ଜିଲ୍ଲା କଂଗ୍ରେସର ବୀର ଜବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

blank
କେନ୍ଦ୍ରାପଡ଼ା,୧୫ା୫ : ଭାରତ ପାକ୍ ଯୁଦ୍ଧରେ ଅସୀମ ବୀରତ୍ୱ ଓ ଦେଶଭକ୍ତିର ପରାକାଷ୍ଠା ଦେଖାଇ ସହୀଦ ହୋଇଥିବା ବୀର ଜବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି। ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ହାତରେ ମହମବତୀ ଜଳାଇ ଧରି ବୀର ଜବାନମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ବିଭ୍ରାଂଶୁଶେଖର ଲେଙ୍କା, ଫକୀର ଚରଣ ଖଟୁଆ, ଭାଗିରଥି ଜେନା, ସୟଦ ଅବଦୁଲ ସତ୍ତାର, ହରିଶ ପଟ୍ଟନାୟକ, ସର୍ବେଶ୍ୱର ସେଠୀ,ସତ୍ୟପ୍ରିୟ ସାମଲ, ମଳୟ ଦାସ, ରବିନାରାୟଣ ବେହେରା, ମାନଗୋବିନ୍ଦ ଦାଶ, ଶୁକଦେବ ସାହୁ, କୃପାସିନ୍ଧୁ ସାହୁ, ଶୈଳେନ୍ଦ୍ର ମଲିକ, ଉମେଶ ପାଢୀ ପ୍ରମୁଖ ଯୋଗଦେଇ ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Next Post

ଅଗ୍ନିକାଣ୍ଡ ଜାଲିଗଲା ୪ ବଖରା ଆସବାବପତ୍ର

Thu May 15 , 2025
ପଟ୍ଟାମୁଣ୍ଡାଇ୧୫ା୫ : କେନ୍ଦ୍ରାପଡ଼ା ଜିଲା  ପଟ୍ଟାମୁଣ୍ଡାଇ ଥାନା ଗାଙ୍ଗପଡା ପଞ୍ଚାୟତର ସୋବଳା ଗାଁରେ ଅଗ୍ନିକାଣ୍ଡ ଘଟି ଦୈତାରୀ ଭୋଇଙ୍କ ୪ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଛି। ଘରେ ଧାନ ଚାଉଳ ଆସବାବପତ୍ର ଯାହା ଥିଲା ସବୁ ନିଆଁରେ ପୋଡ଼ିଯାଇଛି। ନିଆଁର ଭୟାବହତା ଏତେ ପ୍ରଖର ଥିଲା ଯେ ନିଆଁ ଦାଉରୁ କିଛି ଜିନିଷପତ୍ର ଉଦ୍ଧାର କରାଯାଇପାରି ନଥିଲା। ଅପରାହ୍ନ ୧୨ଟା ସମୟରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading