କେନ୍ଦ୍ରାପଡାରେ ବିଶ୍ୱ ପ୍ରାଣୀ ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୭ା୧୦:କେନ୍ଦ୍ରାପଡା ପ୍ରାଣୀ ସମ୍ପଦ ବିଭାଗ ଆନୁକୁଲ୍ୟରେ କାର୍ଯ୍ୟାଳୟ ସଭା ଗୃହରେ ଏକଶହ ତମ ବିଶ୍ୱ ପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଦିନେଶ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏସ୍‌.ପି.ସି.ଏ.ର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ, ଏଡି.ଭି.ଓ ଡା. ପ୍ରଭଞ୍ଜନ ରଞ୍ଜନ କବି ପ୍ରମୁଖ ଯୋଗଦେଇଥିବା ବେଳେ ଉପନିର୍ଦ୍ଧେଶ ଡା. ତୁଷାର ଚନ୍ଦ୍ର ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ଗୋଶାଳାର ପ୍ରତିନିଧି ତରୁଣ ରଞ୍ଜନ ପ୍ରଧାନ, ବିଜୟ କୁମାର କବି, ସର୍ବେଶ୍ୱର ମିଶ୍ର, ସରୋଜ କୁମାର ଦାସ ଓ ସତ୍ୟଭାମା ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାକ ଐତିହାସିକ କାଳରୁ ପ୍ରଣୀଜଗତ ସହିତ ମାନବ ସମାଜର ସମ୍ପର୍କ ଯୁଗ ଯୁଗ ଧରି ରହି ଆସିଛି । ଏକ ସୁସ୍ଥ ଓ ବିକଶିତ ସମାଜ ଗଠନ ଦିଗରେ ବିଭିନ୍ନ ପ୍ରଜାତିର ପ୍ରାଣୀଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ। କୀଟ ପତଙ୍ଗ ଠାରୁ ଆରମ୍ଭ କରି ବଣ ଜଙ୍ଗଲର ହିଂସ୍ର ପ୍ରାଣୀ ପର୍ଯ୍ୟନ୍ତ ଏକ ସନ୍ତୁଳିତ ଉନ୍ନତ ପ୍ରଦୂଷଣ ମୁକ୍ତ ସମାଜ ଗଠନ ପାଇଁ ଅପରିହାର୍ଯ୍ୟ। ଆମ ରାଜ୍ୟ ଓଡିଶାର ବଣ ଜଙ୍ଗଲ, ପାହାଡ, ପର୍ବତ, ସମୁଦ୍ର, ହ୍ରଦ, ନଈ, ନାଳ, ଝରଣା ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରପୁର ହୋଇଥିବା ବେଳେ ଶିମିଳିପାଳର କଳାବାଘ ଠାରୁ ଆରମ୍ଭ କରି ଭିତରକନିକାର କୁମ୍ଭୀର, ଚିଲିକାର ରିଗାବାଡ ଡଲଫିନ୍ ଠାରୁ ଟିକରପଡା ଅଭୟାରଣ୍ୟର ଜୀବଜନ୍ତୁ, ଗହୀର ମଥାର ଅଲିଭ ରିଡ୍‌ଲେ କଇଁଛ ଓ ପାରାଦୀପ ସମୁଦ୍ରର ମାଛ, କଙ୍କଡା, ବିଶେଷ କରି ଶୀତ ଋତୁରେ ବିଦେଶାଗତ ସୁନ୍ଦର ପକ୍ଷୀମାନଙ୍କ ସମାଗମ ଆମ ଓଡିଶାର ବଣ, ଜଙ୍ଗଲ, ପାହାଡପର୍ବତ, ନଦୀନାଳ ଭଳି ପ୍ରାକୃତିକ ଆଶ୍ରୟ ସ୍ଥଳରେ ଅବସ୍ଥାନ କରି ଓଡିଶାକୁ ସୈାନ୍ଦର୍ଯ୍ୟମୟ ଓ ଆକର୍ଷଣୀୟ କରି ଲକ୍ଷ ଲକ୍ଷ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାନ୍ତି । ଏହି ସବୁ ପ୍ରାଣୀମାନଙ୍କ ଆଗମନ ଚଳ ପ୍ରଚଳ ଆମ ମଣିଷ ସମାଜ ପାଇଁ ବରଦାନ ସଦୃଶ। ଜୈବ ବିଭିଧତାରେ ପରିପୂର୍ଣ୍ଣ ଓଡିଶାର ପ୍ରାକୃତିକ ସମ୍ପଦର ସୁରକ୍ଷା ସହିତ ପ୍ରାଣୀ ମାନଙ୍କ ସୁରକ୍ଷା ଦେବା ସହିତ ହିଂସ୍ର ପ୍ରାଣୀ ମାନଙ୍କ ଆକ୍ରମଣରୁ ରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବା ସଂପର୍କରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ସେଥିପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ସଂପର୍କରେ ସି.ଡି.ଭି.ଓ ଡା. ପଟ୍ଟନାୟକ ସୂଚନା ଦେଇଥିଲେ । ବୁଲା ଗାଈଗୋରୁ ଓ ଗାଁ ଗହଳରେ କୁକୁର ମାନଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ରାସ୍ତା ଘାଟରେ ଦୁର୍ଘଟଣା ଘଟିବା ସହିତ ଲୋକମାନେ କୁକୁର କାମୁଡାର ଶିକାର ହେଉଛନ୍ତି। ତାହାର ପ୍ରତିକାର ପ୍ରତି ଦୃଷ୍ଟି ଦେବାକୁ ଏସ୍‌.ପି.ସି.ଏ. ର ଉପାଧ୍ୟକ୍ଷ ଶ୍ରୀ ଖଟୁଆ ଅନୁରୋଧ କରିଥିଲେ । ଏହି ଅବସରରେ ଡା. ବିକାଶ ବେହେରା ଡା. ମନିଷ ସିଂହ ଓ ଡା. ପ୍ରିତମ ମହାପାତ୍ର ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଶେଷରେ ଏ.ଡି.ଭି.ଓ ଡା. ପ୍ରଭଞ୍ଜନ ରଞ୍ଜନ କବି ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ଭାଇଚାରାର ଅନନ୍ୟ ଉଦାହରଣ ଗଜଲକ୍ଷ୍ମୀ ପୂଜା, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ

Tue Oct 7 , 2025
କେନ୍ଦ୍ରାପଡ଼ା,୭ା୧୦:କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ମଙ୍ଗଳବାର କେନ୍ଦ୍ରାପଡ଼ା ପୌରସଂସ୍ଥା ଟାଉନ ହଲରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାର ଏଥିରେ ଅଧ୍ୟକ୍ଷତା କରି କହିଲେ କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ହେଉଛି ଭାଇଚାରାର ଅନନ୍ୟ ଉଦାହରଣ। ଏହି ଭାଇଚାରାର ଉତ୍ସବକୁ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଏବଂ କର୍ମକର୍ତ୍ତାଙ୍କୁ ନିବେଦନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading