
ପଟ୍ଟାମୁଣ୍ଡାଇ ୧୪/୧୧ – ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରିଆପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଟ୍ଟାମୁଣ୍ଡାଇ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ “ଶିଶୁଦିବସ” ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ତାଲୁକ୍ ଆଇନ ସେବା ସମିତି ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ ଓ ପ୍ୟାନେଲ ଆଇନଜୀବୀ ଧୀରେନ୍ଦ୍ରନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଜେଏମଏଫସି ବିଦ୍ୟୁତଲତା ପ୍ରଧାନ ଜେଏମଏଫ୍ସି ଡି.କେ.ବାଲକ୍ରିଷ୍ଣନ୍, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରକିଶୋର ସାହୁ, ପଟ୍ଟାମୁଣ୍ଡାଇ ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ଦାଶ, ରିଟେନର ଗୀତାଞ୍ଜଳୀ ପୃଷ୍ଟି, ଆଇନଜୀବୀ ହୃଦାନନ୍ଦ ମହାନ୍ତି, ବିଜୟ କୁମାର ରାଉତ ପ୍ରମୁଖ ଯୋଗ ଦେଇ ଶିଶୁ ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସହକାରୀ ଶିକ୍ଷକ ଅଜୟ କୁମାର ସ୍ୱାଇଁ , ମନୋରଞ୍ଜନ ଦାସ ସଞ୍ଜୁପ୍ରଭା ବିଶ୍ୱାଳ, ମଧୁସ୍ମିତା ପରିଡ଼ା କବିତା ସାହୁ ପ୍ରମୁଖ ଭାଷଣ ଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରୀଛାତ୍ର, ଲିଗାଲ ଏଡ଼ କର୍ମକର୍ତା ଅପର୍ଣା ସାମଲ, ମୋହନ ଦାଶ, ଅରବିନ୍ଦ ପଣ୍ଡା, ସୁଧାଂଶୁ ଲେଙ୍କା,ଅମରେନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ । ଉତ୍ସବ ଆରମ୍ଭରେ ବିଚାରପତିମାନେ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଜ୍ୱାହାରଲାଲ୍ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତାଲୁକ ଆଇନ ସେବା ସମିତି ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା , ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିରିକ୍ତ ଜିଲ୍ଲା ବିଚାରପତି ବିଦ୍ୟାଧର ପ୍ରୁଷ୍ଟି, ବିଚାରପତି ବିଦ୍ୟୁତଲତା ପ୍ରଧାନ ଓ ବିଚାରପତି ଡି.କେ.ବାଲକ୍ରିଷ୍ଣନ୍ ପୁରସ୍କାର ବିତରଣ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ସୁଜାତା ଦାସ ଧନ୍ୟବାଦ ଦେଇଥିଲେ ।ସେହିପରି ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ସମେତ ବିଭିନ୍ନ ସ୍କୁଲ କଲେଜରେ ଶିଶୁ ଦିବସ ପାଳନ କାରାଯାଇଛି ।
