ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦଙ୍କ ପୂଣ୍ୟ ଜନ୍ମ ଉତ୍ସବ

blank
କେନ୍ଦ୍ରାପଡ଼ା,୨୯ା୪:ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ୬୬ତମ ପୂଣ୍ୟ ଜନ୍ମ ଉତ୍ସବ୍ୱହାସମାରୋହରେ ପାଳିତ ହୋଇଯାଇଛି। ପବିତ୍ର ସୀତାନବମୀ ଅବସରରେ ନିଆଳି ମେରୀବଟ ଆଶ୍ରମ ପରିସରରେ ଶ୍ରୀମାଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବିଷ୍ଣୁମହାଯଜ୍ଞର ପ୍ରଥମ ଦିବସରେ ଶିଷ୍ୟ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶ୍ରୀମା’ଙ୍କ ପୂଣ୍ୟ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା। ଏଥିସହିତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ, ପିଙ୍ଗଳ ଓ କୋରୋ ଆଶ୍ରମରେ ମଧ୍ୟ ନଗର ପରିକ୍ରମା, ଗୁରୁ ପାଦୁକା ପୂଜନ, ରୁଦ୍ରାଭିଷେକ ଓ ପୂଜାର୍ଚ୍ଚନା କରାଯାଇଥିଲା। ତତ୍ସହିତ ବୃକ୍ଷରୋପଣ ଓ ଅସହାୟ ଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯିବା ସହ ବିଶିଷ୍ଟ ଲୋକମାନଙ୍କ ଦ୍ୱାରା ଶ୍ରୀମାଙ୍କ ସାଧନାମୟ ଜୀବନ ଦର୍ଶନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

Next Post

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ

Wed Apr 29 , 2026
କେନ୍ଦ୍ରାପଡ଼ା,୨୯ା୪: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ୬ଜଣ ଛାତ୍ରଛାତ୍ରୀ ଏବଂ ପଦାର୍ଥ ବିଜ୍ଞାନର ଜଣେ ଛାତ୍ର ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ଅଧିନସ୍ତ ଆନ୍ତର୍ଜାତୀୟ ଫାଇନାନସିଆଲ ଟେକନୋଲୋଜି ନେଟୱାର୍କ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ ଇନ ଫିନ୍ଟେକ ଆଣ୍ଡ ଇନସରଟେକ କୋର୍ସ ପାଇଁ ମନୋନୀତ ହୋଇଛନ୍ତି। ସାରା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଲିଖିତ ପରୀକ୍ଷା ମାଧ୍ୟମରେ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ଏହି କୋର୍ସ ପାଇଁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading