
ପଟ୍ଟାମୁଣ୍ଡାଇ ତା ୧୯/୮- ଚଳିତ ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ଶ୍ରୀରାମପୁର ପଂଚାୟତ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଏହି ପଂଚାୟତରେ ବନ୍ୟା ବିଭେଷିକାର ଚରମ ରୂପ ଦେଖିବାକୁ ମିଳିଛି । ଆଜି ରାଜନଗର ବିଧାୟକ ଧ୍ରୁବ ସାହୁ ଶ୍ରୀରାମପୁର ପଂଚାୟତର ପାଳପାଟଣା, ଶ୍ରୀରାମପୁର କଦମଦାଣ୍ଡି ଗ୍ରାମକୁ ଯାଇ ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହିତ ବିପନ୍ନମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ନିଜ ପକ୍ଷରୁ ରିଲିଫ ବଣ୍ଟନ କରିଥିଲେ । ବିଧାୟକ ଶ୍ରୀସାହୁଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଶ୍ରୀରାମପୁର ସରପଞ୍ଚ ସସ୍ମିତା ସେଠୀ ଯୁବନେତା ପ୍ରତାପ ସେଠୀ, ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକପ୍ରତିନିଧି ବନ୍ୟା ବିପନ୍ନ ପାଳପାଟଣା, ଶ୍ରୀରାମ ପୁର କଦମଦାଣ୍ଡି ଗସ୍ତ କରିଥିଲେ ।
