ଆୟୁଷ୍ମାନ ହତ୍ୟା ଘଟଣା, ଅଟକ ଯୁବକକୁ ଛାଡିଦେଲା ପୋଲିସ

କେନ୍ଦ୍ରାପଡ଼ା,୧ା୪: ଛାତ୍ର ଆୟୁଷ୍ମାନକୁ ହତ୍ୟା କରିଥିବା ଯୁବକକୁ ପୋଲିସ ଥାନାରେ ୧୦ଦିନ ଅଟକ ରଖିବା ପରେ ଛାଡିଦେଇଥିବା ଆୟୁଷ୍ମାନଙ୍କ ବାପା ଖଗେଶ୍ୱର ମହାନ୍ତି କହିଛନ୍ତି। ସେ କହିଛନ୍ତି ପୋଲିସ ମନ୍ଦ ଉଦେଶ୍ୟ ରଖି ଆୟୁଷ୍ମାନର ହତ୍ୟାକାରୀ ଭକ୍ତି ପ୍ରସାଦ ନାୟକକୁ ଜେଲ ପଠାଇବା ପରିବର୍ତ୍ତେ ଥାନାରୁ ଛାଡି ଦେଇଛି। ଏହାଦ୍ୱାରା ପରିବାର ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେହିପରି ସଦର ଥାନା ପୋଲିସ ଉପରୁ ମଧ୍ୟ ପରିବାର ଲୋକଙ୍କ ଭରସା ତୁଟି ଯାଇଛି। ପୋଲିସ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କ ଦ୍ୱାରା ପ୍ରଭାବିତ ହୋଇ ଅନ୍ୟାୟ କରୁଛି ପୋଲିସ ପ୍ରକୃତ ଅପରାଧୀକୁ ଥାନାକୁ ଆଣିଥିଲା। ୧୦ଦିନ କାଳ ଥାନାରେ ରଖି ଜେରା କରିଥିଲା। ହେଲେ ଏହି ସମୟ ମଧ୍ୟରେ ଅଭିଯୁକ୍ତ ପରିବାର ଓ ପୋଲିସ ମଧ୍ୟରେ ଉତ୍ତମ ଯୋଗସୁତ୍ର ସୃଷ୍ଟି ହୋଇଗଲା। ଯାହା ଫଳରେ ପୋଲିସ ଅଭିଯୁକ୍ତକୁ ଥାନାରୁ ଛାଡି ଦେଲା।

 

ସୂଚନା ଥାଉକି ଡେରାବିଶ ଥାନା ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡା ଗ୍ରାମର ଖଗେଶ୍ୱର ମହାନ୍ତିଙ୍କ ପୁଅ ଆୟୁଷ୍ମାନ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁରରେ ଥିବା ମାମୁଁଘରକୁ ମା’ସହିତ ବୁଲିବାକୁ ଆସିଥିଲା। ମାମୁଁଘରୁ ମା’ ଘରକୁ ଫେରିଯାଇଥିବା ବେଳେ ଆୟୁଷ୍ମାନ ରଙ୍ଗଖେଳିବା ପାଇଁ ମାମୁଁଘରେ ରହିଥିଲା। ମାର୍ଚ୍ଚ୧୯ତାରିଖ ଦିନ ଆୟୁଷ୍ମାନ ରଙ୍ଗଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଏନେଇ ଆୟୁଷ୍ମାନଙ୍କ ବାପା ଖଗେଶ୍ୱର କେନ୍ଦ୍ରାପଡା ସଦର ଥାନାରେ ଆୟୁଷ୍ମାନ ନିଖୋଜ ହେବା ନେଇ ଏତଲା ଦେଇଥିଲେ। ଏହାର ପରଦିନ ଅର୍ଥାତ ମାର୍ଚ୍ଚ ୨୦ତାରିଖ ସକାଳେ ଆୟୁଷ୍ମାନଙ୍କ ମୃତଦେହ ଲୁଣାନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ସଦର ଥାନାକୁ ଖବର ଦେଇଥିଲେ। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆୟୁଷ୍ମାନର ମୃତ ଦେହ ଉଦ୍ଧାର କରି ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଥିଲା। ପ୍ରଥମେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ଅନୁମାନ କରାଯାଉଥିଲା। ତେଣୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷରେ ଆୟୁଷ୍ମାନଙ୍କ ବାପା ସଦର ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏହି ଅଭିଯୋଗ ହେବା ପରେ ପୋଲିସ ସିସି ଟିଭି ଫୁଟେଜ୍‌କୁ ଯାଞ୍ଚ କରି ଜାଣିବାକୁ ପାଇଥିଲା ଯେ ଜଣେ ନାବାଳକ ଓ ଜଣେ ଯୁବକ ଆୟୁଷ୍ମନକୁ ଥଣ୍ଡାପାନୀୟରେ ମଦ ମିଶାଇ ପିଇବାକୁ ଦେଉଛନ୍ତି। ଏହାପରେ ଆୟୁଷା୍ମନକୁ ଲୁଣାନଦୀ ପଠାରୁ ନଦୀଭିତରକୁ ଯୁବକ ଜଣଙ୍କ ଠେଲି ଦେଉଛନ୍ତି। ଏହାପରେ ପୋଲିସ ନାବାଳକ ଓ ସଂପୃକ୍ତ ଯୁବକଙ୍କୁ ଥାନାକୁ ଆଣିଥିଲା। ପ୍ରଥମେ ପୋଲିସ ନାବାଳକକୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲା। ଏହି ସମୟରେ ନାବାଳକ ଜଣଙ୍କ ପୋଲିସ ଆଗରେ ସମସ୍ତ କଥା ମାନି ଯାଇଥିଲା। ନାବାଳକର ସ୍ୱୀକାରୋକ୍ତି ପରେ ପୋଲିସ ସଂପୃକ୍ତ ଯୁବକ ଭକ୍ତି ପ୍ରସାଦ ନାୟକକୁ ଥାନାରେ ଅଟକ ରଖି ଜେରା କରିଥିଲା। ଭକ୍ତିପ୍ରସାଦ ମଧ୍ୟ ପୋଲିସ ନିକଟରେ ସମସ୍ତ ଦୋଷ ସ୍ୱୀକାର କରିଥିବା ବେଳେ ପୋଲିସ କ’ଣ ପାଇଁ ତାକୁ ଛାଡିଦେଲା ଆୟୁଷ୍ମାନଙ୍କ ବାପା ଏ ନେଇ ପ୍ରଶ୍ନ କରିଛନ୍ତି।

Next Post

ଶ୍ରମ କାର୍ଯ୍ୟାଳୟରୁ ନ୍ୟାୟ ପାଉନାହାନ୍ତି ଶ୍ରମିକ

Wed Apr 2 , 2025
କେନ୍ଦ୍ରାପଡ଼ା,୨ା୪ : କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ଶ୍ରମିକମାନେ ନ୍ୟାୟ ପାଇପାରୁ ନାହାନ୍ତି। ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଯେଉଁ ଅର୍ଥ ଆସୁଛି ତାହା ହେରଫେର ହୋଇଯାଉଛି। ନିର୍ମାଣ ଶ୍ରମିକଙ୍କୁ ଗୁରୁତ୍ୱ ଦିଆନଯାଇ ଅଣସଂଗଠିତ ଶ୍ରମିକମାନଙ୍କୁ ଗୁରୁତ୍ୱ ଦିଆଯାଉଛି ବୋଲି କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ ୟୁନିଅନ କମିଟି ପକ୍ଷରୁ ବୁଧବାର ଖଡିଅଙ୍ଗସ୍ଥିତ ସି.ପି.ଆଇ.(ଏମ) କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛିି। ଶ୍ରମିକ ନେତା ଜଗତଜୀବନ ଦାଶ କରିଛନ୍ତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading