ମହାକାଳପଡ଼ା ବ୍ଲକ୍‌‌ ଅଧ୍ୟକ୍ଷା ଅନାସ୍ଥା ଭୋଟ୍‌‌ରେ ହାରିଗଲେ

blank

କେନ୍ଦ୍ରାପଡ଼ା ୨୮ା୫-କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟ୍‌ରେ ହାରିଯାଇଛନ୍ତି।ବୁଧବାର ଆୟୋଜିତ ବୈଠକରେ ୪୯ ଜଣ ସଭ୍ୟାସଭ୍ୟ ଉପସ୍ଥିତ ରହି ଅନାସ୍ଥାକୁ ସମର୍ଥନ କରିଥିଲେ। ଅପରପକ୍ଷରେ ବ୍ଲକରେ ୩୧ ପଂଚାୟତର ମୋଟ ୬୨ ସରପଂଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ। ଅନାସ୍ଥା ବୈଠକରେ ଦୁଇ ତୃତୀୟାଂଶ ଅର୍ଥାତ୍ ୪୪ ଜଣଙ୍କ ସମର୍ଥନ ଆବଶ୍ୟକତା ରହିଥିଲା। ତେବେ ସମର୍ଥନ ଅଭାବରୁ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତ ନିଜ ପଦବୀ ହରାଇଛନ୍ତି। ବୁଧବାର ପୂର୍ବାହ୍ନରେ ୪୯ ଜଣ ସଭ୍ୟାସଭ୍ୟ ବ୍ଲକ ମୁଖ୍ୟ ଫାଟକ ଦେଇ ସଭାଗୃହରେ ପହଞ୍ଚିଥିଲେ। ସଭାଗୃହରେ ତହସିଲଦାର ତଥା ଇଲେକ୍ସନ ଅଫିସର ଶିବ ମଲ୍ଲିକ ଓ ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର ଉପସ୍ଥିତ ଥିଲେ। ପରେ ଅନାସ୍ଥା ଭୋଟିଂ କରାଯାଇଥିଲା। ତେବେ ୬୨ ସଦସ୍ୟଙ୍କ ମଧ୍ୟରୁ ୪୯ ଜଣ ଉପସ୍ଥିତ ଥିଲେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଫଳାଫଳ ସରକାରୀ ଭାବରେ ଘୋଷଣା କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।ଅପରପକ୍ଷରେ ବ୍ଲକ ଅଧ୍ୟକ୍ଷାଙ୍କ ପକ୍ଷରୁ ବୈଠକ ବାତିଲ ପାଇଁ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିଶନ ଦାଖଲ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେକୁ କାଏମ ରଖିଛନ୍ତି ବୋଲି କୁହାଯାଇଛି। ବ୍ଲକ ସମ୍ମୁଖରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

Next Post

ସରକାରୀ ଅର୍ଥର ଦୂରୁପଯୋଗ ; ଅର୍ଥଭାବ ଯନ୍ତାରେ ଛଟପଟ ଲୋକେ

Thu May 29 , 2025
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ସରକାରୀ କାର୍ଯ୍ୟାଳୟ ଗୁଡିକରେ ଅବ୍ୟବସ୍ଥା ଦେଖା ଦେଇଛି । ସରକାର ବିଭିନ୍ନ ବିଭାଗ ମାଧ୍ୟମରେ ଅଧିକାରୀ ଓ କର୍ମଚାରୀ ରଖି ତଦାରଖ ଦାୟୀତ୍ୱ ଦେଇଛନ୍ତି । ହେଲେ ଅଧିକାରୀ ଓ କର୍ମଚାରୀ ନିଜ କାର୍ଯ୍ୟରେ ଅବହେଳା, ଅନିୟମିତତା, ସରକାରୀ ଅର୍ଥର ଦୂରୁପଯୋଗ ଏବଂ ପରିଚାଳନାଗତ ତ୍ରୁଟି କରୁଥିବା ଦେଖିବାକୁ ମିଳିଛି । ଲୋକେ ଅଭିଯୋଗ କଲେ ମଧ୍ୟ ଅଣଦେଖା କରାଯାଉଛି । ଫଳରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading