ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

blank
ପଟ୍ଟାମୁଣ୍ଡାଇ,୭ା୯ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ଠିକିରି କେନାଲ ପୋଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତ ଗତିରେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇ ପ୍ରାଥମିକ ଚିକିତ୍ସାରେ ଘରକୁ ଫେରିଥିବା ବେଳେ ଅନ୍ୟ ଯାତ୍ରୀମାନେ ସାମାନ୍ୟ ଆହାତ ହୋଇ ଅଳ୍ପକେ ବର୍ତି ଯାଇଛନ୍ତି ।

blank
ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ଓଡି ୨୯ ଏଫ ୬୯୬୬ ପ୍ରୀନ୍ସ ନାମକ ବସ୍‌ଟି ନିଜ ଗନ୍ତବ୍ୟ ସ୍ଥଳ ରାଜନଗର ରଂଗେଣୀ ଆଡକୁ ଯାଉଥିବା ସମୟରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଠିକିରପୋଲ ନିକଟସ୍ଥ ରାସ୍ତାରେ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ବସଟି ରାସ୍ତା ଏକପାଶ୍ୱର୍କୁ ଧସେଇ ପସି ରାସ୍ତା ତଳକୁ ଖସି ପଡିଥିଲା । ବସର ଆଗ କାଚ ଭାଙ୍ଗି ଯାଇଥିଲା । ଏହାଦେଖି ବସରେ ଥିବା ଯାତ୍ରୀମାନେ ଭୟରେ ଚିତ୍କାର କରିଥିଲେ । ଘଟଣାପ୍ରତି ସ୍ଥାନୀୟ ଲୋକଙ୍କ ନଜର ପଡ଼ିବା ପରେ ସେମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଦୁର୍ଘଟଣାଗ୍ରସ୍ତ ବସ୍ ଭିତରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିଥିଲେ। ଆହତ ୬ ଜଣ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରୁ ପ୍ରାଥମିକ ଚିକିତ୍ସା କରି ଘରକୁ ଫେରିଛନ୍ତି । ଏହି ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ପ୍ରମୁଖ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଡ଼ିର ଯାନ୍ତ୍ରିକ ତ୍ରୁଟି ନା ଚାଳକଙ୍କ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଛି, ସେ ନେଇ ପୋଲିସ ଛାନ୍‌ଭିନ୍ ଚଳାଇଛି।

Leave a Reply

Next Post

ଆପୋଷ ମିଳାମିଶା ଜନସାଧାରଣଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରହିପାରିବ

Wed Sep 9 , 2026
ପଟ୍ଟାମୁଣ୍ଡାଇରେ ସିଭିଲ କୋର୍ଟ ପରିସରରେ ମଧ୍ୟସ୍ଥତା କେନ୍ଦ୍ର ଉଦଘାଟିତ   ପଟ୍ଟାମୁଣ୍ଡାଇ,୯ା୯ – ଜାତୀୟ ଆଇନ ସେବା ପ୍ରାଧିକରଣ ମଧ୍ୟସ୍ଥତା ଓ ମିଳାମିଶା ପ୍ରକଳ୍ପ କମିଟି ଏବଂ ଭାରତର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଦେଶବ୍ୟାପୀ “ମଧ୍ୟସ୍ଥତା ୩.୦’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି କ୍ରମରେ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ତରଫରୁ ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପୃଷ୍ଟିଙ୍କ କରକମଳରେ ପଟ୍ଟାମୁଣ୍ଡାଇ ସିଭିଲ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading