କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବର୍ଷା ଆସର , ମାସାନ୍ତ ରବିବାସରୀୟ କବିତା ପାଠ ଓ ସାହିତ୍ୟ ଆସର

blank
କେନ୍ଦ୍ରାପଡ଼ା,୨୯ା୬: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ଆନୁକୂଲ୍ୟର ମାସାନ୍ତ ରବିବାସରୀୟ ସାହିତ୍ୟ ଆସରର ବର୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର, କବିତା ପାଠୋତ୍ସବ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ପୌରୋହିତ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମିଖ୍ୟ ଅତିଥି ଭାବରେ ଖ୍ରୀଷ୍ଟ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ଯୋଗଦାନ କରି ପରଂମ୍ପାରିକ ସାହିତ୍ୟରୁ ଆରମ୍ଭ କରି ଆଧୁନିକ ସାହିତ୍ୟ ଯାଏଁ ବର୍ଷା ସମ୍ପର୍କିତ ରଚନା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ,ଉପସଭାପତି ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାଶ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, କୋଷାଧ୍ୟକ୍ଷ ନୃସିଂହ ଚରଣ ତ୍ରିପାଠୀ, କବି ଅମର ପ୍ରସାଦ ରାଉତ, ଶ୍ରୀଧର କୁମାର ଭୋଳ,ରାଜ କିଶୋର ସାମଲ, ଗଗନ ବୁହାରୀ ଜେନା, ଗାୟକ ଗଗନ ବିହାରି ସିଂ, ସମାଜସେବୀ ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ପ୍ରେମାନନ୍ଦ ଜେନା, କବି ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର କୁମାର ମହାନ୍ତି, ଶରତ କୁମାର ରାଉତ, ମମତା ଶତପଧି, ସ୍ୱର୍ଣ୍ଣଲତା ରାଉତ, ସହଦେବ ଜେନା, ରଞ୍ଜନ କୁମାର ବାଇ, ବରିଷ୍ଟ ସାମ୍ବାଦିକ ଆଶିଷ କୁମାର ସେନାପତି, ମଧୁସୂଦନ ଗେରୁ, ମଧୁସୂଦନ ନାୟକ ବର୍ଷା ମ୍ପର୍କିତ ଆଲୋଚନା କରି ପ୍ରକୃତିକୁ ସଂରକ୍ଷଣ କରିବା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଜଳ ହେଉଛି ଜୀବନ । ଆଜି ଜଳ, ମାଟି, ପବନ ଯେପରି ଦୁଶିତ ହୋଇ ଚାଲିଛି ତାକୁ ସାହିତିକମାନେ ସଚେତନ ହୋଇ ଲେଖନୀ ଚାଳନା କରିବା ସହିତ ବ୍ୟାପକ ବୃକ୍ଷ ରୋପଣ କରିବାକୁ ବକ୍ତାମାନେ ମତ ପୋଷଣ କରିଥିଲେ । ଏହି ଅବସରରେ କବିତା ପାଠ ଉତ୍ସବ ବକି ଅଶୋକ କୁମାର ସାହୁ, ଅପର୍ତ୍ତି ସେଠୀ, ବିଷ୍ଣୁପ୍ରିୟା ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଶେଷରେ କଣ୍ଢଶିଳ୍ପୀ ଗୋଲଖ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଲିମିଟେଡ଼ର ୩୦ ତମ ସାଧାରଣ ସଭା

Sun Jun 29 , 2025
କେନ୍ଦ୍ରାପଡ଼ା,୨୯ା୬: କେନ୍ଦ୍ରପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କର ୩୦ ତମ ବାର୍ଷିକ ଉତ୍ସବ ଏବଂ ସାଧାରଣ ସଭା ଉଦୟନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ଜୁନ ୨୯ ତାରିଖରେ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀୟୁ, ସମବାୟର ଆନ୍ଦୋଳନର ମୁଖ୍ୟ ପୁରଧା ମଧୁବାବୁ ଏବଂ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତି ଫଟୋରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading