ବିମଳଙ୍କ ସ୍ମୃତିରେ ଅଣ୍ଢରା ଶ୍ରୀରାମ ମନ୍ଦିରରେ ଦୀପଦାନ

blank
ପଟ୍ଟାମୁଣ୍ଡାଇ ୨୦/୭ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ଜୟ ହିନ୍ଦ ହାଇସ୍କୁଲ ୧୯୮୦ବ୍ୟାଚର ମେଧାବୀ ଛାତ୍ର ତଥା ଓଡିଶା ସରକାରଙ୍କ ପୂର୍ବତନ ଅଧିକାରୀ ନୂଆପଡା ଗ୍ରାମର ଦିବଂଗତ ବିମଳ ରାଉତଙ୍କ ଆତ୍ମାର ସଦଗତି ପାଇଁ ଅଣ୍ଢରା ଶ୍ରୀରାମ ମନ୍ଦିର ଠାରେ ୧୯୮୦ ବ୍ୟାଚ ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂଜାପାଠ ଓ ସମୂହ ଦୀପଦାନ କରାଯାଇଛି । ପୁରାତନ ଛାତ୍ର ପ୍ରଦୀପ୍ତ କିଶୋର ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ସମୂହ ଦୀପଦାନ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଗୁରୁ ଚରଣ ବିଶ୍ୱାଳ, ସରୋଜକାନ୍ତ ମଲ୍ଲିକ, ପ୍ରେମାନନ୍ଦ ପ୍ରଧାନ, ମନୋରଞ୍ଜନ ସାହୁ, ଭାସ୍କର ମଲ୍ଲିକ, ଶ୍ରୀନିବାସ ବିଶ୍ୱାଳ,କୈଳାଶ ବାରିକ, ନିରଞ୍ଜନ ମଲ୍ଲିକ ପ୍ରମୁଖ ବହୁ ପୁରାତନ ଛାତ୍ର ଓ ମାନ୍ୟଗଣ୍ୟ ବ୍ୟକ୍ତି ସମାଜସେବୀ ସାମିଲ ହୋଇ ଦିବଂଗତ ବିମଳ ରାଉତଙ୍କ ସ୍ମୃତି ଚାରଣ କରିବା ସହିତ ଆତ୍ମାର ସଦଗତି ପାଇଁ ଦୀପଦାନ କରିଥିଲେ । ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ୧୯୮୦ ବ୍ୟାଚ ପୁରାତନ ଛାତ୍ର ସଂସଦର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Next Post

ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଧୋୟାଞ୍ଚଳରେ ଘେରିବନ୍ଧ ନିର୍ମାଣ କରାଯାଉ '; ବିଧାୟକ ଗଣେଶ୍ୱର ବେହେରା

Mon Jul 21 , 2025
କେନ୍ଦ୍ରାପଡା,୨୧ା୭:  କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, କାଣୀ ଆଦି ନଦୀର ତଟବର୍ତ୍ତୀ ଅଞ୍ଚଳବାସୀ ବର୍ଷା ଦିନ ଆସିଲେ ଭୟରେ କାଳାତିପାତ କରନ୍ତି। ଏହି ସବୁ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ହେଉଥିବାବେଳେ ଚଳିତ ବନ୍ୟା ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ତଥାପି ବନ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ଦୃଢ଼ ପଦକ୍ଷେପ ନିଆଯାଇପାରିନାହିଁ। କେବଳ ସମ୍ଭାବ୍ୟ ବନ୍ୟାର କିଛିଦିନ ପୂର୍ବରୁ ଏବଂ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading