
ପଟ୍ଟାମୁଣ୍ଡାଇ ୧୭/୪ – ପଟ୍ଟାମୁଣ୍ଡାଇ ପୌର ପରିଷଦ ବୈଠକ ପୌର ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ପୌରାଂଚଳବାସୀ ଉତମ ନାଗରିକ ସେବା ଯୋଗାଇବା ପାଇଁ ସ୍ୱଚ୍ଛତାର ସହିତ ସମସ୍ତ ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ବିବରଣୀ ପାଠ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ କାଉନସିଲର ମାନେ ଯୋଗ ଦେଇ ନିଜ ନିଜ ୱାର୍ଡ ସମସ୍ୟା ଉପସ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତଃ ପ୍ରତି ୱାର୍ଡରେ ଜଳନିଷ୍କାସନ ସମସ୍ୟା ଦୂର ପାଇଁ ଡ୍ରେନ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଅର୍ଥ ମଂଜୁର ପାଇଁ ସୁପାରିଶ କରିବା, ସହର ଉଠାଦୋକାନୀଙ୍କ ଥଇଥାନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତାବିତ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ସରକାରୀ ଅର୍ଥ ମଂଜୁର ପାଇଁ ସୁପାରିଶ କରିବା, ଭେଜଟେବୁଲ ପାର୍କ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସ୍ତାଆଲୋକୀକରଣ ନୂତନ ବାଇପାସ ଠାରୁ ଶୁଖୁଆ ବସ୍ତି ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ କେନାଲ କଡ଼ ରେ ଥିବା ଜବର ଦଖଲ ଉଛେଦ ଉପରେ ଆଲୋଚନା କରାଯାଇ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକରେ ଚଳିତ ବର୍ଷ ପାଇଁ ବଜେଟ ପ୍ରସ୍ତାବ ଆଗତ କରାଯାଇ ଗୃହୀତ କରାଯାଇଥିଲା । ଏହି ବୈଠକରେ ପଟ୍ଟାମୁଣ୍ଡାଇ ପୂର୍ତ ବିଭାଗ ସହ ନିର୍ବାହୀଯନ୍ତ୍ରୀ କୃପାସିନ୍ଧୁ ଧଳ,ପୌର ପରିଷଦର ଡେପୁଟି ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର,କନିଷ୍ଠ ଯନ୍ତ୍ରୀ ସୁଶୀଲ ବେହେରା,ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ସୁଦାମ ସାହୁ, ବିଦ୍ୟୁତଯନ୍ତ୍ରୀ ସୂର୍ଯ୍ୟକାନ୍ତ ପାଢ଼ୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ ।
