ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ପ୍ରତିଭା ସମ୍ବର୍ଦ୍ଧନା-୨୦୨୫ ସମାରୋହ

blank
କେନ୍ଦ୍ରାପଡା,୮ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସୁପୁର ସ୍ଥିତ ମା’ ବାସନ୍ତୀ ଦୁର୍ଗା ପୂଜା ପ୍ରାଙ୍ଗଣରେ ସୋମବାର ସନ୍ଧ୍ୟାରେ “ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ’,ର ୧୮ତମ ବାର୍ଷିକ ଉତ୍ସବ ଓ ପୂଜ୍ୟପୂଜା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହକୁ ଟ୍ରଷ୍ଟର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ହିମାଂଶୁ ଭୂଷଣ ପରଡା ସଂଯୋଜନା ଓ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ପ୍ରଫେସର ବୈଷ୍ଣବ ଚରଣ ସାମଲ, ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ଭଗବାନ ବିଶ୍ୱାଳ ଯେ ସାମାଜିକ ଓ ସେବା କାର୍ଯ୍ୟର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋକପାତ କରି କେନ୍ଦ୍ରାପଡା ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ । ପ୍ରତିବର୍ଷ ଭଳି ଟ୍ରଷ୍ଟ ସାମାଜିକ ସେବା ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ର ଯଥା ସାହିତ୍ୟ, ସଂସ୍କୃତି, ସମାଜସେବା, କଳା, ସଂଗୀତ, ବିଜ୍ଞାନ ଏବଂ କ୍ରୀଡା କ୍ଷେତ୍ରର ବିକାଶ ପାଇଁ ପୂଜ୍ୟପୂଜା ପ୍ରତିଭା ସମ୍ମାନ ପ୍ରଦାନ କରାଯିବା ସହିତ ଏହି ଅଞ୍ଚଳର ସମସ୍ତ ଝିଅ ଓ ବିବାହିତା ଝିଆଣିମାନଙ୍କୁ ଏକାଠି କରାଯାଇ ଭଉଣୀଚାରର ପରିବେଶ ସୃଷ୍ଟି କରି ସୁଭଦ୍ରା ମହୋତ୍ସବ ପାଳନ କରାଯାଇଥିଲା ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡାର ଚାରିଗାଁ ଗ୍ରାମର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଲେଖକ, ପ୍ରାବନ୍ଧିକ ଓ ସମାଲୋଚକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ରାପଡା ସାହିତ୍ୟ ସରସ୍ୱତୀ ସମ୍ମାନ ୨୦୨୫, ଧୂମାତ ଗ୍ରାମର ସର୍ବୋଚ୍ଚ ଯନ୍ତ୍ରୀ ଓ ଜିଲ୍ଲାର ଭିତ୍ତିଭୂମି ଉନ୍ନୟନକାରୀ ଇଂ ଶତ୍ରୁଘ୍ନ ଦାସଙ୍କୁ କେନ୍ଦ୍ରାପଡା ରତ୍ନ ସମ୍ମାନ, ତୁଣୁପୁର ଗ୍ରାମର ଶିକ୍ଷାବିତ୍ ତଥା ସମାଜ ସଂସ୍କାରକ ପ୍ରଫେସର ଅଜୟ ସାମଲଙ୍କୁ କେନ୍ଦ୍ରାପଡା ବରପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି କେନ୍ଦ୍ରାପଡା ଗୌରବ ସମ୍ମାନରେ ସ୍ତମ୍ଭକାର ଏବଂ ସାହିତ୍ୟିକ ଚୌଧୁରୀ ଅମିତାଭ ଦାସ, ଆଳି ଅଞ୍ଚଳର ସିନେ କଳାକାର ବବି ମିଶ୍ର, ଡେରାବିଶ କୁରୁଜଙ୍ଗା ଗ୍ରାମର କ୍ରୀଡାବିତ୍ ଏବଂ କ୍ରୀଡା ସଂଗଠକ ନାରାୟଣ ଚନ୍ଦ୍ର ବାରିକ, ଆଳି ଅଞ୍ଚଳର ପରିବେଶବିତ୍ ତଥା ସମାଜସେବୀ ରଶ୍ମିରଞ୍ଜନ ବାରିକ, କେନ୍ଦ୍ରାପଡାର ବିଶିଷ୍ଟ ସମାଜସେବୀ ତଥା ଶିଶୁ ଓ ମହିଳା ଅଧିକାର କର୍ମୀ ମହମ୍ମଦ ସେକ୍ ଲିୟାକତ୍ ଅଲ୍ଲୀ, ପଟ୍ଟାମୁଣ୍ଡାଇ ଓଷଙ୍ଗରାର ଲେଖକ ଓ ସମାଲୋଚକ ଅଭିମନ୍ୟୁ ଧଳଙ୍କୁ ସମ୍ମାନିତ କରାଯାଇଛି । ପଟ୍ଟାମୁଣ୍ଡାଇ ଅଞ୍ଚଳର ଶିଶୁ ଚିକିତ୍ସକ ଡା. ରଶ୍ମିରଞ୍ଜନ ମହାନ୍ତିଙ୍କୁ ଦେବ ବୈଦ୍ୟ ଅଶ୍ୱିନୀ କୁମାର ସମ୍ମାନ, ବେଲତଳ ଗ୍ରାମର ଅୟୁର୍ବେଦିକ ଓ ଶଲ୍ୟ ଚିକିତ୍ସକ ତଥା କବି ଡା. ମନୋରଞ୍ଜନ ଦାସଙ୍କୁ ସେବା ଓ ସାହିତ୍ୟ ସମ୍ମାନ, ସୋବଳା ଗ୍ରାମର ସମାଜସେବୀ ତଥା ସାରସ୍ୱତ ସାଧକ ପାରେଶ୍ୱର ସାମଲଙ୍କୁ ସ୍ୱତନ୍ତ୍ର ସେବା ଓ ସାରସ୍ୱତ ସମ୍ମାନ, ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ ପ୍ରମୋଦ ତ୍ରିପାଠୀଙ୍କୁ ସାହିତ୍ୟ ସମ୍ମାନ, ରାଜନଗର ଅଞ୍ଚଳର ଶିକ୍ଷକ କଳ୍ପତରୁ ପରିଡାଙ୍କୁ ସ୍ୱତନ୍ତ୍ର ସେବା ଓ ସାହିତ୍ୟ ସମ୍ମାନ, କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ଚିକିତ୍ସକ ଡା. ବିରେନ୍ଦ୍ର କୁମାର ଦାସଙ୍କୁ ସ୍ୱତନ୍ତ୍ର ସେବା ଓ ସାହିତ୍ୟ ସମ୍ମାନ, ବସୁପୁର ଗ୍ରାମର ସତ୍ୟସାଇ ସେବା ସଂଗଠନ ତଥା ସମାଜସେବୀ ପ୍ରଜ୍ଜ୍ୱଳିତ ଜେନାଙ୍କୁ ସ୍ୱତନ୍ତ୍ର ସେବା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମୋହନ ଚରଣ ସାହୁ, ନାରାୟଣ ଚନ୍ଦ୍ର ପରିଡା, ଇଂ ଚିତ୍ତରଞ୍ଜନ ଧଳ, ଜ୍ୟୋର୍ତିମୟ ଦାସ, ସଞ୍ଜୟ କୁମାର ଜେନା, ଧିରେନ ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଭୂବନେଶ୍ୱରର ମେଲୋଡି ନାଇଟ୍ ରବିନାରାୟଣ ବାରିକଙ୍କ ନେତୃତ୍ୱରେ କଳାକାରମାନେ ସଙ୍ଗିତ ଓ ନୃତ୍ୟ ପରବେଷଣ କରିଥିଲେ ।

Next Post

ସଖିବଟରେ ବିଶ୍ୱଶାନ୍ତି ମହାଯଜ୍ଞ

Wed Apr 9 , 2025
କେନ୍ଦ୍ରାପଡ଼ା,୯ା୪: ସଖିବଟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏହାକୁ ଉଦଘାଟନ କରି କହିଲେ ଯେ ଯଜ୍ଞ୍ୟାନାଂ ଜପ ଯଜ୍ଞାସ୍ମୀନ ଶୃଙ୍ଗରନାମ ହିମାଳୟ ଏହି ନ୍ୟାୟରେ ଭାରତବର୍ଷ ମୁନିଋଷିମାନଙ୍କର ତପସ୍ୟାର କେନ୍ଦ୍ରବିନ୍ଦୁ ଯାହାଙ୍କର କୃପାରୁ ଏଦେଶର ପାଣି, ପବନ, ବୃକ୍ଷଲତା, ନଦନଦୀମାନେ ମଧ୍ୟ ଧର୍ମରେ ଜଡିତ। ଏହି ଦେଶରେ ଆମର ଜନ୍ମ। ଆମେ ସମସ୍ତେ ମିଳିତ ହୋଇ ଦେଶ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading