ସୁଶାନ୍ତ ତରାଇଙ୍କୁ ବିପନ୍ନବନ୍ଧୁ ରତ୍ନ ସମ୍ମାନ

blank
କେନ୍ଦ୍ରାପଡ଼ା,୨୦ା୪ : କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଅରୋହିକଣା ଗ୍ରାମର ସମାଜସେବୀ ସୁଶାନ୍ତ କୁମାର ତରାଇଙ୍କୁ କଳିଙ୍ଗ ସଡକ ବିପନ୍ନ ବନ୍ଧୁ ରତ୍ନ ସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଛି। ଏହି ଉପଲକ୍ଷେ ରାଷ୍ଟ୍ରୀୟ ପୂଜ୍ୟପୂଜା ପରିଷଦ, କଟକ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ସଭାପତି ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ପୋଲିସ ଆଇ.ଜି. ରାଜକିଶୋର ଦାଶ ମୁଖ୍ୟଅତିଥି, ବିଶିଷ୍ଟ ସାରସ୍ୱତ ସାଧକ ଡ. ବାବାଜୀ ଚରଣ ପଟ୍ଟନାୟକ ବରେଣ୍ୟ ଅତିଥି, ମୁଖ୍ୟବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ ଓ ସମ୍ମାନିତ ଅତିଥି ଭାବେ ସଂସଦର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗଦେଇ ସମାଜସେବୀ ଶ୍ରୀ ତରାଇଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ କଳିଙ୍ଗ ସଡକ ବିପନ୍ନ ବନ୍ଧୁ ରତ୍ନ ସମ୍ମାନ-୨୦୨୫ ରେ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇବା ପରେ ଶ୍ରୀ ତରାଇଙ୍କୁ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟିଛି।

Next Post

ଅଟୋକୁ ପୋଡିଦେଲେ ଦୁର୍ବୃତ୍ତ

Sun Apr 20 , 2025
କେନ୍ଦ୍ରାପଡା ୨୦/୪ – କେନ୍ଦ୍ରାପଡ଼ା ସଦର ଥାନ ଅନ୍ତର୍ଗତ ଆୟବା ପଞ୍ଚାୟତ ମଧୁରକୂଳ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟି ଯାଇଛି ଅଭାବନୀୟ ଘଟଣା । ମଣ୍ଟୁ ସେଠିଙ୍କ ଯାତ୍ରୀବାହି ଅଟୋ (ନମ୍ବର -ଙଊ ୨୯ଏ୧୦୮୫)କୁ କେହି ଦୁର୍ବୁତ୍ତ ନିଆଁ ଲଗେଇଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ଭଡା ସାରି ମଣ୍ଟୁ ଅଟୋରିକ୍ସା ନେଇ ଘରକୁ ଫେରିଥିଲେ । ଘର ନିକଟରେ ଅଟୋ ରଖି ଶୋଇପଡିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading