ମୂର୍ଚ୍ଛନା ଓ ଓକା ପକ୍ଷରୁ ଜାତୀୟ ସ୍ତରୀୟ ଶ୍ରୀକ୍ଷେତ୍ର ଲୋକକଳା ମହୋତ୍ସବ

blank
କେନ୍ଦ୍ରାପଡ଼ା,୩ା୧:ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ଜାତୀୟ ସ୍ତରୀୟ ଶ୍ରୀକ୍ଷେତ୍ର ଲୋକକଳା ମହୋତ୍ସବ ଅନ୍ନପୂର୍ଣ୍ଣା ଥିଏଟର ରଙ୍ଗ ମଞ୍ଚରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବସନ୍ତ କୁମାର ଦାସ ଉତ୍ସବର ଆଭିମୁଖ୍ୟ ପ୍ରଦାନ କରିଥିଲେ। ତ୍ରୈମାସିକ ସାହିତ୍ୟ ଓ ସଙ୍ଗୀତ ପତ୍ରିକା ମୂର୍ଚ୍ଛନାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଡ. ତ୍ରିଲୋଚନ ବରାଳ, ମୁଖ୍ୟବକ୍ତା ଭାବେ ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିଶିଷ୍ଟ ଅତିଥି ଭାବେ ଓଡ଼ିଶାର ଲୋକପ୍ରିୟ ଗାୟକ ଅଞ୍ଜଳି ମିଶ୍ର ଓ ଜି ଟିଭି ବିଜେତା ଦେବାଂଶୀ ଦାଶ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଐତିହାସିକ ଓ ଗବେଷକ ଅନୀଲ ଧିର, ବିଶିଷ୍ଟ ସମାଜସେବୀ ଓ କଣ୍ଠଶିଳ୍ପୀ ସୁବାସ ପାଣି, ଓଡ଼ିଶା ହାଇକୋର୍ଟର ଆଇନଜୀବୀ ତାପସ କୁମାର ଦ୍ୱିବେଦୀ, ଭାଗବତ ଟୁଙ୍ଗି ପ୍ରଚାର ସମିତି ଓଡ଼ିଶାର ସଭାପତି ନଙ୍ଗୁଳି ବାବା, ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ସୁବାସ ରଥ, ବ୍ୟଙ୍ଗକବି ତଥା ଓକାର ରାଜ୍ୟ ସଂଯୋଜକ ଡ. ସମ୍ପଦ ରଥ, ସିନେ ସଦସ୍ୟ ଓ ଆକାଶବାଣୀ ଦୂରଦର୍ଶନର ଗୀତିକାର ଇଂ ଅଭୟ କୁମାର ସୂତାର, ନିର୍ଦ୍ଦେଶକ ଓ ପ୍ରଯୋଜକ ଅଶୋକ ଶତପଥୀ, ବିଶିଷ୍ଟ ସମାଜସେବୀ ମୋହନ ଚରଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରକାର କଳାରେ ଲିପ୍ତ ଥିବା କଳାକାର ମାନଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ, ନୀଳଚକ୍ର ସମ୍ମାନ ଓ ଯୁଗଳବନ୍ଦୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗୀତ ମୂର୍ଚ୍ଛନା ଚ୍ୟାନେଲ ପ୍ରସ୍ତୁତି ଚାଲିଥିବା ୬ଟି ଗୀତ ଗୀତିକାର ଦମୟନ୍ତୀ ରାଉତଙ୍କ ଲେଖା ଓ ଦିନେଶ ବସନ୍ତ ଯୋଡ଼ି ସଙ୍ଗୀତ ନିର୍ଦ୍ଦେଶନାରେ ‘ହେ ପ୍ରଭୁ ଲୀଳାମୟ’ ଲୋଗୋ ଉନ୍ମୋଚିତ ହୋଇଥିଲା। ଏହା ଆସନ୍ତା ଫେବୃଆରି ୨୨ ତାରିଖରେ ଭଦ୍ରକ ଟାଉନ୍ ହଲ୍‌ରେ ଭଦ୍ରକ ଲୋକକଳା ମହୋତ୍ସବରେ ଉନ୍ମୋଚନ କରାଯିବ। ଉତ୍ସବର ଉପସ୍ଥାପନା କରିଥିଲେ ପ୍ରଦୀପ କୁମାର ବିହାରୀ। ସନ୍ଧ୍ୟାରେ ଓଡିଶୀ ନୃତ୍ୟଗୁରୁ ମୋନାଲିସା ଷଡ଼ଙ୍ଗୀଙ୍କ ସହାୟତାରେ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଭାତୀ ନାୟକ, ସୁଶାନ୍ତ କୁମାର ପରିଡ଼ା, ଅକ୍ଷୟ ସାମଲ, ବାସନ୍ତୀ ସାହୁ, ବୈଷ୍ଣବ ଚରଣ ପ୍ରଧାନ, ରଞ୍ଜନ କୁମାର ସାହୁ, ବିଜୟ କେତନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Next Post

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭଙ୍କୁ ଶ୍ରଦ୍ଧାଞ୍ଜଳି

Sat Jan 3 , 2026
କେନ୍ଦ୍ରାପଡ଼ା,୩ା୧:ଆଧୁନିକ ଓଡିଶାର ନିର୍ମାତା, ମହାନ ରାଜନୀତିଜ୍ଞ, ସାମ୍ବାଦିକ, ସାହିତ୍ୟିକ, ଦୂରଦର୍ଶୀ ରାଜନେତା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଜନ୍ମ ଶତବାର୍ଷିକୀ ଅବସରରେ କେନ୍ଦ୍ରାପଡାରେ ଜାନକୀବଲ୍ଲଭ ସ୍ମୃତି ପରିଷଦ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କେନ୍ଦ୍ରାପଡା ସହରର ପୂର୍ତ୍ତ ଡିଭିଜନ ସମ୍ମୁଖରେ ଥିବା ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସମାରୋହ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading