
କେନ୍ଦ୍ରାପଡା,୨୫/୩:-ଆଜି ଅପରାହ୍ଣ ୫ ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପରିସରରେ ପ୍ରଥମ ଥର ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସହାୟକ ଉପକରଣ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରମୋଦ କୁମାର ପ୍ରହରାଜ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁଙ୍କ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ସହ ଭିନ୍ନକ୍ଷମ କଲ୍ୟାଣ ପାଇଁ ଜିଲ୍ଲା ପ୍ରଶାସନ ନେଇଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୧୭ ଜଣଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା । ଉପକୃତ ହୋଇଥିବା ହିତାଧିକାରୀମାନେ ପ୍ରଭୁ ବଳଦେବଜୀଉଙ୍କ ନିକଟରେ ଜିଲ୍ଲାପାଳ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ମଙ୍ଗଳ କାମନା କରିଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶିନୀଙ୍କ ତତ୍ତ୍ୱାବଧାନରେ ସଂପନ୍ନ କରାଯାଇଥିଲା ।
