ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ମହମବତୀ ଶୋଭାଯାତ୍ରା

blank
ପଟ୍ଟାମୁଣ୍ଡାଇ୨୦/୭-ପଟ୍ଟାମୁଣ୍ଡାଇ ବାଇପାସ ଆମ୍ବେଦକର ପ୍ରତିମୂର୍ତି ନିକଟରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ମହମବତୀ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯଅଇଛି । ଏଥିରେ ବଳଙ୍ଗା ନାବାଳିକା ଛାତ୍ରୀଙ୍କୁ ଦୁବୃର୍ତ ମାନେ ଜିଅନ୍ତା ଜାଳିଦେବା ଓ ସମ୍ବଲପୁର ଗଙ୍ଗାଧର ମେହେର କଲେଜ ଛାତ୍ରୀଙ୍କ ଯୌନ ଶୋଷଣ ମାମଲାର ବିଧିବଦ୍ଧ ତଦନ୍ତ କରି ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ବିଧାନ ଦାବୀ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, କାଉନସିଲର ପ୍ରଶାନ୍ତ ବାରିକ କାଉନସିଲର ପ୍ରତିନିଧି ରବୀନ୍ଦ୍ର ସାହୁ ଓ ପ୍ରଭାତ ମଳିକ,ପୂର୍ବତନ କାଉନସିଲର ଗୋବିନ୍ଦ ସେଠୀ, ଶିକ୍ଷାବିତ ଚତୃର୍ଭୁଜ ରାଉଳ, ଇଂ ତପନ ପାତ୍ର, ଚିତ୍‌ଶିଳ୍ପୀ ରାଜେନ୍ଦ୍ର ଦାଶ, ପ୍ରଶାନ୍ତ ସ୍ୱାଇଁ, ରାଧାରମଣ ଦାଶ, ରାଜୀବରତନ ମିଶ୍ର,ପ୍ରମୋଦ ସାହୁ, ଶରତ ବିଶ୍ୱାଳ, ଜଗବନ୍ଧୁ ସାହୁ, ସଂଗ୍ରାମ ରାଉତ ଓ ବିଜୟ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।

Next Post

କେନ୍ଦ୍ରାପଡାରେ ଶିବାନନ୍ଦଙ୍କ ପୂଣ୍ୟତିଥି ପାଳିତ

Sun Jul 20 , 2025
kendrapara20/7-: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ୬୨ତମ ପୂଣ୍ୟତିଥି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ପ୍ରାତଃ ନଗର ସଙ୍କୀର୍ତ୍ତନ ଏବଂ ଶ୍ରୀ ଦିବ୍ୟ ବଳଦେବଜୀଉ ଓ ଶ୍ରୀଦିବ୍ୟେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଆଶ୍ରମର ପରାମାଧ୍ୟକ୍ଷା ଶ୍ରୀ’ମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଶ୍ରଦ୍ଧାଳୁମାନଙ୍କ ଗହଣରେ ଗୁରୁଦେବଙ୍କର ପାଦପୂଜା କରିଥିଲେ। ଏହାପରେ ବିଶ୍ୱବନ୍ଦ୍ୟ ସନ୍ଥ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ଦର୍ଶନତତ୍ୱ ତଥା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading