ତୁଳସୀକ୍ଷେତ୍ରରେ ଘୋଷଯାତ୍ରା ଶ୍ରୀଗୁଣ୍ଡିଚାରେ ବ୍ରହ୍ମ ତାଳଧ୍ୱଜରେ ଶ୍ରୀବଳଦେବଜୀଉ ଏକଘଣ୍ଟା ବିଳମ୍ବରେ ଟଣାଗଲା ବ୍ରହ୍ମ ତାଳଧ୍ୱଜ

blank
କେନ୍ଦ୍ରାପଡ଼ା,୨୭ା୬: ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ରଥଦାଣ୍ଡ। ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା ତୁଳସୀକ୍ଷେତ୍ର ରଥଦାଣ୍ଡର ଗଗନ ପବନ। ବ୍ରହ୍ମ ତାଳଧ୍ୱଜ ରଥକୁ ଛୁଇଁବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଆବେଗ ବଢି ଯାଇଥିଲା। ଭକ୍ତ ଓ ଭଗବାନଙ୍କ ମିଳନ ବର୍ଷକରେ ଥରେ ଥିଲା ବେଶ ଭାବବିହ୍ୱଳିତ। ଭକ୍ତମାନଙ୍କ ଆଖିରୁ ଝରି ପଡ଼ୁଥିଲା ଅଶ୍ରୁ। ରଥାରୂଢ ଶ୍ରୀଜୀଉମାନଙ୍କୁ ଦେଖିବାକୁ ବ୍ୟାକୁଳ ହୋଇ ଉଠିଥିଲେ ଭକ୍ତମାନେ। ରଥ ଟାଣିବାର ଅପୂର୍ବ ଅନୁଭୂତିକୁ କେହି ହାତଛଡା କରିବାକୁ ଚାହୁଁନଥିଲେ। ତେଣୁ ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ରଥ…ପଥ…ବ୍ରହ୍ମ ତଳଧ୍ୱଜ ହୋଇଥିଲା ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉମୟ। ଅର୍ଥାତ ବ୍ରହ୍ମ ତାଳଧ୍ୱଜ ରଥ ଉପରେ ବଡ଼ ଭାଇ ବଳଭଦ୍ର, ସୁନା ଭଉଣୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଭକ୍ତମାନେ ଖୁସିରେ ଗଦଗଦ ହୋଇପଡିଥିଲେ। ଶୁକ୍ରବାର ସକାଳୁ ରଥାରୂଢ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ରଥଦାଣ୍ଡ ଲୋକାରଣ୍ୟ ହୋଇଯାଇଥିଲା। ଶ୍ରୀଜୀଉମାନେ ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ। ଏହାପରେ ବ୍ରହ୍ମତାଳଧ୍ୱଜ ରଥ ଗଡିବା ପାଇଁ ପ୍ରସ୍ତୁତ ହୋଇଥିଲା। ଭକ୍ତମାନଙ୍କ ଭାବାବେଗକୁ ଦେଖି ପ୍ରଶାସନ ରଥ ଟାଣିବା ପାଇଁ ପ୍ରସ୍ତୁତ ହେବା ପରେ ଅପରାହ୍ଣ ପ୍ରାୟ ସାଢେ୫ଟା ବେଳେ ଏକଘଣ୍ଟା ବିଳମ୍ବରେ ରଥ ଟଣା ହୋଇଥିଲା। ରଥ ଟଣାହେବାକୁ ସାଢେ ୪ଟା ସମୟ ନିର୍ଘଣ୍ଟ ହୋଇଥିଲେ ମଧ୍ୟ ଭକ୍ତଙ୍କ ଭାବାବେଗକୁ ଦେଖି ଏହା ଏକ ଘଣ୍ଟା ବିଳମ୍ବିତ ହୋଇଥିଲା। ଫଳରେ ସାଢେ ୫ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ରଥ ଟାଣିବା ପାଇଁ ତ୍ରିସ୍ତରୀୟ ପୋଲିସ କର୍ଡନ ବ୍ୟବସ୍ଥା ହୋଇଥିଲା। କର୍ଡ଼ନ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, କେନ୍ଦ୍ରାପଡା ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୈାଡା କର୍ଡ଼ନ ମଧ୍ୟରେ ରହି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରୁଥିଲେ। ତାଙ୍କୁ ସହଯୋଗ କରୁଥିଲେ ଟାଉନ୍ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ଇନ୍ସପେକ୍ଟର ରାଜେନ୍ଦ୍ର ମହାପାତ୍ର,ଇନ୍ସପେକ୍ଟର ସୈାମ୍ୟରଞ୍ଜନ ବିଶ୍ୱାଳ, ଇନିସପେକ୍ଟର ଧିରଜ ଲେଙ୍କା, ପଦ୍ମାଳୟା ପ୍ରଧାନ ଓ ତପନ ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ଥାନାର ଅଧିକାରୀମାନେ। ରଥ ଉପରକୁ ଛୋଟ ଛୋଟ ପିଲାମାନଙ୍କୁ ଉଠାଇବାକୁ ସେବାୟତମାନଙ୍କ ମଧ୍ୟରେ ବେଶ ପ୍ରତିଯୋଗିତା ଦେଖିବାକୁ ମିଳିିଥିଲା। ରଥ ଉପରକୁ ଛୋଟ ପିଲାମାନଙ୍କୁ ଉଠାଇ ଶ୍ରୀଜୀଉଙ୍କ ଦର୍ଶନ କରାଇବା ପାଇଁ ସେବାୟତମାନେ ଭକ୍ତମାନଙ୍କ ଠାରୁ ଦକ୍ଷିଣା ନେଉଥିଲେ। କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଚାଲିଥିଲା। ଲୋକେ ସେମାନଙ୍କ ପିଲାମାନଙ୍କୁ ରଥ ଛୁଇଁବାକୁ ଛାଡୁଥିବାରୁ ଆମେ ରଥ ଉପରକୁ ଚଢାଉଛୁ ବୋଲି ଅନ୍ୟ ଜଣେ ସେବାୟତ କହିଥିଲେ। ଫଳରେ ପୋଲିସ ନୀରବ ରହିବାକୁ ବାଧ୍ୟ ହୋଇଥିଲା। ସେମାନଙ୍କୁ ବିରୋଧ କଲେ ରଥ ଗଡାଇ ଦେବେ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ। ସେଥିପାଇଁ ପୋଲିସ ନୀରବ ରହିବାକୁ ବାଧ୍ୟ ହୋଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ। ରଥ ସିଂହଦ୍ୱାରରୁ ଟଣା ହୋଇ ଦେବୋତ୍ତର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହା ହେଉଛି ତୁଳସୀ କ୍ଷେତ୍ରର ପରମ୍ପରା। ଆସନ୍ତା କାଲି ଅର୍ଥାତ ଶନିବାର ରଥ ଟଣା ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଚକଡା ଲାଗିବ। ପରେ ରଥାରୂଢ ଶ୍ରୀଜୀଉମାନେ ଜନ୍ମବେଦୀ ତଥା ମାଉସୀ ମା’ଙ୍କ ମନ୍ଦିରକୁ ପ୍ରବେଶ କରିବାର ପରମ୍ପରା ରହିଛି। ରଥ କର୍ଡନ ନିକଟରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ଅରୁଣ କୁମାର ନାୟକ, ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଶ୍ରୀକ୍ଷେତ୍ର ଜନସମୁଦ୍ର, ଭକ୍ତ-ଭଗବାନ ଏକାକାର,

Fri Jun 27 , 2025
ପୁରୀରେ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ପାଦେ ଗଡିଲା ନନ୍ଦିଘୋଷ ବଳଗଣ୍ଡିରେ ତାଳଧ୍ୱଜ, ମରିଚିକୋଟରେ ଅଟକିଲା ଦର୍ପଦଳ ଶନିବାର ସକାଳ ୯.୩୦ରୁ ପୁଣି ରଥଟଣା ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର ଅଧିକ ଭକ୍ତଙ୍କ ପାଇଁ ରଥଟଣା ବିଳମ୍ବ : ଆଇନ ମନ୍ତ୍ରୀ ପୁରୀ,୨୭ା୬(ଲୋକମତ): ଆରମ୍ଭ ହେଲା ଲୀଳାମୟ ଠାକୁରଙ୍କ ନବଦିନାତ୍ମକ ଯାତ୍ରା। ଘଣ୍ଟ ଘଣ୍ଟା ଧ୍ୱନି ମଧ୍ୟରେ ତିନି ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିଲେ ଭକ୍ତ। ରତ୍ନସିଂହାସନରୁ ରଥ ଉପରକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading