୫୩ନମ୍ବର ଜାତୀୟ ରାଜପଥ ନିର୍ମାଣର ମାନ ପରଖିଲେ ରାଜପଥ କର୍ତ୍ତୃପକ୍ଷ

blank
କେନ୍ଦ୍ରାପଡ଼ା,୧୮ା୪:୫୩ନମ୍ବର ଜାତୀୟ ରାଜପଥ ନିମ୍ନମାନର ନିର୍ମାଣ ହୋଇଥିବା ନେଇ ଅଭିଯୋଗ ହେବା ପରେ ରାଜପଥ କର୍ତ୍ତୃପକ୍ଷ କେନ୍ଦ୍ରାପଡାରେ ପହଞ୍ଚି ରାସ୍ତାର ମାନ ପରଖିଛନ୍ତି। ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଦର୍ଶି ପ୍ରକାଶଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ କେନ୍ଦ୍ରାପଡାରେ ପହଞ୍ଚିଥିଲେ। ଏହି ଟିମ ଦୁହୁରିଆ,ଶ୍ୟାମସୁନ୍ଦରପୁର, ଗୋପଛକ, ଛଘରିଆ ପ୍ରମୁଖ ସ୍ଥାନରେ ଯାଞ୍ଚ କରିଥିଲେ। ଶ୍ୟାମସୁନ୍ଦରପୁରରେ ପ୍ରାୟ ଦୁଇମାସ ତଳେ ଯେଉଁ ସ୍ଥାନରେ ରାସ୍ତା ଭୁଷୁଡି ପଡିଥିଲା ସେ ସ୍ଥାନ ଯାଞ୍ଚ କରିଥିଲେ। ଏହାସହ ଠିକାସଂସ୍ଥାକୁ ତାଗିଦ କରିଦେଇଥିଲେ ପରବର୍ତ୍ତୀ ସମୟରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହେବ। ଯଦି ଏଭଳି ଘଟଣାର ପୁନରାବୃତ୍ତି ହୁଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ହଜାର ହଜାର କୋଟି ଟଙ୍କାରେ ଚଣ୍ଡିଖୋଲରୁ ପାରାଦୀପ ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ କରାଯାଉଥିବା ବେଳେ ଏହାର ମାନକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ବହୁବାର ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡା ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ସଭାପତି ସ୍ମୃତିରଞ୍ଜନ ଜେନା ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଆଞ୍ଚଳିକ କାର୍ଯ୍ୟାଳୟ,ଭୁବନେଶ୍ୱରଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ନିର୍ମାଣାଧିନ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଛକ ନିକଟରେ ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଛି। ଫଳରେ ସେହି ନିର୍ମାଣାଧିନ ରାସ୍ତାର ବିଭିନ୍ନ ଅଂଶ ଫାଟି ଯାଉଥିବା ବେଳେ କେଉଁଠି ନିର୍ମାଣଧିନ ରାସ୍ତାର ଅଂଶ ଭୁଷୁଡି ପଡୁଛି। ଯାହାଦ୍ୱାରାକି ଏହି ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଦ୍ୱାରା ଭବିଷ୍ୟତରେ ଏହି ରାସ୍ତାଦେଇ ଯିବା ସମୟରେ ଜନସାଧାରଣଙ୍କ ଧନଜୀବନ କ୍ଷୟକ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ରାସ୍ତା ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ପଦାର୍ଥ ବ୍ୟବହାର କରାଯିବା ସହିତ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଥିବା ମଧ୍ୟ ଅଭିଯୋଗ ହୋଇଥିଲା।ଯେଉଁ ନିୟମ ଅନୁସରଣ କରି ଠିକାସଂସ୍ଥା ନିର୍ମାଣ କାର୍ଯ୍ୟ କରିବା କଥା ସେଥିରେ ସାଙ୍ଘାତିକ ଉଲ୍ଲଙ୍ଘନ କରାଯାଇଛି। କେବଳ ଠିକାସଂସ୍ଥା ଯେ ନିର୍ମାଣ କାର୍ଯ୍ୟରେ ଅବହେଳା କରିଛି ତାନୁହେଁ ନିର୍ମାଣ ଦାୟିତ୍ୱ ତଦାରଖ କରୁଥିବା ସରକାରୀ ସଂସ୍ଥାର ଅଧିକାରୀମାନେ ମଧ୍ୟ ନିଜର କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରୁନାହାନ୍ତି। ଯାହାର ଫଳ ସୂରୂପ ଜନତାଙ୍କ ଟିକସ ଅର୍ଥ ଅପବ୍ୟୟ ହେଉଛି। ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକତା ଅନୁଯାୟି ମଞ୍ଜୁର ହୋଇଥିବା ସରକାରୀ ପାଣ୍ଠିରେ ଏହି ରାସ୍ତା ନିର୍ମାଣ ହେଉଥିବା ବେଳେ ସଂପୃକ୍ତ ଠିକାସଂସ୍ଥାର ଏଭଳି ବେପରୁଆ ତଥା ଦାୟୀତ୍ୱହୀନ ଭାବେ ରାସ୍ତା ନିର୍ମାଣ କରାଯିବା ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଏଥିନିମନ୍ତେ ଦାୟି ଅଧିକାରୀ ଓ ଠିକାସଂସ୍ଥା ବିରୋଧରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବାକୁ ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା। ସେହି ଅଭିଯୋଗ ଅନୁଯାୟି ଜାତୀୟ ରାଜପଥ କତ୍ତୃପକ୍ଷ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଡେପୁଟୀ ଜେନେରାଲ ମ୍ୟାନେଜର(ଟେକନିକାଲ) ଅମିତ କୁମାର ଗୁପ୍ତା ଚଣ୍ଡିଖୋଲସ୍ଥିତ ଜାତୀୟ ରାଜପଥ କତ୍ତୃପକ୍ଷ ପ୍ରକଳ୍ପ କାର୍ଯ୍ୟକାରୀ ୟୁନିଟର ପ୍ରକଳ୍ପ ନର୍ଦ୍ଦେଶକଙ୍କୁ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସେହି ରାଜପଥର ଶ୍ୟାମସୁନ୍ଦରପୁର ନିକଟରେ ନିର୍ମାଣାଧିନ ରାସ୍ତା ପ୍ରାୟ ଦୁଇମାସ ତଳେ ହଠାତ ଭୁଷୁଡି ପଡିଥିଲା। ଏନେଇ ମଧ୍ୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ସେହି ଅଭିଯୋଗ ଗୁଡିକର ତଦନ୍ତ କରିବାକୁ ଚଣ୍ଡିଖୋଲସ୍ଥିତ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ନିର୍ଦ୍ଦେଶ ପାଇବା ପରେ ଜାତୀୟ ରାଜପଥର ଚଣ୍ଡିଖୋଲସ୍ଥିତ ପ୍ରକଳ୍ପ କାର୍ଯ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଦର୍ଶି ପ୍ରକାଶଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ କେନ୍ଦ୍ରାପଡାରେ ପହଞ୍ଚି ଉଭୟ ଘଟଣାର ତନଖି କରିବା ସହ ମାନ ପରିଖିଥିଲେ। ଏହି ଟିମ ତାଙ୍କର ତଦନ୍ତ ରିପୋର୍ଟ ରାଜ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି।

Next Post

ଉଦ୍‌ଯାପିତ ହେଲା ନସିଂ ସପ୍ତାହ ଓ ଏଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସର ବାର୍ଷିକ ଉତ୍ସବ

Tue May 19 , 2026
କେନ୍ଦ୍ରାପଡ଼ା, ୧୯/୫: ଏସ୍‌ଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସରେ ସାତଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ନସିଂସପ୍ତାହ ଓ ବାର୍ଷିକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଅନୁଷ୍ଠାନର ପ୍ରଫେସନାଲ ଡାଇରେକ୍ଟର ଜ୍ୟୋତିର୍ମୟୀ ନାୟକଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡେରାବିଶ ବ୍ଲକର ବ୍ଲକ୍ ଉନ୍ନୟନ ଅଧୂକାରୀ ନମିତା ବାରିକ ଯୋଗ ଦେଇ କହିଥିଲେ ଯେ ଛାତ୍ରୀଛାତ୍ରମାନେ ସେବା ମନୋବୃତ୍ତି ନେଇ ଶିକ୍ଷା ଗ୍ରହଣ କରନ୍ତୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading