ପୌର ଉନ୍ନତିମୂଳକ କାର୍ଯ୍ୟରେ ପୋତି ହୋଇଛି ଜଳ ନିଷ୍କାସନ ପଥ, ଚାଷଜମି ଜଳମଗ୍ନ

ତହସିଲଦାରଙ୍କୁ ଦାବିପତ୍ର ଦେବାକୁ ଯାଇ ନିରାଶ ଫେରିଲେ ଚାଷୀ

ପଟ୍ଟାମୁଣ୍ଡାଇ ୨୮/୭ -ପଟ୍ଟାମୁଣ୍ଡାଇ ପୌରାଂଚଳରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଏବେ ସାଧାରଣ ଲୋକଙ୍କ ସହ ଚାଷୀଙ୍କ ପାଇଁ ବଡ଼ କାଳ ସାଜିଛି। ନିର୍ମାଣ କାର୍ଯ୍ୟ ଯୋଗୁଁ ଜଳ ନିଷ୍କାସନ ପଥ ଓ ପୁରୁଣା ଡ୍ରେନ୍‌ଗୁଡ଼ିକ ସମ୍ପୂର୍ଣ୍ଣ ପୋତି ହୋଇପଡଛି । ଫଳରେ ସାମାନ୍ୟ ଲଗାଣ ବର୍ଷାରେ ଅଂଚଳରେ ନାହିଁ ନଥିବା ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ବିଶେଷ କରି ବକ୍ତାରପୁର, ମାଟିଆ, ଛାଉଣୀ, ଚାହାପଡ଼ା, ପୋଖରିଆପଡା ଏବଂ ଅଳଭା ଗ୍ରାମର ବ୍ୟାପକ ଚାଷଜମି ଏବେ ବର୍ଷାପାଣିରେ ବୁଡ଼ି ରହିଛି। ପାଣି ନିଷ୍କାସିତ ହୋଇନପାରି କ୍ଷେତରେ ଲହଡ଼ି ମାରୁଥିବାରୁ ଧାନ ତଳି ଫସଲ ସମ୍ପୂର୍ଣ୍ଣ ପଚି ନଷ୍ଟ ହେବାକୁ ବସିଲାଣି। ରାସ୍ତାଘାଟରେ କୃତ୍ରିମ ବନ୍ୟାର ସ୍ଥିତି ସୃଷ୍ଟି ହେବା ସହ ଲୋକଙ୍କ ଘର ଭିତରେ ବର୍ଷା ଓ ଡ୍ରେନ୍ ପାଣି ଲହଡ଼ି ମାରୁଛି। ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ମଙ୍ଗଳବାର ଉପରିସ୍ଥ ଗ୍ରମାବାସୀମାନେ ତହସିଲଦାରଙ୍କୁ ଦାବିପତ୍ର ଦେବାକୁ ଯାଇ ନିରାଶ ହୋଇ ଫେରିଛନ୍ତି ।
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ନକରି ପୌରପରିଷଦର ଯନ୍ତ୍ରୀମାନେ ଅପରିକଳ୍ପିତ ଭାବେ ଉନ୍ନତିମୂଳକ କାର୍ଯ୍ୟ କରୁଥିବାରୁ ଜଳ ନିଷ୍କାସନ ବାଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଜାଳନଷ୍କାସନ ପଥ ନୟନଜୋରି, ନାଳକୁ କେତେକ ମୁଷ୍ଠିମୟ ଲୋକ ଜବରଦଖଲ କରି ନେଇଥିବାରୁ ଚାଷଜମିରେ ଜଳବନ୍ଦୀ ସମସ୍ୟା ଜଟିଳ କରିଛି । ଚାଷଜମିରେ ପାଣି ବୁଡିରହି ତଳି ପଚି ଯିବାକୁ ବସିଲାଣି । ଏଥିନେଇ ପୌର ପ୍ରଶାସନ ଦୃଷ୍ଠିଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣୁନାହାଁନ୍ତି । ଚଳିତ ବର୍ଷ ଧାନ ଚାଷ ପାଇଁ ବିହନ, ସାର ବାବଦରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିଲୁ । ତଳି ରୁଆ ଉପେଯାଗି ହେବାରୁ ହଳକାଦୁଅ ସୋଡ଼ା କାର୍ଯ୍ୟ ଶେଷ କରିଥିଲେ। ମାତ୍ର ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗିରହି ଜଳ ନଷ୍କାସନ ହୋଇନପାରି ଚାଷଜମିରେ ବର୍ଷାପାଣି ଲହଡି ଭାଙ୍ଗୁଛି । ଫଳରେ ଧାନ ଗଜା, ତଳି ରୁଆ ଫସଲ ପଚିନଷ୍ଟ ହେବାକୁ ବସିଛି। ଏହି ଗମ୍ଭୀର ସମସ୍ୟା ସମାଧାନ ସମ୍ପର୍କରେ ଦାବି ଜଣାଇବା ପାଇଁ ଗ୍ରାମବାସୀ ଏକତ୍ରିତ ହୋଇ ତହସିଲଦାରଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର କୌଣସି କାରଣବଶତଃ ତହସିଲଦାରଙ୍କ ଜିଲାଅଫିସ କାର୍ଯ୍ୟରେ ଯାଇଥିବାରୁ ତାଙ୍କସହ ସାକ୍ଷାତ ହୋଇପାରିନଥିଲେ । ଫଳରେ ଗ୍ରାମର ଚାଷୀ ଗୋପାଳ ଦାସ, ବିଜୟ ଓଝା, ପିତାମ୍ବର ଜେନା, ଦାମଦର ସାହୁ, ଲକ୍ଷ୍ମୀନାରାୟଣ ରାଉତ ରାୟ, ବିଭୁତି ଭୁଷଣ ରାଉତ, ସୁବାଷ ସାଇଁ, ମହେଶ୍ୱର ସାହୁ, ହିମାଶୁଂ ରାଉତ, ବିଦ୍ୟାଧର ସ୍ୱାଇଁ, ଲମ୍ବୋଧର ଜେନାଙ୍କ ସମେତ ୨୦ରୁ ୩୦ଚାଷୀ ନିରାଶ ହୋଇ ଫେରି ଜଳ ସମ୍‌ପଦ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଜଳନିକାଶ ବିଭାଗ ପକ୍ଷରୁ ବୁଧବାର ଉଦବର୍ତ ବାର୍ଷା ଜଳ ନିଷ୍କାସନ ପାଇଁ ପ୍ରତିଶୃତି ମିଳିବାରୁ ସେମାନେ ଆସ୍ୱସ୍ତି ପ୍ରକାଶ କରି ଫେରିଥିଲେ ।

Next Post

ଏକକାଳୀନ ଗଡମେକର ୧୨ ଜଣ ଶିଳ୍ପୀଙ୍କୁ ଆକାଶବାଣୀ ମାନ୍ୟତା,୩୯ ବର୍ଷର କଳା ସାଧନାରେ ସ୍ୱୀକୃତିପ୍ରାପ୍ତ ଶିଳ୍ପୀ ସଂଖ୍ୟା ୧୨୫କୁ ଛୁଇଁଲା

Wed Jul 29 , 2026
ପଟ୍ଟାମୁଣ୍ଡାଇ ୨୯/୭ -ନିଷ୍ଠା, ସାଧନା ଏବଂ ସଙ୍ଗୀତ ପ୍ରତି ଅଶେଷ ଭାଲପାଇବା ଥିଲେ ଗ୍ରାମାଂଚଳର ପ୍ରତିଭା ବି ଆକାଶର ଉଚ୍ଚତାକୁ ଛୁଇଁପାରେ ।ଏହାକୁ ପ୍ରମାଣିତ କରିଦେଖାଇଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନଶିପୁରସ୍ଥିତ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡମେକର ପ୍ରତିଭାବାନ୍ ଶିଳ୍ପୀମାନେ। ଗ୍ରାମୀଣ ମାଟିରୁ ଶାସ୍ତ୍ରୀୟ ତଥା ଲୋକସଙ୍ଗୀତର ବାସ୍ନା ବଂଟୁୁଥିବା ଏହି ଅନୁଷ୍ଠାନର ଆଉ ୧୨ ଜଣ ଉଦୀୟମାନ ଶିଳ୍ପୀ ପ୍ରସାର ଭାରତୀ ଆକାଶବାଣୀ ଦ୍ୱାରା […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading