ନିମପୁରଶାସନ ହାଇସ୍କୁଲରେ ଆମ ସଂସ୍କୃତି ଆଲୋଚନାଚକ୍ର

blank

ପଟ୍ଟାମୁଣ୍ଡାଇ : ୩୧/୩- ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁରଶାସନ ନୋଡାଲ ହାଇସ୍କୁଲରେ ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ମଦନପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟ କୁମାର ସ୍ବାଇଁ, ପୂର୍ବତନ ପ୍ରଧାନଶିକ୍ଷକ ବିଜୟ କୁମାର ଆଚାର୍ଯ୍ୟ, ସରପଂଚ ସଂଗ୍ରାମ ବାରିକ, ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ , ସ୍କୁଲ କମିଟି ସଭାପତି ବାସୁଦେବ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ମମତା ଷଡ଼ଙ୍ଗୀ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଏଥିରେ ସହକାରୀ ଶିକ୍ଷୟତ୍ରୀ ମିନତୀ ଜେନା , ଜନ୍ମେଞୟ ସ୍ବାଇଁ, ପ୍ରଜ୍ଞା ମହାଳି, ହରିଶଙ୍କର ନାଥ, ଗୀତାଞଳୀ ମିଶ୍ର, ନିବେଦିତା ଦାସ, ହରପ୍ରିୟା ସାହୁ, ପୂଜା ମଲିକ, ଜୟଶ୍ରୀ ପ୍ରଧାନ, ସ୍ମାରକୀ ପ୍ରିୟଦର୍ଶନୀ, ସରସ୍ବତୀ ପଲାଇ, ଶୁଭଶ୍ରୀ ଶୁଭସ୍ମିତା ସାମଲ, ଚନ୍ଦ୍ରଭାନୁ ମଲ୍ଲିକ, ଗଗନ ବିହାରୀ ଭୂୟାଁ, ବିଷୁ ଚରଣ ଧଳ ପ୍ରମୁଖ ଯୋଗ ଦେଇଥିଲେ Iସ୍କୁଲ ପରିଚାଳନା କମିଟି ସଭାପତି ବାସୁଦେବ ସେଠୀ ଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ବିଭିନ୍ନ ଷ୍ଟଲ ପ୍ରଦର୍ଶନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଶିକ୍ଷକ ଅଜୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Next Post

ପଟ୍ଟାମୁଣ୍ଡାଇରେ ଇଦ ପାଳିତ

Mon Mar 31 , 2025
ପଟ୍ଟାମୁଣ୍ଡାଇ ତା ୩୧/୩-ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଞ୍ଚଳରେ ଇସଲାମ ଧର୍ମର ଅନ୍ୟତମ ପବିତ୍ର ଗଣ ମହୋତ୍ସବ ଇଦ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଇ ଅବସରରେ ଇଦଗାହା ପଡିଆ ସମୂହ ନମାଜ ପାଠ କରାଯାଇଥିଲା । ଏମାମ ସାହେବ ମହମଦ ଇସ୍ରାଫିଲ ଆମଜାଦି ସମୂହ ନମାଜ ପାଠ କରାଇଥିବାବେଳେ ସହଯୋଗୀ ମୌଲାନା ୱାସୀମ ଅକ୍ତର କାଦିର ଓ ହାଫିଜ ସଲ୍ଲାଉଦିନ ନମାଜ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading