ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ , ଗେଟ ପଡି ଅଳ୍ପକେ ବର୍ତ୍ତିଲେ ଅଟୋବାଲା , ନିୟମକୁ ଫୁ’ କରି ସହରର ଗଳିକନ୍ଦିରେ ବଡ଼ ବଡ଼ ବିଜ୍ଞାପନ , ନିରବ ପୌର ପ୍ରଶାସନ ରାଜସ୍ୱ ହାନୀ

blank

ପଟ୍ଟାମୁଣ୍ଡାଇ ୪/୪ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। ଶନିବାର ପୂର୍ବାହ୍ନରେ ବକ୍ତାରପୁର ଛକ ବିଦ୍ୟାଳୟର ନିକଟରେ ଏକ ହୋର୍ଡିଂ ବୋର୍ଡ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା । ଏଥିରେ ଜଣେ ଅଟୋବାଲ ଅଳ୍ପକେ ବର୍ତି ଯାଇଥିଲେ । କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଗାଡିଚଲାଚଳ ବାଧାପ୍ରାପ୍ତ ହୋଇଥିଲା । ପବନ ହେଲେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଛୋଟ, ବଡ ହୋର୍ଡ଼ିଂଗୁଡ଼ିକ ଉଡ଼ି ଏଣେ ତେଣେ ପଡୁଥିବାରୁ ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି। ଏଣୁ ବେଆଇନ ହୋର୍ଡିଂ ଉଛେଦ କରିବା ସହିତ ବେଆଇନ ବିଜ୍ଞାପନ ଉପରେ କଟକଣା ଲାଗୁ କରିବାକୁ ସାଧାରଣରେ ଦାବି ହୋଇଛି।

blank

ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ବ୍ୟସ୍ତବହୁଳ ରାସ୍ତ।।ରେ ବିନା ଅନୁମତିରେ ବେଆଇନ ହୋଡିଂ ବର୍ଷବର୍ଷ ଧରି ଲାଗିରହିଛି । ବାଇପାସ ମୂଖ୍ୟ କଟକ-ଚାନ୍ଦବାଲ ରାସ୍ତା ଉପରେ ବିପଦ ଶଙ୍କୁଳ ଭାବେ ବର୍ଷବର୍ଷ ଧରି ଏକ ବିରାଟ ମଂଚଭଳି ଗେଟ ପୋତା ହୋଇଛି । ଯାହା ପୌର ନିୟମକୁ ଫୁ’ କରି ଏହି ଅଭିନନ୍ଦନ ବୋର୍ଡ ଲଗାଯାଇଛି । ଯାହାକୁ ପୌର କତୃପକ୍ଷ ମୁହଁ ଖୋଲିବାକୁ ଭୟ କରୁଛନ୍ତି । କାଳବୈଶ।।ଖୀ ବର୍ଷାପବନ ପାଇଁ ରାସ୍ତାରେ ଯାଉଥିବା ପଥଚାରୀଙ୍କ ପାଇଁ ବିପଦ ସୃଷ୍ଠି କରୁଛି । ସେହିପରି ସହରର ଗଳିକନ୍ଦିରେ ବଡ଼ ବଡ଼ ବିଜ୍ଞାପନ ଛାଇଯାଇର୍ଛି। ଏଥିପାଇଁ ପୌରପାଳିକା ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଥିବା ବେଳେ କତୃପକ୍ଷ ସବୁ ଜାଣିଶୁଣି ଚୁପ୍ ବସିଛନ୍ତି । ଓଡ଼ିଶା ସରକାରଙ୍କ ‘ଆଡଭଟାଇଜମେଂଟ ପଲିସି’ ଅନୁସାରେ ହୋର୍ଡିଂ ଲଗାଇବା ପାଇଁ କଡ଼ା ନିୟମ ରହିଛି। ହେଲେ ଏହି ନିୟମର ଖୋଲାଖୋଲି ପଟ୍ଟାମୁଣ୍ଡାଇରେ ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି।ପଟ୍ଟାମୁଣ୍ଡାଇ ସହରରେ ଅନେକ ସ୍ଥାନରେ ବେଆଇନ ହୋଡିଂ ଲାଗିରହିଛି । କାଳବୈଶାଖୀ ପବନରେ ଏଗୁଡ଼ିକ ରାସ୍ତାରେ ପଡ଼ି ବିପଦ ସୃଷ୍ଟି କରୁଛି । ଏହି ବେଆଇନ ହୋଡିଂକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଦ୍ୱାରା ଅଭିଯାନ ଜାରି ରହିଥିବା ବର୍ଷ ବର୍ଷ ଧରି ପୌର କର୍ତୃପକ୍ଷ କହିଚାଲିଛନ୍ତି । ମାତ୍ର ବିଜ୍ଞାପନ, ଅଭିନନ୍ଦନ ହୋଡିଂ ସେହିପରି ଲାଗିରହିଛି । ଯାହା ପୌର ପ୍ରସାଶନର କାର୍ଯ୍ୟରେ ଅବହେଳା ପରି କାଗୁଛି । ଜନସାଧାରଣଙ୍କ କର ଅର୍ଥରେ ଦରମା ନେଉଥିବା କତୃପକ୍ଷ କାର୍ଯ୍ୟରେ ଅବହେଳା କରି ଲୋକଙ୍କୁ ବିପଦ ମୁହଁକୁ ଠେଲି ଦେଉଛନ୍ତି ।ଏଣୁ ବେଆଇନ ହୋର୍ଡିଂ ଉପରେ କଟକଣା ଲାଗୁ କରିବାକୁ ସାଧାରଣରେ ଦାବି ହୋଇଛି।

କ’ଣ କହୁଛି ନିୟମ? -ସାମାଜିକକର୍ମୀ ପ୍ରବୀର ନାୟକ

blank

  • ହସ୍ପିଟାଲ, ମନ୍ଦିର ଓ ସରକାରୀ ଅଫିସ ସମ୍ମୁଖରେ ହୋର୍ଡିଂ ଲଗାଇବା ବେଆଇନ
  • ରାସ୍ତା ଡିଭାଇଡର ଏବଂ ବିଦ୍ୟୁତ୍ ଖୁଣ୍ଟରେ ଲଗାଯିବନି ହୋର୍ଡିଂ
  • ମୁଖ୍ୟ ରାସ୍ତା ଠାରୁ ଅନ୍ୟୂନ ୧୦୦ ମିଟର ଦୂରତା ବାଧ୍ୟତାମୂଳକ

ଏତେ ସବୁ କଟକଣା ସତ୍ତ୍ୱେ ପଟ୍ଟାମୁଣ୍ଡାଇ ସହର ଆଖପାଖ ଅଂଚଳରେ ସବୁ ନିୟମ ଉଲଙ୍ଘନ ହେଉଛି । ବେଆଇନ୍ ହୋର୍ଡିଂ ଉଚ୍ଛେଦ କରିବାକୁ ପୌରପାଳିକା ପାଖରେ କ୍ଷମତା ଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନି । ଏହି ବେଆଇନ ହୋଡିଂ କେବଳ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁନାହିଁ ବରଂ ପୌରପାଳିକାର ଆର୍ôଥକ ମେରୁଦଣ୍ଡକୁ ଦୁର୍ବଳ କରୁଛି।

କାହା ସ୍ୱାର୍ଥରେ ନିରବ ପ୍ରଶାସନ?-ଆଇନଜୀବୀ ଶତ୍ରୁଜିତ ନାୟକ

blank

  • ହୋର୍ଡିଂ ବେପାର, କାହା ପକେଟ୍‌ରେ ଟଙ୍କା?
  • ହୋର୍ଡିଂ ପାଇଁ ନିୟମ ଥାଇ ବି କାହିଁକି ହେଉନି କାର‌୍ୟ୍ୟାନୁଷ୍ଠାନ?
  • ବିଜ୍ଞାପନ ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ, ପୌରପାଳିକା କର୍ତ୍ତୃପକ୍ଷ ଚୁପ୍ କାହିଁକି?
  • ବେଆଇନ ବିଜ୍ଞାପନ ପାଇଁ ହେଉଥିବା ରାଜସ୍ୱ କ୍ଷତି ଭରିବ କିଏ?
  • କାହା ଛତ୍ରଛାୟାରେ କାରବାର ଚଳାଇଛି ବେଆଇନ ଏଜେନ୍ସି?
  • ଶେଷଥର ପାଇଁ ପୌରପାଳିକା ପକ୍ଷରୁ କେବେ ହୋଇଥିଲା ହୋର୍ଡିଂର ସର୍ଭେ?
  • ଅସୁରକ୍ଷିତ ହୋର୍ଡିଂ ଯୋଗୁଁ ଦୁର୍ଘଟଣା ହେଲେ, କିଏ ରହିବ ଦାୟୀ?

ପୌରପାଳିକାର ଢିଲା ମନୋବୃତ୍ତି ପାଇଁ ସହରର ସୌନ୍ଦର‌୍ୟ୍ୟ ନଷ୍ଟ ହେଉଛି। ଅପରପକ୍ଷରେ କିଛି ଅସାଧୁ ବିଜ୍ଞାପନ ସଂସ୍ଥା ବେଆଇନ ଭାବେ ମାଲେମାଲ ହେଉଛନ୍ତି। ତେବେ ଗଣମାଧ୍ୟମ ଆଗରେ ଉଚ୍ଛେଦ ନେଇ ପ୍ରଶାସନ ଯେଉଁ ପ୍ରତିଶ୍ରୁତି ଦେଇଛି, ତାହା ପୂରଣ ହେଉନାହିଁ ।

ଅସୁରକ୍ଷିତ ହୋର୍ଡିଂ ଯୋଗୁଁ ବାଢୁଛି ଦୁର୍ଘଟଣା-ରଣଧୀର ଜେନା

blank
ପଟ୍ଟାମୁଣ୍ଡାଇରେ ପୌରାଂଚଳରେ ବିଜ୍ଞାପନ ଯେତେଟା ଲାଗିଛି ତାହା ପାଖାପାଖି ୧୦ ଲକ୍ଷ ଊର୍ଦ୍ଧ୍ଵ ରାଜସ୍ୱ ଆଦାୟ ହେବା କଥା । ମାତ୍ର ଗତ ୨୦୨୪-୨୫ ଆର୍ଥୀକ ବର୍ଷରେ ୩୫ ହଜାରେ କର ଆଦାୟ ହୋଇଥିଲା ବୋଲି ପୌର କତୃପକ୍ଷ କହିଛନ୍ତି । ହେଲେ ଯୋତଟା ବେଆଇନ ବିଜ୍ଞାପନ ଲାଗିଛି ତାହାର ହେଉଥିବା ରାଜସ୍ୱ କ୍ଷତି କିଏ ଭରିବ ଓ କାହା ଛତ୍ରଛାୟାରେ କର୍ତୃପକ୍ଷ କାରବାର ଚଳାଇଛି ତାହା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଅସୁରକ୍ଷିତ ହୋର୍ଡିଂ ଯୋଗୁଁ ଯେଉଁ ଦୁର୍ଘଟଣା ହେଉଛି ଏଥିରେ କିଏ ଦାୟୀ ରହିବ ଆଲୋଚନାଜେଯାର ଧରିଛି । ପୌରପାଳିକାର ଢିଲା ମନୋବୃତି ପାଇଁ ସହରର ସୌନ୍ଦର‌୍ୟ୍ୟ ନଷ୍ଟ ହେବାସହ ସାଧାରଣ ଲୋକେ ହଇରାଣ ହେଉଛନ୍ତି ।

ଏନେଇ ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କୁହନ୍ତି ଖବର ମିଳିଛି ଗେଟ ଭାଙ୍ଗି ରାସ୍ତାରେ ପଡିବା । ବେଆଇନ ହୋଡିଂ ବିଜ୍ଞାପନ ବହୁଶିଘ୍ର ଉଛେଦ କରାଯିବା ସହ ଜରିମାନା ଅସୁଲ ହେବ ।

Next Post

ଏସପିଙ୍କୁ ଅଭିଯୋଗ କଲେ ମହାକାଳପଡାବାସୀ : ରାଜନୀତି କରୁଛନ୍ତି ପୋଲିସବାବୁ

Sat Apr 4 , 2026
କେନ୍ଦ୍ରାପଡ଼ା,୪ା୪:ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଥାନାରେ କାର୍ଯ୍ୟରତ ପୋଲିସ ବାବୁମାନେ ଅପରାଧ ନିୟନ୍ତ୍ରଣ କରିବା ପରିବର୍ତ୍ତେ ରାଜନୀତିରେ ମୁଣ୍ଡ ଖେଳାଉଛନ୍ତି। ବିଜେଡିର ଜନ ପ୍ରତିନିଧି ଓ ତୁଙ୍ଗ ନେତାମାନଙ୍କ ବିରୋଧରେ ମିଛ ମାମଲା ରୁଜୁକରି ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ବିଜେପି ନେତାଙ୍କ କଥାରେ ପୋଲିସ ବାବୁମାନେ ପରିଚାଳିତ ହେଉଛନ୍ତି। ନିକଟରେ ମହାକାଳପଡା ବ୍ଲକ ର ରାଜଗଡ ପଞ୍ଚାୟତର ସରପଞ୍ଚଙ୍କୁ ଦୁର୍ନୀତି କରିବା ପାଇଁ କେତେକ ବିଜେପି ନେତା ବାଧ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading