ଭାରତର ପ୍ରାଚୀନ ବିଦ୍ୟାଳୟ ଭଳି ବିଶ୍ୱସ୍ତରୀୟ ଶିକ୍ଷା ଅପରିହାର୍ଯ୍ୟ

blank

ଗୋଟିଏ ସମୟ ଥିଲା ଯେତେବେଳେ ସାରା ବିଶ୍ୱରୁ ଲୋକମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଭାରତକୁ ଆସୁଥିଲେ। ସେଥିପାଇଁ ଏଠାକାର ବିଦ୍ୟାଳୟଗୁଡ଼ିକୁ ବିଶ୍ୱବିଦ୍ୟାଳୟ କୁହାଯାଉଥିଲା। ଭାରତ ଶିକ୍ଷାର ଏତେ ଉଚ୍ଚତାରେ ପହଞ୍ଚିଥିଲା। ଆମେ ତିନି ହଜାର ବର୍ଷ ପୂର୍ବେ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହାର କିଛି ଅବଶେଷ ପାଇଥାଉ। ଉଦାହରଣ ସ୍ୱରୂପ, ତିନି-ଚାରି ହଜାର ବର୍ଷ ପୂର୍ବେ ତକ୍ଷଶୀଳାରେ ଏକ ବଡ଼ ବିଶ୍ୱବିଦ୍ୟାଳୟ ଥିଲା। ଦ୍ୱାଦଶ ଶତାବ୍ଦୀରେ ନାଳନ୍ଦା ଏବଂ ବିକ୍ରମଶିଳା ଭଳି ବିଶ୍ୱବିଦ୍ୟାଳୟ ଥିଲା। ବୁଝିବା କଥା ହେଉଛି ଯେ ଯେତେବେଳେ ବିଶ୍ୱର ଅନ୍ୟାନ୍ୟ ଦେଶରେ ଶିକ୍ଷା ପ୍ରକ୍ରିୟା ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲା, ସେତେବେଳେ ଭାରତରେ ଶିକ୍ଷାର ସ୍ତର ଅତ୍ୟନ୍ତ ବିକଶିତ ଥିଲା। ଡିଜିଟାଲ୍ ଯୁଗର ବହୁ ପୂର୍ବରୁ ସେହି ସମୟକୁ ମନେ ପକାନ୍ତୁ, ଯେତେବେଳେ ଜ୍ଞାନ ସଜୀବ ଆଲୋଚନା, ବିଦ୍ୱାନ ବିତର୍କ ଏବଂ ଗଭୀର ଶିକ୍ଷା ମାଧ୍ୟମରେ ଅର୍ଜନ କରାଯାଉଥିଲା। ଭାରତର ପ୍ରାଚୀନ ବିଶ୍ୱବିଦ୍ୟାଳୟଗୁଡ଼ିକ ବୌଦ୍ଧିକ ଶକ୍ତିର କେନ୍ଦ୍ର ଥିଲା, ଯାହା ଗଣିତ ଏବଂ ଜ୍ୟୋତିର୍ବିଜ୍ଞାନ ସହିତ ଦର୍ଶନ ଏବଂ ଔଷଧ ଅଧ୍ୟୟନରେ ଆଗ୍ରହୀ ଦୂରଦୂରାନ୍ତର ବିଦ୍ୱାନମାନଙ୍କୁ ଆକର୍ଷିତ କରୁଥିଲା।ଏହି ଐତିହାସିକ ଯୁଗରେ, ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ତାଲିକାର ଶୀର୍ଷରେ ଥିଲେ ଏବଂ ସେମାନଙ୍କର ଉନ୍ନତ ପାଠ୍ୟକ୍ରମ, ବିବିଧ ଶିକ୍ଷା ଏବଂ ଚମତ୍କାର ସ୍ଥାପତ୍ୟ ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ ହୋଇଥିଲେ। ସଂପ୍ରତି ଦିନ ବଦଳି ଯାଇଛି ଆମେ ବିଦେଶୀ ଅକ୍ସଫୋର୍ଡ କିମ୍ବା କେମ୍ବ୍ରିଜ୍ ଶୀକ୍ଷାନୁଷ୍ଠାନକୁ ଗୁରୁତ୍ୱ ଦେଇଆସୁଛୁ । ଭାରତରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ ପ୍ରତିବର୍ଷ ପ୍ରତିଭା ଚାଲାଣ ହୁଏ ବିଦେଶକୁ। ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଆଦି ରାଷ୍ଟ୍ରକୁ ପ୍ରତିବର୍ଷ ଭାରତରୁ ଲକ୍ଷାଧିକ ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ପାଇଁ ଗସ୍ତ କରନ୍ତି। ଆମ ଦେଶରେ ଶିକ୍ଷାର ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ କିମ୍ବା ସରକାରୀ ପ୍ରୋତ୍ସାହନର ଅଭାବ ହେଉ ଅବା ଉଚ୍ଚାକାଂକ୍ଷା ହେଉ ଶିକ୍ଷାର୍ଥୀମାନେ ନିଜ ଦେଶ ଛାଡ଼ି ବିଦେଶ ଯାଉଛନ୍ତି। ଭାରତରେ ଅଗଣିତ ପ୍ରତିଭାସଂପନ୍ନ ଶିକ୍ଷାର୍ଥୀ ଥିଲେ ହେଁ କେଉଁ ପରିସ୍ଥିତିରେ ଉଚ୍ଚଶିକ୍ଷା ପାଇଁ ନିଜ ମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ତାହା ବିଚାର୍ଯ୍ୟ। ଆମ ଦେଶର ଆର୍ôଥକ ସ୍ୱଚ୍ଛଳ ଥିବା ଛାତ୍ରୀଛାତ୍ରମାନେ ହୋଟେଲ ମ୍ୟାନେଜ୍‌ମେଣ୍ଟ, ଏମ୍‌ବିଏ ଏବଂ ସାମାନ୍ୟ ସ୍ନାତକ ଡିଗ୍ରୀ ହାସଲ କରିବା ପାଇଁ ଆମେରିକା, ବ୍ରିଟେନ, କାନାଡା, ୟୁକ୍ରେନ୍ ପ୍ରଭୃତି ଦେଶକୁ ଗସ୍ତ କରୁଛନ୍ତି।
ସାଧାରଣ ଶିକ୍ଷା ପାଇଁ ବିଦେଶ ଯାତ୍ରା କରୁଥିବା ଶିକ୍ଷାର୍ଥୀମାନଙ୍କୁ ଯଦି ପ୍ରକୃତ କାରଣ ପଚରାଯାଏ ସେମାନେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ଦେଇପାରିବେ ନାହିଁ। ଯେଉଁ ଶିକ୍ଷାର୍ଥୀମାନେ ବିଦେଶରେ ପଢ଼ୁଛନ୍ତି ସେମାନଙ୍କୁ ମଧ୍ୟ ଅନେକ ସମୟରେ ହଇରାଣ ହରକତ ହେବାକୁ ପଡୁଛି। ସେହି ମହତ୍ତ୍ୱାକାଂକ୍ଷୀ ଛାତୀଛାତ୍ରମାନଙ୍କୁ ବିଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅବଶ୍ୟ ସେମାନଙ୍କ ପାଖକୁ ନିମନ୍ତ୍ରଣ କରନ୍ତି। ଯେତେବେଳେ ଆମ ବିଦ୍ୟାର୍ଥୀମାନେ ସେଠାରେ ଅଧ୍ୟୟନରତ ଥା’ନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ନଜରକୁ ଆସେ। ବିଦ୍ୟାର୍ଥୀମାନଙ୍କର ଅଭିଭାବକମାନେ ଶିକ୍ଷା ଋଣ ନାମରେ ବହୁତ ମୋଟା ଅଙ୍କର ଅର୍ଥରାଶି ବ୍ୟାଙ୍କରୁ ନେଇଯାଇଥାନ୍ତି।
ଆମ ଦେଶର ବିଦ୍ୟାର୍ଥୀ ସେତିକିବେଳେ ବିଦେଶରେ ପଢ଼ିବାକୁ ଅନିଚ୍ଛୁକ ହେବେ, ଯେତେବେଳେ ଆମେ ସେମାନଙ୍କୁ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇପାରିବା। କିନ୍ତୁ ସେପରି ବ୍ୟବସ୍ଥା ଆମର ଦେଶରେ ପ୍ରଚଳନ କରିବାକୁ ହେଲେ ଆମକୁ ପ୍ରତ୍ୟେକ ପ୍ରାଚୀନ ବିଶ୍ୱବିଦ୍ୟାଳୟକୁ ଅନୁସନ୍ଧାନ କରି ପ୍ରାଚୀନ ଭାରତରେ ଶିକ୍ଷା କିପରି କାର୍ଯ୍ୟ କରୁଥିଲା ତାକୁ ଜାଣିବାକୁ ପଡିବ । ଭାରତ ବର୍ଷର ୦.୫ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ନେଇ ବିରଳ ପୁସ୍ତକ ସହିତ ଏକ ବଡ଼ ପାଠାଗାର କଲେ ପ୍ରାୟ ୩୦ରୁ ୪୦ ବର୍ଷ ମଧ୍ୟରେ ଭାରତ ଏକ ବିକଶିତ ଦେଶରେ ଗଣାଯାଇପାରିବ ବୋଲି କୁହାଯାଉଛି ।

Next Post

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ପ୍ରସ୍ତୁତି ବୈଠକ

Tue Sep 16 , 2025
କେନ୍ଦ୍ରାପଡ଼ା,୧୬ା୯:ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା କାଲି ଅର୍ଥାତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଇନ୍ଦୋର ସହରରୁ ଦେଶ ବ୍ୟାପୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ସେପ୍ଟେ୍ଟମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading