ଚିକିତ୍ସାଧୀନ ଅବସ୍ଥାରେ ସିଆରପିଏଫ ଯବାନ ମୃତ, ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ

blank
ପଟ୍ଟାମୁଣ୍ଡାଇ ୨୫/୬- ଚିକିତ୍ସାଧୀନ ଅବସ୍ଥାରେ ଜଣେ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ବଡଜରିଆ ଗାଁର କୈବଲ୍ୟ ପରିଡା । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଲିଭର ରୋଗରେ ଆକ୍ରାନ୍ତ ଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ମୃତ୍ୟୁ ଘଟିଛି। କୈବଲ୍ୟଙ୍କ ମରଶରୀର ବୁଧବାର ସଂନ୍ଧ୍ୟାରେ ଜନ୍ମମାଟିରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସିଆରପିଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବା ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଦେଶପ୍ରେମ ଆଉ କର୍ତବ୍ୟନିଷ୍ଠା ପାଇଁ ଘର ପରିବାର ଲୋକଙ୍କୁ ଛାଡ଼ି ଆସାମ ରାଜ୍ୟରେ ସିଆରଏଫ ଜବାନ ଭାବେ କାର୍ଯ୍ୟରତ ଥିଲେ। ହଠାତ ଏ ରୋଗ ଯେ ତାଙ୍କ ଜୀବନ ନେଇଯିବ କେହି କେବେ କଳ୍ପନା କରିନଥିଲେ ବୋଲି ଗ୍ରାମବାସୀ କହିଛନ୍ତି।

Next Post

ନାରୀ ନିର୍ଯାତନାର ପ୍ରତିବାଦ କରି ପଟ୍ଟାମୁଣ୍ଡାଇ ଯୁବଛାତ୍ର ବିଜେଡିର ବିକ୍ଷୋଭ

Wed Jun 25 , 2025
ପଟ୍ଟାମୁଣ୍ଡାଇ ତା ୨୫/୬-ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଜନୈକା କଲେଜ ଛାତ୍ରୀକୁ କିଛି ଦୁବୃର୍ତ୍ତ ଗଣଦୁଷ୍କର୍ମ କରିବା ଘଟଣା ସାରା ବିଶ୍ୱରେ ଓଡିଶା ପାଇଁ ଲଜ୍ୟା ଆଣି ଦେଇଛି ।ଏହା ଛଡା ଓଡିଶାରେ ମହିଳା ନିର୍ଯ୍ୟାତନା ଦିନକୁ ଦିନ ବଢ଼ି ବାରେ ଲାଗିଛି । ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କ ନିର୍ଦେଶରେ ସାରା ରାଜ୍ୟରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିଭିନ୍ନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading