ପୁଅ ବୋହୁ ଝଗଡା ସମାଧାନ କଲାବେଳେ ମା’ର ଜୀବନ ଗଲା ,ପୁଅ ଅଟକ

blank

ପଟ୍ଟାମୁଣ୍ଡାଇ ୨୨/୭ – ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଓଉପଦା ପଂଚାୟତ ବିଶୁନୁପୁର ଗାଁ ରେ ପୁଅ ନିଜ ଜନ୍ମକଲା ମା’କୁ ମାରିଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛିି । ଘଟଣା ପରେ ଗ୍ରାମବାସୀ ପୁଅକୁ କାବୁ କରି ଗ୍ରାମାଂଚଳ ଥାନାକୁ ଖବର ଦେଇଥିଲେ । ଗ୍ରାମାଂଚଳ ଥାନା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ହେପାଜତକୁ ନେଇଥିଲେ । ଏ ସମ୍ପର୍କରେ ଗ୍ରାମାଂଚଳ ଥାନା ପୋଲିସ ଥାନା କେଶ ନଂ ୨୭୦/୨୫ରେ ଏକ ମାମଲ।ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଓଉପଦା ପଂଚାୟତ ବିଶୁନୁପୁରୁ ଗାଁର ମନୋଜ ମଳିକନିଜ ସ୍ତ୍ରୀ ସସ୍ମିତାକୁ ସହିତ ମଙ୍ଗଳବାର ବିଳମ୍ବିତ ରାତିରେ ଭୀଷଣ ଝଗଡା ଲାଗଥିଲେ । ଏଥିରେ ମନୋଜ ଉତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ କୁ ମାଡ ମାରୁଥିବା ଦେଖି ୫୭ ବର୍ଷ ବୟସ୍କା ବୃଦ୍ଧା ମା ଶାନ୍ତିଲତା ମଳିକ ପ୍ରତିବାଦ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ପୁଅ ମନୋଜ ନିଜ ମା ଶାନ୍ତିଲତାକୁ ଠେଲି ଦେଇଥିଲା ।ଫଳରେ କାନ୍ଥରେ ପିଟିହୋଇରେ ମା ଶାନ୍ତିଲତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।ମା’ର ମୃତ୍ୟୁ ହୋଇଯାଇଥିବା ଦେଖି ପୁଅ ମନୋଜ ଘଟଣାସ୍ଥଳରୁ ଖସି ପଲାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀମାନେ ମନୋଜକୁ କବୁକରି ନେଇଥିଲେ । ପରେ ଗ୍ରାମାଂଚଳ ପୋଲିସକୁ ଖବର ଦେଇଥିଲେ । ଥାନା ଅଧିକାରୀ ଧୀରଜ ଲେଙ୍କା ପୋଲିସ ଟିମ ସହିତ ଘଟଣାସ୍ଥଳରେ ପହଁଚିଂ ମା ହତ୍ୟାକାରୀ ପୁଅ ମନୋଜକୁ ନିଜ ହେପାଜତକୁ ନେଇଥିଲେ । ମନୋଜ ଗତ ୩ ମାସ ତଳେ ବିବାହ କରିଥିଲେ । ପରବର୍ତୀ ସମୟରେ ନିଜ ସ୍ତ୍ରୀ ଓ ପରିବାର ଲୋକଙ୍କୁ ନିୟମିତ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇଆସୁଥିଲେ ବୋଲି ସାହି ପଡିଶା ପ୍ରକାଶ କରିଛନ୍ତି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଅଞ୍ଚଳରେ ଚାଚଂଲ୍ୟ ସୃଷ୍ଟି କରିଛି ।

Next Post

ଶିବାନନ୍ଦ ସେବାଶ୍ରମରେ ସ୍ୱାମୀ ଶିବ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ମହାସମାଧି ଦିବସ ପାଳନ

Wed Jul 23 , 2025
କେନ୍ଦ୍ରାପଡ଼ା,୨୩ା୭ :କେନ୍ଦ୍ରାପଡାର ପିଙ୍ଗଳସ୍ଥିତ ଶିବାନନ୍ଦ ସେବାଶ୍ରମରେ ସ୍ୱାମୀ ଶିବ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ମହାସମାଧି ଦିବସ କେନ୍ଦ୍ରାପଡା ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ପରମାଧ୍ୟକ୍ଷା ଶ୍ରୀ’ମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏଥିନିମନ୍ତେ ମହାମନ୍ତ୍ର ସଂକୀର୍ତ୍ତନ କରାଯାଇ ଆଶ୍ରମସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ତଥା ଦିବ୍ୟ ଅଖଣ୍ଡନାମ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀ’ମା ଶ୍ରଦ୍ଧାଳୁମାନଙ୍କ ଗହଣରେ ଗୁରୁଦେବଙ୍କ ପାଦପୂଜା କରିଥିଲେ। ପରେ ସ୍ୱାମୀ ଶିବ ସ୍ୱରୂପାନନ୍ଦ ସରସ୍ୱତୀଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading