
ପଟ୍ଟାମୁଣ୍ଡାଇ ତା ୨୭/୮- ଆଜି ରାତି ପ୍ରାୟ ୮ଟା ୩୦ମିନିଟ ସମୟରେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିସରରେ ଥିବା ଡାକ୍ତର ପ୍ରକୋଷ୍ଠ ସମ୍ମୁଖରେ ସୁରକ୍ଷା କର୍ମଚାରୀ ଦେବାଶିଷ ବେହେରା ଡ୍ୟୁଟି କରୁଥିବା ବେଳେ ହଟାତ ଆୟବା ନରଣପୁର ଗ୍ରାମର ସ୍ମୃତି ରଞ୍ଜନ ଦାସଙ୍କ ସମେତ ୬ଜଣ ଯୁବକ ଡ୍ୟୁଟିରେ ଥିବା ଡାକ୍ତରଙ୍କ ପ୍ରକୋଷ୍ଠ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିବା ପାଇଁ ଉଦ୍ୟମ କରିବାରୁ ସେଠାରେ ଉପସ୍ଥିତ ସୁରକ୍ଷା କର୍ମଚାରୀ ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ଯୁବକମାନେ ତାକୁ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ନିସ୍ତୁକ ମାଡ଼ ମାରିବାରୁ ସୁରକ୍ଷା କର୍ମଚାରୀ ଶ୍ରୀବେହେରା ଚେତାଶୁନ୍ୟ ହୋଇ ପଡିଥିଲା । ଖବର ପାଇ ତାଙ୍କ ପିତା ପୋଖରୀଆପଡା ଗ୍ରାମର ନାରାୟଣ ବେହେରା ଘଟଣାସ୍ଥଳରେ ପହଂଚି ଗୁରୁତର ଥିବା ପୁଅକୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ ପଠାଇ ଥିଲେ । ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି । ଏହା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ଆସି ଆକ୍ରମଣରେ ଗୁରୁତର ସୁରକ୍ଷା କର୍ମଚାରୀଙ୍କ ପିତା ନାରାୟଣ ବେହେରା ଆକ୍ରମଣକାରୀ ଯୁବକ ମାନଙ୍କ ବିରୋଧରେ ଥାନାରେ ଲିଖିତ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ମାନସ ରଞ୍ଜନ ମଲ୍ଲିକଙ୍କ ନିର୍ଦେଶରେ ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ୩ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ।
