ଧୋୟାଂଚଳରେ ବର୍ଷାର ତାଣ୍ଡବ, ରେନ୍‌-କଟ୍ ଯୋଗୁଁ ଉପୁଡ଼ିଲା ବିଶାଳ ବରଗଛ, ଆସନ୍ନ ବନ୍ୟାର ଭୟ


ପଟ୍ଟାମୁଣ୍ଡାଇ ୨୮/୭  -ସମ୍ପ୍ରତି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଧୋୟାଂଚଳରେ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନେକ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ମାଟି ଧୋଇଯାଇ ଗଭୀର ଖାଲ ସୃଷ୍ଟି ହେବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ସ୍ଥାନରେ ରେନକଟ ସୃଷ୍ଟି ହେବାରୁ ମାଟିଧାସି ଏକ ବିଶାଳ ବରଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ କରିଛି।ପ୍ରବଳ ବର୍ଷା ପ୍ରଭାବରେ ରାସ୍ତାପାର୍ଶ୍ଵ ମାଟିଧସିଯାଇ ବଡ ବଡ ଗାଢ ବା ରେନକଟ ସୃଷ୍ଟି ହୋଇଛି। ଫଳରେ ଗାଡ଼ିମୋଟର ତ ଦୂରର କଥା, ପାଦରେ ଚାଲି ଚାଲି ଯିବା ବି ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି। କେତେକ ତଳିଆ ଅଂଚଳରେ ଘର ଭିତରେ ବର୍ଷା ପାଣି ପଶିଯାଇଥିବାରୁ ଲୋକମାନେ ଖାଇବା ପିଇବାରେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି। ଅପରପକ୍ଷେ ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ହୁ ହୁ ହୋଇ ବଢ଼ୁଥିବା ବେଳେ ଅଂଚଳରେ ଆଗକୁ ଏକ ବଡ଼ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଭୟ ସ୍ଥାନୀୟ ଲୋକଙ୍କ ନିଦ ହଜେଇ ଦେଇଛି। ଏହି ଆସନ୍ନ ବିପର୍ତି ଭିତରେ ବର୍ଷାଜନିତ କ୍ଷୟକ୍ଷତି ଧୋୟାଚଳବାସୀଙ୍କ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ରେନକଟ ଯୋଗୁଁ ରାସ୍ତାର କ୍ଷତିଗ୍ରସ୍ତ ଅଂଶର ତୁରନ୍ତ ମରାମତି ଏବଂ ବରଗଛ ଉପୁଡ଼ିବା ପରି ଘଟଣାକୁ ଦୃଷ୍ଟିରେ ରଖି ବିପଦଜନକ ସ୍ଥାନ ସର୍ବେକ୍ଷଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Next Post

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ୧୨ନଂ ୱାର୍ଡରେ ନାହିଁ ନଥିବା ସ୍ଥିତି,ପାଣି ଘେରରେ ୩୫ ପରିବାର

Tue Jul 28 , 2026
ପଟ୍ଟାମୁଣ୍ଡାଇ, ୨୮/୭ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବିଗତ କିଛି ଦିନ ହେବ ଜାରି ରହିଥିବା ଅବିରତ ଲଗାଣ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ୱାର୍ଡର ତଳିଆ ଅଂଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଅନେକ ଲୋକଙ୍କ ଘର ଭିତରେ ବର୍ଷା ପାଣି ପଶିଯିବା ଫଳରେ ରୋଷେଇ ଗ୍ୟାସ, ଖାଦ୍ୟସାମଗ୍ରୀ, ବିଛଣା ଓ ନିତ୍ୟବ୍ୟବହାର୍ଯ୍ୟ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading