରପତି ଅପୂର୍ବା ମହାନ୍ତି ଯୋଗ ଦେଇଅଛନ୍ତି । ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ଆଇନଜୀବି ପୂର୍ବତନ ଓକିଲ ସଂଘ ସଭାପତି ବିଜ୍ଞାନ ମିହିର ଜେନା, ଆଡ଼ଭୋକେଟ କ୍ଷୀରୋଦ ପ୍ରଧାନ, ପ୍ରମୋଦ ସାହୁ, ସୁଶୀଲ ଦାଶ, ସୌମ୍ୟରଞ୍ଜନ ଧଳ, ରାଜେନ୍ଦ୍ର ମିଶ୍ର, ଅଭିରାମ କୁଣ୍ଡ, ଭବାନୀ ଶଙ୍କର ପଣ୍ଡା, ରମେଶ ପରିଡା, ବିଦ୍ୟାଧର ଦାଶ, ଶରତ ମଲିକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading