ଆରଡି ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟରେ ମାଡ

blank
କେନ୍ଦ୍ରାପଡ଼ା,୨୫ା୬:କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ(ଆରଡି)ଡିଭିଜନ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟ ଭିତରେ ମାଡ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସାଦର ଥାନା ଅଧିନ ଇଛାପୁରସ୍ଥିତ ଗ୍ରାମ୍ୟଉନ୍ନୟନ(ଆରଡି) ଡିଭିଜନ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶୈଳେନ୍ଦ୍ର କୁମାର ବିଶ୍ୱାଳ ତାଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୨୪ତାରିଖ ବୁଧବାର ଅପରାହ୍ନ ସାଢେ ତିନିଟା ବେଳେ କେନ୍ଦ୍ରାପଡାର ସଂଗ୍ରାମ କିଶୋର ଜେନା ଓ ତାଙ୍କ ସହଯୋଗୀମାନେ ହଠାତ ପଶିଆସି ଥିଲେ। ସେମାନେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଶ୍ୱାଳଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ସହିତ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିସହିତ ଶ୍ରୀ ବିଶ୍ୱାଳଙ୍କୁ ସଂଗ୍ରାମ ଚାପୁଡା ମାରିଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀ ଜେନା ଏହି ଘଟଣା ପୂର୍ବରୁ ବିଭିନ୍ନ ସମୟରେ ତାଙ୍କୁ ଧମକ ଚମକ ଦେଇ ଦାଦାବଟି ମାଗୁଥିବା ମଧ୍ୟ ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ମଧ୍ୟ ଶ୍ରି ବିଶ୍ୱାଳ ଅଭିଯୋଗ କରିଛନ୍ତି। ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ଏସମ୍ପର୍କରେ ପଚାରିବାରେ ସେ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆରଡି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଏହି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇଛନ୍ତି।

Next Post

ଦୃଷ୍ଟିହିନ ଦମ୍ପତ୍ତିଙ୍କ ନାମରେ ଋଣ କରି ଲୁଟିନେଲେ ବିଧାୟକଙ୍କ ପାଖଲୋକ

Thu Jun 25 , 2026
ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କେନ୍ଦ୍ରାପଡ଼ା,୨୫ା୬: ଏକ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ନାମରେ ଋଣ କରି ସଂପୂର୍ଣ୍ଣ ଋଣ ଅର୍ଥକୁ ହଡପ କରିନେଇଛନ୍ତି ମହାକାଳପଡା ବିଧାୟକଙ୍କ ପାଖଲୋକ ତଥା ବିଜେପିର ମଣ୍ଡଳ ସଭାପତି ରଶ୍ମୀରଞ୍ଜନ ସ୍ୱାଇଁ। ଏନେଇ ସଂପୃକ୍ତ ଦମ୍ପତ୍ତି ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅଧିନ ପଳାସପୁର ଗ୍ରାମର ସୋନୁ ମଳିକଙ୍କ ପତ୍ନୀ ରିଙ୍କି ମଳିକଙ୍କ ନାମରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading