ପଟ୍ଟାମୁଣ୍ଡାଇ ପୌର ପରିଷଦ ୱାର୍ଡ ୩ ଓ ୪ରେ ସ୍ଥିତି ପରଖିଲେ ଓ ରିଲିଫ ବାଣ୍ଟିଲେ ରାଜନଗର ବିଧାୟକ ଧ୍ରୁବ ସାହୁ

blank
ପଟ୍ଟାମୁଣ୍ଡାଇ ତା ୨୯/୮-ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟା ରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ଏହି ପୌରାଞ୍ଚଳର ୩ନଂ ଓ ୪ନଂ ୱାର୍ଡ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ହେବ ଜଳବନ୍ଦୀ ହୋଇରହିଛି ।  ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି । ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।  ବନ୍ୟାରେ ବହୁ ଲୋକଙ୍କ ଘର ଭାଙ୍ଗି ଥିବାରୁ ବାସହରା ହୋଇ ବିଭିନ୍ନ ସ୍ଥାନରେ ମୁଣ୍ଡ ଗୁଞ୍ଜିଛନ୍ତି । ରାଜନଗର ବିଧାୟକ ଚଳିତ ବନ୍ୟାରେ ପୌର ପରିଷଦର ବନ୍ୟା ବିପନ୍ନ ୱାର୍ଡକୁ ଯାଇ ଅବସ୍ଥା ଅନୁଧ୍ୟାନ କରି ଥିବାବେଳେ ସମ୍ପ୍ରତି ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ୩ନଂ ଓ ୪ନଂ ୱାର୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଆଜି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁ ବ୍ଲକ ବିଜେଡି ସଭାପତି କିଶୋର ସାହୁ,ନଗର ବିଜେଡି ସଭାପତି ବୁଢା ଲେଙ୍କା, କାଉନସିଲର ପ୍ରଶାନ୍ତ ବାରିକ ତୁଷାର ରଞ୍ଜନ ବେହେରା, ଶଙ୍କର୍ଷଣ ନାୟକ ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ସହିତ ବନ୍ୟା ବିପନ୍ନ ତନୁପୁର,ନନ୍ଦିନୀ ନଗର ଗ୍ରାମକୁ ଯାଇ ସ୍ଥିତି ପରଖିବା ସହିତ ରିଲିଫ ବଣ୍ଟନ କରିଥିଲେ ।  ପଟ୍ଟାମୁଣ୍ଡାଇ ପୌର ପରିଷଦର ସମସ୍ତ ବନ୍ୟା ବିପନ୍ନମାନଙ୍କୁ ୧୫ଦିନ ରିଲିଫ ରନ୍ଧା ଖାଦ୍ୟ ପାଲ, ପର୍ଯ୍ୟାପ୍ତ ଗୋଖାଦ୍ୟ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି ।

Leave a Reply

Next Post

ନେପାଳ ପ୍ରଳୟଙ୍କର ବନ୍ୟା: ଜିଲର ଭୂ ପ୍ରବାସୀ ନେପାଳରେ , ଜିଲା ଶ୍ରମ ବିଭାଗର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ,

Sat Aug 29 , 2026
  ଚିନ୍ତାରେ ପ୍ରବାସୀଙ୍କ ପରିବାର ପଟ୍ଟାମୁଣ୍ଡାଇ୨୯/୮ – ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କର ବନ୍ୟା, ପାହାଡ଼ ଧସିବା ଓ ବ୍ୟାପକ ବିପର୍ଯ୍ୟୟ ଯୋଗୁଁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଶତାଧିକ ପ୍ରବାସୀ ଶ୍ରମିକ ସେଠାରେ ଫସି ରହିଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଫଳରେ ସେମାନଙ୍କର ସୁରକ୍ଷାକୁ ନେଇ ଏଠାକାର ଗାଁ ଗଣ୍ଡାରେ ଥିବା ପରିବାର ଲୋକେ ଗଭୀର ଚିନ୍ତା ଓ ଦୁର୍ଭାବନା ମଧ୍ୟରେ ଦିନ କାଟୁଛନ୍ତି। ଏତେବଡ଼ ସଙ୍କଟସଜନକ ପରିସ୍ଥିତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading