ଆଞ୍ଚଳିକ କ୍ରୀଡାରେ କେନ୍ଦ୍ରାପଡା କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା

blank
କେନ୍ଦ୍ରାପଡ଼ା ୧୩/୭- କେନ୍ଦ୍ରାପଡ଼ା ବାରିମୁଳ ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ସମ୍ଭାଗର ଆଞ୍ଚଳିକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ବିଭିନ୍ନ ଖେଳରେ ସଫଳତା ଆଣିଛନ୍ତି । ରାଉଳକେଲା ବର୍ସାମୁଣ୍ଡା ଷ୍ଟାଡିୟମରେ ଜୁଲାଇ ୮ତାରିଖରୁ ୧୦ତାରିଖ ମଧ୍ୟରେ ୫୪ତମ ଆଞ୍ଚଳିକ କ୍ରୀଡା ଅନୁଷ୍ଠିତ ହୋଯାଇଛି । ଭୁବନେଶ୍ୱର ସମ୍ଭାଗର ଆଞ୍ଚଳିକ କ୍ଷେତ୍ରରେ ପ୍ରାୟ ୪୧ଟି ଦଳ ଭାଗନେଇଥିଲେ । ଏହି କ୍ରିଡାରେ କେନ୍ଦ୍ରାପଡା ପିଏମଶ୍ରୀ କେନ୍ଦ୍ରାୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରିଡାରେ ସଫଳତା ହାସଲ କରି ୩ଟି ମେଡାଲ ଆଣି ଗୌରବ ଅର୍ଜନ କରିଛନ୍ତି । କେନ୍ଦ୍ରାପଡା ପିଏମଶ୍ରୀ ବିଦ୍ୟାଳୟର ୧୭ବର୍ଷ ବାଳିକା ବିଭାଗ ମଧ୍ୟରେ ଅନୁଷ୍ଠିତ ଖେଳରେ ୪୦୦ମିଟର ଦୌଡରେ ଶୁଭଲକ୍ଷ୍ମୀ ଧଳ ବ୍ରୋଞ୍ଜ ପଦକ, ୧୯ବର୍ଷ ମଧ୍ୟରେ ବାଳିକା ବିଭାଗର ସଟଫୁଟରେ ଅଭିଲିସ୍ପା ରାମ ସ୍ୱର୍ଣ୍ଣ ପଦକ ଓ ଡିସ୍‌କସ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାରେ ସମସ୍ତ ସଫଳତା ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ସ୍କୁଲର ଅଧ୍ୟକ୍ଷ ଶଶୀ କୌଶଲ କୃତଜ୍ଞତା ଜ୍ଞାପନ କରିଥିଲଲେ । ଏହି ସଫଳତାକୁ ନେଇ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଖୁସିରେ ଲହରୀ ଖେଳିଯାଇଛି ।

Next Post

ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

Sun Jul 13 , 2025
କେନ୍ଦ୍ରାପଡ଼ା ୧୩/୭- କେନ୍ଦ୍ରାପଡ଼ା ଜିଲ୍ଲା ବିରିଷ୍ଠ ନାଗରିକ ମଞ୍ଚ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଖଡିଅଙ୍ଗ ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ସଙ୍ଗଠନର ବରିଷ୍ଠ ମୁଖ୍ୟ ଉପଦେଷ୍ଠା କେନ୍ଦ୍ରାପଡାର ଲୋକପ୍ରିୟ ଡାକ୍ତର ବିଶ୍ୱପ୍ରକାଶ କାନୁନ ଗୋ ପ୍ରତିଜ୍ଞାନ ଅଧ୍ୟକ୍ଷ ଭାବେ ନୂତନ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରାଇଥିଲେ । ସର୍ବ ପ୍ରଥମେ ଅଧ୍ୟକ୍ଷ କାନୁଗୋ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading