ମହ୍ଲାର ଅର୍କେଷ୍ଟ୍ରାର ମେଘ ମହ୍ଲାର କାର୍ଯ୍ୟକ୍ରମ

blank

କେନ୍ଦ୍ରାପଡ଼ା, ୪/୭- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମହ୍ଲାର ଅର୍କେଷ୍ଟ୍ରା ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ବର୍ଷା ସଙ୍ଗୀତ, ନୃତ୍ୟ ଏବଂ କବିତା ମେଘ ମହ୍ଲାର ଆସର ଅନୁଷ୍ଠିତ ହୋଇଥିଲା । ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ଅଧ୍ୟକ୍ଷତା କରିଥିରେ । ଅନୁଷ୍ଠିତ ଏହି ସାରସ୍ୱତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଉପେନ୍ଦ୍ର କୁମାର ପାଢୀ ଚତ୍ତାକର୍ଷକ ଓଡ଼ିଶୀ ସଙ୍ଗୀତ, ନିରୁପମା ଜେନା ମେଘ ମହ୍ଲାର ରାଗ ଆଧାରିତ ଲଘୁ ଶାସ୍ତ୍ରୀୟ ସଙ୍ଗୀତ, ରଞ୍ଜନ ବରାଳ କାମ ବର୍ଦ୍ଧନୀ ରାଗ ଆଧାରିତ ଭଜନ ଏବଂ ବିମଳ ପ୍ରସାଦ ପରିଡା ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଭଜନ ପରିବେଷଣ କରିଥିଲେ। ଅଜୟ ଜେନା, ବଳରାମ ମଲିକ, କୈଳାସ ପରିଡା ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ। ନୃତ୍ୟ ଶିଳ୍ପୀ ରୂପାଲି ସୂତାର ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ କ୍ରମରେ ମଙ୍ଗଳାଚରଣ ପରିବେଷଣ କରିଥିଲେ। ବିମଳ ପରିଡା, ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ପ୍ରବଚକ ବିକ୍ରମ କେଶରୀ ପରିଡା ବର୍ଷା ଉପରେ ଆଧାରିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଡ଼ିଓ ଭାବଗ୍ରାହୀର ଇଞ୍ଜିନିୟର ବିଶ୍ୱଜିତ ପରିଡା, ସୁଶ୍ରୀ ସଙ୍ଗୀତା ଜେନା, ଇତିଶ୍ରୀ ଖୁଣ୍ଟିଆ, ଦିବ୍ୟଜ୍ୟୋତି ପରିଡା, ଚିତ୍ତରଞ୍ଜନ ପ୍ରଧାନ, ଭାଗ୍ୟଲକ୍ଷ୍ମୀ ପରିଡା,ଶୁଭଲକ୍ଷ୍ମୀ ପରିଡା, ସ୍ମୃତି ରେଖା ବିଶ୍ୱାଳ, ବିଜୟ ଚନ୍ଦ୍ର ଦାସ, କେଦାର ସ୍ୱାଇଁ, ସ୍ୱର୍ଣକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମହ୍ଲାର ଅର୍କେଷ୍ଟ୍ରାର ସମ୍ପାଦକ ରଞ୍ଜନ କୁମାର ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଆମ ବିଦ୍ୟାଳୟ ପୁସ୍ତକ ଉନ୍ମୋଚିତ

Fri Jul 4 , 2025
ପଟ୍ଟାମୁଣ୍ଡାଇ ତା ୪/୭-ପ୍ରତ୍ୟେକ ବିଦ୍ୟାଳୟରେ ପାଳିତ ହେଉଥିବା ବିଭିନ୍ନ ଦିବସର ଗୁରୁତ୍ୱ ରହିଥିବାରୁ ଏହି ଦିବସ ଗୁଡ଼ିକ ଆମ ପିଲାଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇ ଥାଏ। ଆମ ବିଦ୍ୟାଳୟ ଆମ ଦିବସ ପୁସ୍ତକଟି ପିଲାମାନଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି କବି ଅନ୍ତର୍ଯ୍ୟାମୀ ବେଜଙ୍କ ଲିଖିତ ପ୍ରଥମ କବିତା ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟ ଉଚ୍ଚ ଶିକ୍ଷା, ଭାଷା ସାହିତ୍ୟ ସଂସ୍ମୃତି ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading