କେନ୍ଦ୍ରାପଡାରେ ଦ୍ୱିତୀୟ ବନ୍ୟା ପାଣି

blank
କେନ୍ଦ୍ରାପଡା ୩୦/୭ – କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ବନ୍ୟା ପାଣି କେନ୍ଦ୍ରାପଡାକୁ ବେହାଲ କରିଛି । ବନ୍ୟା ପାଣିରେ ଉବୁଟୁବୁ ହେଉଥିବା ଘାଗରାଡିଆରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ôଚ ମେଡିସିନ, ବ୍ଲିଚିଂ ଓ ହଲୋଜିନ ବଟିକା ବଣ୍ଟା ଯାଇଛି । ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ବନ୍ୟା ଜଳ ପ୍ରବେଶ କରିଛି, ବ୍ରାହ୍ମଣୀ, ବୈତରଣୀ,ଓ ମହାନଦୀ ରେ ବନ୍ୟା ଆସିବା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବିଶେଷ କରି ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବନ୍ୟା ପାଣି ଆସିବାଦ୍ୱାରା, କେନ୍ଦ୍ରାପଡା ବ୍ଲକର ଘାଗରା ପଞ୍ଚାୟତ, ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗା, ଅଲପୁଆ, ଡାମରପୁ,ର୍ ବଲଭଦ୍ରପୂ,ର୍ରାଜନଗର ବ୍ଲକର ବେଲପାଳ, ଓସ୍ତିଆ, ଆଦି ପଞ୍ଚାୟତ, ସମେତ ଆଳୀ, ରାଜକନିକା ବ୍ଲକର ବହୁ ଅଞ୍ଚଳବାସୀ ଜଳବନ୍ଦୀ ହୋଇରହିଛନ୍ତି । ପ୍ରଥମ ବନ୍ୟାରେ କୁମ୍ଭୀର ଭୟ ଲୋକଙ୍କ ମନରୁ ଯାଇନାହିଁ । ଦ୍ୱିତୀୟ ବନ୍ୟାପାଣି ପ୍ରବେଶ କରିଛି । ପ୍ରଥମ ବନ୍ୟା ପାଣି ବହୁ ଅଞ୍ଚଳରେ ଧାନ ବିଲରେ ରହିଥିବା ବେଳେ ଦ୍ୱିତୀୟ ବନ୍ୟା ପାଣି ଆସିବାରୁ ଏହା ଅଧିକ ପାଣି ହେବ ବୋଲି ଆଶା କରାଯାଉଛି । ବନ୍ୟାରେ ଆଗୁଆ ପଦକ୍ଷେପ ପାଇଁ କେନ୍ଦ୍ରାପଡାର ଘାଗରା ପଞ୍ଚାୟତରେ ସ୍ୱାସ୍ଥ୍ୟକର୍ମୀ ଏକାମ୍ର ବାସିନୀ ପରିଡ଼ା, ଭରତ ଚନ୍ଦ୍ର ମାରାଣ୍ଡି, ସୂପରଭାଇଜର ଭିକାରୀ ଚରଣ ଜେନା, ଆଶାକର୍ମୀ ଶାନ୍ତିଲତା ମଝି ଆଦି ବିଭିନ୍ନ ବନ୍ୟାଞ୍ଚଳ ଗାଁ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି । ଏହି ବନ୍ୟା ସମୟରେ କେତେକ ସ୍ଥାନରେ ରନ୍ଧାଖାଦ୍ୟ ଗୋ ଖାଦ୍ୟ ଓ ମେଡିସିନ ଓ ଯାତାୟାତ ପାଇଁ ଡଙ୍ଗା ର ଆବଶ୍ୟକତା ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ୟାଞ୍ଚଳ ବାସୀଙ୍କୁ ସହଯୋଗ ଆରମ୍ଭ ହୋଇଥିଲେ ବି ତାହା ପ୍ରଯ୍ୟାପ୍ତ ହେଉନାହିଁ ।

Next Post

ଅଗଷ୍ଟ ୨ରେ କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ବନ୍ଦ ରହିବ.

Wed Jul 30 , 2025
କେନ୍ଦ୍ରାପଡ଼ା, ୩୦.୦୭. କେନ୍ଦ୍ରାପଡ଼ା ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ଆସନ୍ତା ୨ ଅଗଷ୍ଟ ଶନିବାର ଦିନ ସମସ୍ତ ସେବା ବନ୍ଦ ରହିବ । କେନ୍ଦ୍ରାପଡ଼ା ଡାକ ମଣ୍ଡଳର ଡାକ ଅଧିକ୍ଷକ ଦେବ ପ୍ରସାଦ ଶତପଥୀଙ୍କ ସୂଚନା ମୁତାବକ, ପୂର୍ବରୁ ବ୍ୟବହାର କରାଯାଉଥିବା ସାପ ସଫ୍ଟୱେର ବଦଳରେ ଡାକ ବିଭାଗ ନିଜସ୍ୱ ଜ୍ଞାନକୌଶଳରେ ଆଇଟି ୨.୦ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading