ଛଅ ଶହ ବର୍ଷର କନିକା ରାଜମେଳଣ , ରାଜାରାଣୀଙ୍କ ସହ ରଙ୍ଗ ଖେଳିଲେ ହଜାର ହଜାର ଲୋକ

blank
କେନ୍ଦ୍ରାପଡ଼ା, ୧୬ା୩ : କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍‌ରେ ୬ଶହ ବର୍ଷର କନିକା ରାଜମେଳଣ ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି। ପାଂଚଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରୀଆ ମେଳଣ ଉତ୍ସବ ପରେ କନିକାର ପ୍ରସିଦ୍ଧ ମେଳଣ ଉତ୍ସବର ଶେଷ ଦିନ କନିକା ରାଜପ୍ରସାଦ ଆଗରେ ରାଜ ମେଳଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ରାଜ ମେଳଣ ଉତ୍ସବକୁ ଦେଖିବା ପାଇଁ ଲୋକେ ପ୍ରତିବର୍ଷ ଚାହିଁ ରହିଥାନ୍ତି। ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା ଠାରୁ ଆରମ୍ଭ କରି ଆଳି, ପଟ୍ଟାମୁଣ୍ଡାଇ ରାଜନଗର ଏବଂ ଚାନ୍ଦବାଲି ଅଂଚଳରୁ ହଜାର ହଜାର ଲୋକେ ଯୋଗଦେଇ ପ୍ରେମ ଓ ପ୍ରୀତିର ପର୍ବ ହୋଲି ଉତ୍ସବକୁ ପାଳନ କରିଛନ୍ତି। ଏହି ମେଳଣରେ ଲୋକେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଏବଂ ରାଣୀ ମୃଣାଳିନୀ ଦେବୀ ହଜାର ହଜାର ଲୋକମାନଙ୍କ ସହିତ ରଙ୍ଗ ଅବିରରେ ହୋଲି ଖେଳି ସମସ୍ତଙ୍କ ଶୁଭକାମନା ଜଣାଇଥିଲେ। ରାଜାରାଣୀ ରାଧାକୃଷ୍ଣଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଛନ୍ତି । ଏହି ଉତ୍ସବରେ ସାଧାରଣ ଜନତା ନିଆରା ଢ଼ଙ୍ଗରେ ରାଜାରାଣୀଙ୍କ ସହିତ ରଙ୍ଗ ଖେଳିବାର ମଜା ନେଇଛନ୍ତି। ୫୦ରୁ ଅଧିକ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ସୁସର୍ଜ୍ଜିତ ବିମାନରେ ଧାଡ଼ି ଧାଡ଼ି ହୋଇ ମେଳଣ ପଡ଼ିଆକୁ ଶୋଭାଯାତ୍ରାରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ପୁରାତନ ହୋଲି ଗୀତ ସାଙ୍ଗକୁ ଘଣ୍ଟ, ହୁଳହୁଳି, କାହାଳୀ, ଝାଞ୍ଜ ମୃଦଙ୍ଗ ସହିତ ନାଚ ଗୀତରେ ଫାଟି ପଡ଼ିଥିଲା ମେଳଣ ପଡ଼ିଆ। କୃଷ୍ଣ ଭଜନ ଗାଇ ଗାଇ ରାଧାକୃଷ୍ଣଙ୍କୁ ଭକ୍ତି ନିବେଦନ କରିଥିଲେ ଲୋକେ। ବିଭିନ୍ନ ଜାତି ଧର୍ମ ଓ ଦଳମତ ନିର୍ବିଶେଷରେ ଭେଦଭାବ ଭୁଲି ମେଳଣ ପଡ଼ିଆରେ ଏକାଠି ହୋଇ ଭାତୃଭାବ ସହିତ ପରସ୍ପର ରଙ୍ଗ ଅବିରରେ ହୋଲି ଖେଳି ଉତ୍ସବ ପାଳନ କରିଛନ୍ତି ଲୋକମାନେ। ରାଜପ୍ରାସାଦର ଆଗରେ ବାବା ଗୋପୀନାଥ ଜୀଉ ,ନୃସିଂହନାଥ ଜୀଉ, ରାଧାକାନ୍ତ ଜୀଉ, କୃଷ୍ଣଚନ୍ଦ୍ର ଜୀଉ ବିମାନରେ ଅତି ଭାବମୟ ପରିବେଶରେ ଚିତାକର୍ଷକ ଶୋଭାଯାତ୍ରାରେ ମେଳଣ ପଡ଼ିଆକୁ ଆସିଥିଲେ। ଏହା ପରେ ସମସ୍ତ ଠାକୁର ବିମାନରେ ରାଜପ୍ରାସାଦ ମଧ୍ୟକୁ ପ୍ରବେଶ କରିଥିଲେ। ରାଜା ଏବଂ ରାଣୀ ରାଧାକୃଷ୍ଣଙ୍କ ପୂଜା କରି ଚଅଁର ସେବା କରିଥିଲେ। ମେଳଣ ପଡ଼ିଆରେ ସମସ୍ତ ବିମାନରେ ରାଧାକୃଷ୍ଣଙ୍କୁ ଦର୍ଶନ କରି ଭୋଗ ଲାଗାଇଥିଲେ। ପୂର୍ବ ପରମ୍ପରା ଅନୁଯାଇ ମେଳଣ ଶେଷ ହେବା ପରେ ରାତିରେ ଗୋପାଳଜୀଉ, ରାସବିହାରୀ ଜୀଉ ଏବଂ ପ୍ରଭୁ ରାଧାକାନ୍ତ ଜୀଉଙ୍କ ଭେଟ ଅନୁଷ୍ଠିତ ହୋଇଥିଲା। ମେଳଣ ପଡ଼ିଆରେ ରାଜାରାଣୀ ସ୍ୱତନ୍ତ୍ର ପୂଜାପାଠ କରି ମେଣ୍ଢା ଗୁହାଳ ପୋଡ଼ିଥିଲେ। ଏହି ମେଳଣ ଉତ୍ସବରେ ରାଜକନିକା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Next Post

ଜାତୀୟ ରାଜପଥ ନିର୍ମାଣରେ ମାଟି ବ୍ୟବହାରକୁ ବନ୍ଦ କରାଯାଉ-ମା.ବା.ପା. ସୁରକ୍ଷା ମଞ୍ଚ

Mon Mar 17 , 2025
କେନ୍ଦ୍ରାପଡ଼ା,୧୭ା୩: ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥକୁ ୮ଲେନ ବିଶିଷ୍ଟ ରାଜପଥରେ ପରିଣତ କରାଯିବା ପାଇଁ ରାସ୍ତା ନିର୍ମାଣ ଚାଲିଛି। ଏହି ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା କେନ୍ଦ୍ରାପଡାର ମାଟି ଓ ବାଲିକୁ ବନ୍ଦ କରାଯିବା ନିମନ୍ତେଌିଲ୍ଲାପାଳଙ୍କ ନିକଟରେ ଦାବି କରିଛି ମାଟି ବାଲି ପାଣି ସୁରକ୍ଷା ମଞ୍ଚ,କେନ୍ଦ୍ରାପଡା। ମଞ୍ଚ ପକ୍ଷରୁ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି ଯେ ଏହି ରାସ୍ତା ନିର୍ମାଣରେ ମାଟି ବ୍ୟବହାରକୁ ସଂପୂର୍ଣ୍ଣରୂପେ ବନ୍ଦ କରାଯିବା ସହିତ ଗତ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading