ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ

blank
କେନ୍ଦ୍ରାପଡା,୨୬ା୪: କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଆଜି ସକାଳ ୯ଟା ୩୦ ମିନିଟ୍ ସମୟରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ବିନ୍ଧାଣୀ ତଥା ଉତ୍କଳ ମାଟିର ଅଗ୍ରଣଣ୍ୟ ବରପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତାକୁ ସ୍ମରଣ କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତପନ କୁମାର ପତି, ପଟ୍ଟାମୁଣ୍ଡାଇ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ନୀଳମଣି ଲେଙ୍କା, ଗବେଷକ ଡ. ବାସୁଦେବ ଦାସ, ନିରଞ୍ଜନ ମେକାପ, ଡ. ବିରଜା ପ୍ରସାଦ ରାଉତରାୟ, କେନ୍ଦ୍ରାପଡା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି, ସ୍ୱାଧୀନତା ଦାୟାଦ ସଂଘର ସଂପାଦକ ଓ କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା ଜିଲ୍ଲା ପ୍ରଶାସନ ପକ୍ଷରୁ । ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକ ଶିକ୍ଷାଭିତ୍ତିକ ରାଜ୍ୟ ଗଠନ କରିବା ପାଇଁ ପାରଳା ମହାରାଜା ୧୯୩୦ ମସିହା ନଭେମ୍ବର ୧୨ ତାରିଖଠାରୁ ୧୯୩୧ ମସିହା ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନଠାରେ ପ୍ରଥମ ଗୋଲଟେବୁଲ ବୈଠକରେ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ । ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ଦଶମ ଉତ୍କଳ ସମ୍ମିଳନୀ ବାର୍ଷିକ ଅଧିବେଶନରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଦାବି ଉପସ୍ଥାପିତ ହୋଇଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପାରଳାଖେମୁଣ୍ଡି, ଜୟପୁରକୁ ଓଡିଶା ସହିତ ମିଶାଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ହେଉ ବା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଉ ସବୁଠାରେ ତାଙ୍କ ବଳିଷ୍ଠ ଭୂମିକାକୁ ସ୍ମରଣ କରିଥିଲେ । ଅତିଥିମାନେ ୧୮୯୨ ମସିହା ଅପ୍ରେଲ୍ ୨୬ ତାରିଖ ଅର୍ଥାତ ଆଜିର ଦିନରେ ଜନ୍ମିତ ଅଗ୍ରଗଣ୍ୟ ବରପୁତ୍ର ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଓଡିଆ ଭାଷା ଓ ଜାତିର ଉନ୍ନତି ପାଇଁ ନିଜସ୍ୱ ସମସ୍ତ ପାଣ୍ଠି ଦାନ କରି ଓଡିଆ ଜାତିକୁ ସ୍ମରଣୀୟ କରାଇପାରିଛନ୍ତି ଏବଂ ରାଜ୍ୟ ସରକାର ଏହି ବରପୁତ୍ରଙ୍କ ଜନ୍ମଜୟନ୍ତୀ ଜିଲ୍ଲାସ୍ତରରେ ପାଳନ କରାଯାଇଥିବାରୁ ସମସ୍ତେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ଧନ୍ୟବାଦ ଜଣାଇଛନ୍ତି । ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶୋକ ବଳିଆର ସିଂହ ଅତିଥି ପରିଚୟ, ଜୟନ୍ତୀ ପାଳନର ଆଭିମୁଖ୍ୟ ସଂପର୍କରେ ବର୍ଣ୍ଣନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଜଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ତ୍ରିଭୁବନ ଜୟସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

Next Post

୧୨ତମ ଆଲ୍ ଓଡିଶା ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

Sat Apr 26 , 2025
କେନ୍ଦ୍ରାପଡା,୨୬ା୪: କେନ୍ଦ୍ରାପଡା ସହରସ୍ଥ ସାନମଙ୍ଗଳା ଗ୍ରୀସ୍ ପିଲ୍ଡଠାରେ ରାଜ୍ୟସ୍ତରୀୟ ୧୨ତମ ସୋନି ସାଗର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ରଞ୍ଜିତ୍ ସାହୁ, ଯୁବନେତା ରାଜେଶ ଦାସ, ଯୁବନେତା ଯଯାତି କେଶରୀ ମହାନ୍ତି, ମହିଳା ସଭାନେତ୍ରୀ ସ୍ୱୟଂପ୍ରଭା କର, ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟିତ କରିଥିଲେ । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading