
ପଟ୍ଟାମୁଣ୍ଡାଇ ୯/୫ – ଭାରତର ବୀର ଯବାନ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକ୍ରମକୁ ଦମନ କରିବା ପାଇଁ ଅପରେସନ ସିନ୍ଦୁର ଜାରି କରି ଯେଉଁ ସାହସ, ପରାକ୍ରମ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି ତାର ସମ୍ମାନର୍ଥେ ଶୁକ୍ରବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ଭାରତୀୟ ସେନାକୁ ସାଲାମୀ ଉପଲକ୍ଷେ ଏକ ଶୋଭଯାତ୍ରା କରାଯାଇଛି । ଏହି ଶୋଭଯାତ୍ରା ପଟ୍ଟାମୁଣ୍ଡାଇ ବାଇପାସ ଛକରୁ ବାହାରି ବଜାର ପରିକ୍ରମା କରିବା ପରେ ଆମ୍ବେଦକର ପ୍ରତିମୂର୍ତି ନିକଟରେ ସମାପ୍ତ ହୋଇଥିଲା । ଏହି ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇର ବିଭିନ୍ନ ବର୍ଗର ଲୋକମାନେ ସାମିଲ ହୋଇ ରାଷ୍ଟ୍ରପ୍ରେମ ପ୍ରଦର୍ଶନ କରିବା ସହିତ ଭାରତୀୟ ସେନାର ଅସୀମ ସାହାସିକତାକୁ ଉଚ୍ଚ ପ୍ରଶଂସା କରିଥିଲେ ।

ପଟ୍ଟାମୁଣ୍ଡାଇ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସେନାକୁ ସଲାମୀ ଶୋଭାଯାତ୍ରାରେ ଯୋଗ ଦେଇ ଜୟ ଭାରତ, ଜୟ ଯବାନ, ହିନ୍ଦୁସ୍ତାନ ଜିନ୍ଦାବାଦ ଓ ପାକିସ୍ତାନ ମୁର୍ଦାବାଦ ଧ୍ୱନି ଦେଇଥିଲେ । ଭାରତୀୟ ସେନାଙ୍କୁ ଆମେ ସାଲାମ କରୁଛୁ । ଆତଙ୍କବାଦୀ ବିରୋଧରେ ପାକିସ୍ତାନ ପ୍ରତି ଯେଉଁଭଳି ଲଢେଇର ଆବଶ୍ୟକତା ରହିଥିଲା ଭାରତୀୟ ସେନା ତାହା କରୁଛନ୍ତି । ଭାରତୀୟ ସେନା ପାକିସ୍ତାନର ହମଲାର ଉଚିତ ଜବାବ ଦେଇଛନ୍ତି । ଆଗକୁ ମଧ୍ୟ ପାକିସ୍ତାନକୁ ଜବାବ ଦିଆଯିବ । ପୁରା ଦେଶ ଭାରତୀୟ ସେନାଙ୍କ ସହ ରହିଛି, ଭାରତୀୟ ସେନା ଆଗକୁ ବଢ଼ନ୍ତୁ ଆମେ ଭାରତୀୟ ସେନାଙ୍କ ସହ ରହିଛୁ । ଆମ ସେନାଙ୍କ ମନୋବଳ ବଢାଇବା ପାଇଁ ଏହି ସଲମୀ ଯାତ୍ରା କରିଛୁ । ପାକିସ୍ତାନକୁ ଖଣ୍ଡ ବିଖଣ୍ଡିତ କରି ବେଲୁଚିସ୍ତାନକୁ ଭାରତୀୟ ସେନା ସ୍ୱାଧୀନ କରନ୍ତୁ ବୋଲି ବିକାଶ ପରିଷଦ ସଭାପତି ଗୋପିବହ୍ଲବ ନାୟକ, ସମ୍ପାଦକ ଗୋପିନ୍ନାଥ ତ୍ରିପାଠୀ, ବଣିକ ସଂଘ ଉପସଭାପତି ମୋହନ ଦାସ, ଖବରଦାତା ଅକ୍ଷୟ ସାହୁ, ରାଜେନ୍ଦ୍ର ଦାଶ, ଚନ୍ଦନ ପାତ୍ର, ଶିକ୍ଷକ ନେତା ପ୍ରେମାନନ୍ଦ ଜୀବନଦାଶ କହିଛନ୍ତି । ଏହି ଶୋଭାଯାତ୍ରାରେ କାଉନସିଲର ପ୍ରଶାନ୍ତ ବାରିକ, ବିଦ୍ୟାଧର ସେଠୀ ଓ ଲଷ୍ମୀପ୍ରିୟା ସାହୁ, ଆଇନଜୀବୀ ରବୀନ୍ଦ୍ର ଦାଶ, ମନୋଜ ନାୟକ,ଇଂ ତପନ ପାତ୍ର, ବିଭୁତି ଦାଶ, ରବୀନ୍ଦ୍ର ସାହୁ, ଅଶୋକ ନାୟକ, ଶରତ ବିଶ୍ୱାଳ, ସଞ୍ଜୟ ଦାସ, ଶକ୍ତି ପ୍ରସାଦ ପାତ୍ର, ଶରତ ଜେନା, ମିନକେତନ ଦାସ ରାଧାରମଣ ଦାଶ, ଦିଲ୍ଲୀପ ମଲିକ, ଉତ୍ତମ ମଲିକ ବିଷ୍ଣୁ ମଲିକ, ପ୍ରଶାନ୍ତ ସୂତାର ସମେତ ସତାଧିକା ଜନସାଧାରଣ ସାମିଲ ହୋଇଥିଲେ ।
