ଅଳପୁଆ ଦାମୋଦରପାଟଣା ଗ୍ରାମରୁ ୧୦ଲକ୍ଷ ଟଙ୍କା ଚୋରୀ ଚୌଦକୁଲାଟ ଫାଣ୍ଡିରେ ଏତଲା

blank
ପଟ୍ଟାମୁଣ୍ଡାଇ ୨୮/୭ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର କନକଲତା ଦାସଙ୍କ ଘରେ ଏକ ବଡ଼ଧରଣର ଚୋରୀ ହୋଇଛି । ଏ ସମ୍ପର୍କରେ କନକଲତା ଚୌଦକୁଲାଟ ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି । ଫାଣ୍ଡିରେ ହୋଇଥିବା ଏତଲା ଅନୁଯାୟୀ ଗୃହକର୍ତା କନକଲତା ଗତ ୨୫ତାରିଖ ଦିନ ନିଜ ଝିଅ ସହିତ ପୁରୀ ଧ୍ୟାମକୁ ଯାଇଥିଲେ । ଘରେ ପରିବାରଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେହି ଦିନ ରାତିରେ କେତେକ ଦୁବୃର୍ତ ଘର ଗ୍ରିଲ ଓ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରି ଦସ୍ତା ବାକ୍ସରେ ଥିବା ନଗଦ ୮୫ହଜାର ଟଙ୍କା, ୩୦ଗ୍ରାମ ଓଜନର ୩ଟି ସୁନା ହାର,୩୫ଗ୍ରାମର ସୁନା ରାଣୀ ହାର, ୫୦ଗ୍ରାମ ଓଜନର ସୁନାହାର, ୪ଟି ସୁନା ମୁଦି, ୪ଟି ସୁନା ଶଙ୍ଖା,୩ହଳ ସୁନା କାନଫୁଲ ୩ଟି ସୁନା ମଙ୍ଗଳସୂତ୍ର, ରୁପା ମୁଦି ପାଉଁଜି ପଟି ସହିତ ଟିଭି ଓ ପାଣି ପମ୍ପ ଚୋରୀ କରି ନେଇଥିବା କନକଲତା ଚୌଦକୁଲାଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପ୍ରାୟ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମାମଲା ନଂ-୩୧୫/୨୦୨୬ ରୁଜୁ କରି ଏହି ଚୋରୀ ଘଟଣାର ତଦନ୍ତ ଚଳାଇଛି ।

Leave a Reply

Next Post

ପୌର ଉନ୍ନତିମୂଳକ କାର୍ଯ୍ୟରେ ପୋତି ହୋଇଛି ଜଳ ନିଷ୍କାସନ ପଥ, ଚାଷଜମି ଜଳମଗ୍ନ

Tue Jul 28 , 2026
ତହସିଲଦାରଙ୍କୁ ଦାବିପତ୍ର ଦେବାକୁ ଯାଇ ନିରାଶ ଫେରିଲେ ଚାଷୀ ପଟ୍ଟାମୁଣ୍ଡାଇ ୨୮/୭ -ପଟ୍ଟାମୁଣ୍ଡାଇ ପୌରାଂଚଳରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଏବେ ସାଧାରଣ ଲୋକଙ୍କ ସହ ଚାଷୀଙ୍କ ପାଇଁ ବଡ଼ କାଳ ସାଜିଛି। ନିର୍ମାଣ କାର୍ଯ୍ୟ ଯୋଗୁଁ ଜଳ ନିଷ୍କାସନ ପଥ ଓ ପୁରୁଣା ଡ୍ରେନ୍‌ଗୁଡ଼ିକ ସମ୍ପୂର୍ଣ୍ଣ ପୋତି ହୋଇପଡଛି । ଫଳରେ ସାମାନ୍ୟ ଲଗାଣ ବର୍ଷାରେ ଅଂଚଳରେ ନାହିଁ ନଥିବା ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ବିଶେଷ କରି ବକ୍ତାରପୁର, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading