
କେନ୍ଦ୍ରାପଡା୮/୫: ଦିବଂଗତ ଗବେଷକ ନିରଞ୍ଜନ ମେକାପଙ୍କ ଦ୍ୱାଦଶହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନ ମଧ୍ୟଖଣ୍ଡି ଇଚ୍ଛାପୁର ଠାରେ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାଟିକୁ ସଂଚାଳନ କରିଥିଲେ ଶୈଳଜା ଶଙ୍କର ସାମଲ ଓ ମନୋରଞ୍ଜନ ତ୍ରିପାଠୀ ଏହି ସଭାରେ ପ୍ରାଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, ମୁକ୍ତାର ଖାନ୍, ରମେଶ ଚନ୍ଦ୍ର ସାହୁ, ଅବଧୂତ ରାଉତ, ଅଲେଖ ପଟ୍ଟନାୟକ, ବାପିନ କୁମାର ମଲ୍ଲ, ଆମ ଗାଁ ସାହିତ୍ୟ ପରିଷଦ ଗୁଲନଗରର ସମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ, ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି, ଅଧ୍ୟାପକ ଯଚିନ୍ଦ୍ର ରାଉତ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ଦିବ୍ୟଜୀବନ ସଂଘର ଉପାଧ୍ୟକ୍ଷ କାଳୀପ୍ରସନ୍ନ ଶତପଥୀ, ଶରତ କୁମାର ରାଉତ, ଅଧ୍ୟାପକ ଦୀପକ କୁମାର ଓଝା, ଗୀତାଞ୍ଜଳୀ ସାମଲ, ପଣ୍ଡିତ ହୃଷୀକେଶ ରଥ, ଦିବାକର ରାଉତ, ନୃସିଂହ ଚରଣ ତ୍ରିପାଠୀ, ଜିଲ୍ଲା ସାହିତ୍ୟ ସଂସଦ କେନ୍ଦ୍ରାପଡାର ସମ୍ପାଦକ ଶୁଭାଂଶୁ କୁମାର ଦାସ, ବଳଦେବସେନାର ସଭାପତି ପୁପୁନ କୁମାର ସ୍ୱାଇଁ, ଅଲେଖ କୁମାର ଦାଶ, ଗଣେଶ ମେକାପ, ଡ. ବାସୁଦେବ ଦାସ, ଶିବପ୍ରସାଦ ବଳ, କବିତା ମୁଦୁଲି, ସମାଜସେବୀ କେଦାର ସାମନ୍ତରାୟ, ବିଧାୟକ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ସୁରେଶ ପଟ୍ଟନାୟକ, ଶ୍ରୀନିବାସ ପରିଡା, ଆଡଭୋକେଟ ଆଶିଷ ସେନାପତି, ଅଶୋକ କୁମାର ସାହୁ, ଧାରା ଶ୍ରୀଧାରା ଟ୍ରଷ୍ଟର ଟ୍ରଷ୍ଟି ଅମରେନ୍ଦ୍ର ମହାପାତ୍ର, ବିପ୍ଳବୀ ଆନନ୍ଦ ଜେନା ସ୍ମୃତି କମିଟିର ସଭାପତି ବିଚିତ୍ରା ନନ୍ଦ ମହାନ୍ତି, ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂହ, ଶିକ୍ଷକ ନେତା କାଶୀନାଥ ରାଉତରାୟ, ଭାସ୍କର ଦାଶ, ଚିତରଞ୍ଜନ କବି, ମାନଭଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ପୂର୍ବତନ ପୈାର ପରିଷଦ ଅଧ୍ୟକ୍ଷ ଧୀରେନ କୁମାର ସାହୁ, ଆଡଭୋକେଟ ପ୍ରଦୀପ ଦାଶ, ପାର୍ଥସାରଥୀ ବେହେରା, ରାଜେଶ କୁମାର ଦାସ, ରାଜେଶ ପଣ୍ଡା, ହିରଣ୍ୟ କୁମାର ପଣ୍ଡା, ଗୋଲଖ ଚନ୍ଦ୍ର ପରିଡା, ପ୍ରମୁଖ ନିରଞ୍ଜନ ମେକାପଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଧାୟକ ଗଣେଶ୍ୱର ବେହେରା ସ୍ୱର୍ଗତ ମେକାପଙ୍କ ଶ୍ରାଦ୍ଧ ବାର୍ଷିକରେ ସ୍ମରଣିକା ପ୍ରକାଶ କରିବାକୁ ନିବେଦନ ରଖିଥିଲେ । ଏବଂ ଉକ୍ତ ସ୍ମରଣିକାର ସମସ୍ତ ଅର୍ଥ ସେ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ସ୍ୱର୍ଗତ ମେକାପଙ୍କ ସହଧର୍ମୀଣୀ କିପରି ଫ୍ୟାମିଲି ପେନସନ ପାଇବେ ସେଥିପାଇଁ ସମସ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ସଭାର ଆରମ୍ଭରେ ଗୋଲଖ ବିହାରୀ ସେଠୀ ଏକ ଭଜନ ପରିବେଶଣ କରିଥିଲେ । ଶେଷରେ ସ୍ୱର୍ଗତ ମେକାପଙ୍କର ସୁପୁତ୍ର ନିଳାନ୍ଦ୍ରି କେଶରୀ ମେକାପ ଉପସ୍ଥିତ ସମସ୍ତ ନିରଞ୍ଜନ ପ୍ରେମୀ ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
