ପତ୍ରପୁରରେ ଦ୍ୱିତୀୟ ବ୍ରିଜ ଓ ପଟ୍ଟାମୁଣ୍ଡାଇ-କାଠିଆପଡା ରାସ୍ତା ଏବଂ ରାଜନଗର ଜୁନସୁନଗର ରାସ୍ତା ପାଇଁ ୩ଶହ ୩୨ କୋଟି ଟଂଙ୍କା ମଂଜୁର

blank
ପଟ୍ଟାମୁଣ୍ଡାଇ୩/୪- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳିକୁ ସଂଯୋଗ କରୁଥିବା ପତ୍ରପୁର ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ସରକାରୀ ମଞ୍ଜୁରୀ ମିଳିଛି। ଏହି ବ୍ରିଜ ପାଇଁ ରାଜ୍ୟ ସରକାର ୩ଶହ ୬ କୋଟି ଟଙ୍କା ମଂଜୁର କରିଛନ୍ତି। ସେହିପରି ଭାବରେ ପଟ୍ଟାମୁଣ୍ଡାଇ-କାଠିଆପଡା ୧୪ କିମି ରାସ୍ତା ପାଇଁ ୧୫ କୋଟି ୫୪ ଲକ୍ଷ ଟଙ୍କା ମଂଜୁର କରାଯାଇଛି। ସେହିପରି ଜୁୁନାଗଡ-ସିଲପୋଖରୀ-ଜୁନସନଗର-ପଂଚୁପଲ୍ଲୀ ରାସ୍ତା ପାଇଁ ୯ କୋଡି ୩୩ ଲକ୍ଷ ଟଙ୍କା ମଂଜୁର କରାଯାଇଛି। ଏହି ୩ଟି ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ଦିଆଯାଇଥିବା ସମ୍ପର୍କରେ ରାଜ୍ୟ ଆଇନ ପୁର୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ନିଜର ଦପ୍ତରରୁ ସରକାରୀ ଚିଠି ମାଧ୍ୟମରେ ଏହି ଦୁଇଟି ପ୍ରକଳ୍ପ ପାଇଁ ବାରମ୍ବାର ଦାବୀ କରି ଆସୁଥିବା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଜଣାଇଛନ୍ତି। ରାଜନଗର ବିଧାୟକ ଶ୍ରୀସାହୁ ଏଥି ପାଇଁ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ପଟ୍ଟାମୁଣ୍ଡାଇରୁ ଆଳିକୁ ସଂଯୋଗ କରିବା ପାଇଁ ୧୯୮୫ ମସିହାରେ ପତ୍ରପୁର ଠାରେ ଏକ ବ୍ରିଜ ନିର୍ମାଣ କରାଯାଇଥିଲା। ଏହି ବ୍ରିଜ ଉପରେ ଆଳି-ରାଜକନିକା ଓ ପଟ୍ଟାମୁଣ୍ଡାଇ ସହ ଭଦ୍ରକ ଜିଲ୍ଲାର ଲୋକମାନେ ଗମନାଗମନ ପାଇଁ ନିର୍ଭର କରି ଆସୁଥିଲେ । ବହୁ ପୁରୁଣା ଏହି ବ୍ରିଜର କେତେକ ସ୍ଥାନ ଭାଙ୍ଗିରୁଜି ଗଲାଣି। ଏହାକୁ ଦୃଷ୍ଟିରେ ରଖି ଏକ ବ୍ରିଜ ନିର୍ମାଣ ପାଇଁ ରାଜନଗର ବିଧାୟକ ସାହୁ ରାଜ୍ୟ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ସହ ମୁଖ୍ୟମନ୍ତ୍ରୀ ଓ ପୁର୍ତ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇ ଥିଲେ। ଏହାଛଡା ପଟ୍ଟାମୁଣ୍ଡାଇ ପୂର୍ତ ବିଭାଗ ଅଧିନରେ ଥିବା ପଟ୍ଟାମଣ୍ଡାଇ କାଠିଆପଡା ରାସ୍ତା ମଧ୍ୟ ଦଶନ୍ଧି ଧରି ମରାମତି ହୋଇପାରୁନଥିଲା। ଏହି ରାସ୍ତାର ପୁନଃନିର୍ମାଣ ପାଇଁ ସରକାର ୧୫ କୋଟି ୫୪ ଲକ୍ଷ ଟଙ୍କା ମଂଜୁର କରିଛନ୍ତି। ସେହିପରି ଭାବରେ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଜନଗଡି ଘେରି ପାଇଁ ୯ କୋଟି ୩୩ଟଙ୍କା ମଂଜୁର କରାଯାଇଛି। ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଓ ରାଜନଗର ଅଂଚଳ ପାଇଁ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଥିବାରୁ ସ୍ଥାନୀୟ ଅଂଚଳ ବାସୀଙ୍କ ପକ୍ଷରୁ ବିଧାୟକ ଶ୍ରୀସାହୁ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Next Post

ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମାଟ୍ରିକ ଜିଲା ଟପ୍ପରଙ୍କୁ ସମ୍ବର୍ଦ୍ଧିତ

Sat May 3 , 2025
ପଟ୍ଟାମୁଣ୍ଡାଇ ୩/୫ -ଚଳିତ ବର୍ଷ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଦକ୍ଷିଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଶୁଭମ ଜ୍ୟୋତି ରାଉତ ସର୍ବୋଚ୍ଚ ୫୭୫ ନମ୍ବର ରଖି କେନ୍ଦ୍ରାପଡା ଜିଲାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଏଥିନେଇ ଭାଜପା ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଭିଷେକ ଦାସ, ଜିଲ୍ଲା ସଭାପତି ଶୋଭନ ଆଚାର୍ଯ୍ୟ, ଜିଲ୍ଲା ସମ୍ପାଦକ ସ୍ମୃତି ରଞ୍ଜନ ମଲ୍ଲ, ଅଭିଜିତ ବଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading