୨ କେନ୍ଦ୍ରମନ୍ତ୍ରୀ, ସାଂସଦଙ୍କ ବିରୋଧରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏସପିଙ୍କୁ ଦାବିପତ୍ର

blank
କେନ୍ଦ୍ରାପଡ଼ା୨୫/୨ ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭାଜପାର ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ସାଂସଦଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରମନ୍ତ୍ରୀ ହରଦିପ ସିଂହ ପୁରୀ, ସାଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜୁଜୁ, ସାଂସଦ ନିଶିକାନ୍ତ ଦୁବେଙ୍କ ବିରୋଧରେ ଏହି ଅଭିଯୋଗ କରଯାଇଛି। ଅପମାନଜନକଭାଷା ପ୍ରୟୋଗ, ମାନହାନି, ଉଦ୍ଦେଶ୍ୟମୁଳକ ଭାବେ ଅପମାନ ଏବଂ ଜନମାନଶରେ ବିଭ୍ରାନ୍ତି ସୃଷ୍ଟିକରୀ ବୟାନ ଦେବା ଏବଂ ଭାରତୀୟ ନ୍ୟୟ ସଂହିତା ( ବିଏନଏସ) ୨୦୨୩ ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ମାମଲା ପଞ୍ଜିକରଣ ଦାବି କରିଛନ୍ତି। ବିଏନ୍‌ଏସ ଧାରା ୩୫୬( ମାନହାନି) ମିଥ୍ୟା ଅଭିଯୋଗ ମାଧ୍ୟମରେ ରାହୁଲଙ୍କ ପ୍ରତିଷ୍ଠାଙ୍କୁ କ୍ଷତି ପହଞ୍ଚିବା, ଧାରା ୩୫୧(ଅପରାଧିକ ଭୟ) ତାଙ୍କୁ ରାଜନୀତିରୁ ନିଷିଦ୍ଧ କରିବା ପାଇଁ ଧମକ, ଧାରା ୩୫୨ ଅନୁଯାୟୀ (ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ) ଅପମାନ ଜନକ ଶବ୍ଦ ପ୍ରୟୋଗ, ତାଙ୍କ ଚରିତ୍ର ଅପମାନିତ କରିବା, ଧାରା ୩୫୩ ଅନୁଯାୟୀ ସତ୍ରୁତାକୁ ପ୍ରୋତ୍ସାହିତ କରିବା ତଥା ଜନସାଧାରଣଙ୍କୁ ବିଭ୍ରାନ୍ତି କରିବା ଏବଂ ବିବାଦ ସୃଷ୍ଟି କରୀ ବିବୃତି ଦେବା ଅଭିଯୋଗରେ ମାମଲା ପଞ୍ଜିକରଣ ଦାବି କରିଛି ଜିଲ୍ଲା କଂଗ୍ରେସ। ଏଥି ସହିତ କେନ୍ଦ୍ରମନ୍ତ୍ରୀ ପୁରୀଙ୍କ ଏପଷ୍ଟାଇନ ଲିଙ୍କ ପାଇଁ ଧାରା ୧୪୩, ଧାରା ୧୦୯ ଲାଗୁ କରିବାକୁ ଦାବି କରିଛନ୍ତି। ପୁରୀଙ୍କୁ ଏପଷ୍ଟାଇନଙ୍କ ସହ ସମ୍ପର୍କ ରହିଛି, ତାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ। ନିରପକ୍ଷ ତଦନ୍ତ ସହ ଇସ୍ତାଫା ଦେବାକୁ ଦାବି କରିଛି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ।

blank

ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏତଲା ଦିଆଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକା ସିପ୍ରା ମଲ୍ଲିକ, ଜିଲ୍ଲା ପ୍ରାକ୍ତନ ସଂଯୋଜକ ପ୍ରଫୁଲ୍ଲ ଦାସ, ଜିଲ୍ଲା ଉପସଭାପତି ସତ୍ୟପ୍ରିୟ ସାମଲ, ନଗର ସଭାପତି ଦିଲିପି ପ୍ରଧାନ, ବ୍ଲକ ସଭାପତି ପଙ୍କଜ ଦାସ,ସାଧାରଣ ସଂମ୍ପାଦକ ବିଜୟ ପଣ୍ଡା, ପ୍ରକାଶ ମହାନ୍ତି, ଜ୍ୟୋତି ରଞ୍ଜନ ପରିଡ଼ା, ଚିତ୍ତ ରଞ୍ଜନ ତରାଇ, ରାଜିବ ଲୋଚନ ମିଶ୍ର, ସିତାଂଶୁ ଲେଙ୍କା, ତପନ ପାତ୍ର, କୋଷାଧ୍ୟକ୍ଷ ଭାଗିରଥି ଜେନା, ସର୍ବେଶ୍ୱର ସେଠି, ସନ୍ତୋଷ ବେହେରା, ଦର୍ପ ସାହୁ, ମାନଗୋବିନ୍ଦ ଦାଶ, ଓ ଶତାଧିକ କଂଗ୍ରେସ ଦଳର କର୍ମ କର୍ତ୍ତା ଯୋଗ ଦେଇଥିଲେ ।

Next Post

ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ ପାଇଁ ବ୍ୟାପକ ପ୍ରସ୍ତୁତି , ପୁରାତନ ଛାତ୍ରଛାତ୍ରୀ ପରିଷଦ ଗଠିତ

Wed Feb 25 , 2026
ପଟ୍ଟାମୁଣ୍ଡାଇ ତା ୨୫/୨- କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ କଲେଜ ପଟ୍ଟାମୁଣ୍ଡାଇ ଅଂଚଳର ଗୌରବମୟ ଇତିହାସର ମୂକସାକ୍ଷୀ ପଟ୍ଟାମୁଣ୍ଡାଇ କଲେଜର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପଟ୍ଟାମୁଣ୍ଡାଇ କଲେଜର ୫୦ବର୍ଷ ପୂର୍ତ୍ତି ଉତ୍ସବକୁ ମନୋରମ ଓ ଉଦାହରଣୀୟ କରିବା ପାଇଁ କଲେଜ କର୍ମଚାରୀ ପରିଷଦ ବୈଠକରେ ନୀତିଗତ ନିଷ୍ପତ୍ତି ନିଆ ଯାଇଛି ।  ଆସନ୍ତା ଏପ୍ରିଲ ୩ ୪ ୫ ତାରିଖ ୩ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading