ଜରାଜୀର୍ଣ୍ଣ ଅବସ୍ଥାରେ ପଟ୍ଟାମୁଣ୍ଡାଇ କେନାଲ ପୋଲ , ଭୁଶୁଡିବା ଆଶଙ୍କାରେ ଲୋକେ ,୨ୟ ପୋଲ ନିର୍ମାଣ ପାଇଁ ଦାବୀ

blank
କେନ୍ଦ୍ରାପଡା ୩/୭-ପଟ୍ଟାମୁଣ୍ଡାଇ ଅଂଚଳର ଜୀବନ୍ତ କିମ୍ବଦନ୍ତୀ ତଥା ଜୀବନରେଖା କୁହାଯାଉଥିବା ଅଂଚଳର ସର୍ବପୁରାତନ ପ୍ରଥମ କେନାଲ ପୋଲ ବର୍ଷ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବାରୁ ଯେ କୌଣସି ମୁହୂର୍ତ ରେ ଭୁଶୁଡିବାର ଆଶଙ୍କା ପ୍ରକାଶ ପାଇଛି । ଏହି ପୋଲକୁ ଛାଡି ପଟ୍ଟାମୁଣ୍ଡାଇ ଅଂଚଳର ଗୌରବମୟ ଇତିହାସର ପରିକଳ୍ପନା ଅସମ୍ଭବ । କାହିଁ କେଉଁ ସ୍ମରଣାତିତ କାଳରୁ ପ୍ରାୟତଃ ବ୍ରିଟିଶ ଅମଳରୁ ଏହି ପୋଲ ନିର୍ମାଣ କରାଯାଇଥିଲା । ପଟ୍ଟାମୁଣ୍ଡାଇ ଅଂଚଳର କଳା ସାହିତ୍ୟ, ସଂସ୍କୃତି, ଏତିହ୍ୟ ପରମ୍ପରାର ମୂକସାକ୍ଷୀ ଏହି ପୋଲ ଅନେକ ଗୁରୁତ୍ୱ ବହନ କରେ ଓ ଗତ ବ୍ରିଟିଶ ସରକାର ସମୟରେ ପଟ୍ଟାମୁଣ୍ଡାଇ ବଜାର ଆରମ୍ଭରେ ପଟ୍ଟାମୁଣ୍ଡାଇ କେନାଲ ଉପରେ ପଟ୍ଟା ପୋଲ ନିର୍ମାଣ କରାଯାଇଥିଲା । ପରବର୍ତୀ ସମୟରେ ଅଂଚଳବାସୀ ଙ୍କ ଦାବୀ ଫଳରେ ପ୍ରାୟ ୮୦ବର୍ଷ ତଳେ ଏକ ପକ୍କା ପୋଲ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା । ତତ୍କାଳୀନ ସାଧବ ପୁଅମାନେ ବେପାର ବଣିଜ ସାରି ନୌକା ଯୋଗେ ଯାଇ ଅଳଭା ଠାରେ ପହଂଚି ନିଜର ଗନ୍ତବ୍ୟ ସ୍ଥଳକୁ ଚାଲି ଯିବାର ଇତିହାସ ରହିଛି । ନଦୀ ନାଳ ଘେରା ପଟ୍ଟାମୁଣ୍ଡାଇ ଅଂଚଳର ଲୋକମାନେ ଯାତାୟାତ ପାଇଁ ଏହି ପୋଲ ଉପରେ ନିର୍ଭର କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଥିଲେ ।ସେତେବେଳେ ଡ଼ଙ୍ଗାର ଅଧିକ ପ୍ରଚଳନ ଥିବାରୁ ସ୍ଥାନୀୟ ଅଂଚଳର ଜନସାଧାରଣ,ରୋଗୀ, ସ୍କୁଲ କଲେଜ ଛାତ୍ରୀଛାତ୍ର ଏହି ପୋଲ ଦେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବା ସହିତ ହସ୍ପିଟାଲ ଓ ସ୍କୁଲ କଲେଜ ଯାଉଥିଲେ । ଏଥି ସହିତ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରଥମ ପୋଲ ହୋଇଥିବାରୁ ପଟ୍ଟାମୁଣ୍ଡାଇ ବଜାରକୁ ଆସି ହାଟ ସଉଦା କରିବା ପାଇଁ ପଟ୍ଟାମୁଣ୍ଡାଇ ଅଂଚଳର ଲୋକମାନେ ଏହି ପୋଲ ଉପରେ ବିଶେଷ ଭାବେ ନିର୍ଭର କରିଆସୁଥିଲେ ।ଏହା ଛଡା ଆଳି ରାଜନଗର, ରାଜକନିକା, ମହାକାଳପଡା, କେନ୍ଦ୍ରାପଡ଼ା, ଡେରାବିଶ ଓ ପାଟକୁରା ଆଦି ଅନେକ ଅଂଚଳର ଲକ୍ଷ ଲକ୍ଷ ଲୋକ ପଟ୍ଟାମୁଣ୍ଡାଇ ବଜାର ସମେତ ବିଭିନ୍ନ ଅଂଚଳକୁ ଯାତାୟାତ ପାଇଁ ନିର୍ଭର କରିଆସୁଥିଲେ । ବନ୍ୟା ସମୟରେ ଏହି ପୋଲ ଉପରେ ରହି ସ୍ଥାନୀୟ ଜନସାଧାରଣ ପଟ୍ଟାମୁଣ୍ଡାଇ ଅଂଚଳର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରୁଥିଲେ । ସମୟ ଚକ୍ରରେ ଜୀବନ୍ତ ଇତିହାସ ପାଲଟିଥିବା ଏହି ପୋଲ ଉପରେ ଏବେବି ନିର୍ଭରଶୀଳତା କମି ନାହିଁ ଓ ଗମନା ଗମନ ବ୍ୟବସ୍ଥାରେ ଉନ୍ନତି ପାଇଁ ପଟ୍ଟାମୁଣ୍ଡାଇ ବାଇପାସରେ ୨ଟି ପୋଲ ସମେତ ଏକାଧିକ ପୋଲ ନିର୍ମାଣ ସତ୍ୱେ ଏହି ସର୍ବପୁରାତନ ପୋଲ ତାର ପ୍ରାସଙ୍ଗିକତା ହରାଇ ନାହିଁ । ଏବେବି ତାର ଗୁରୁତ୍ୱ ରହିଛି ଓ ମାତ୍ର ଦୀର୍ଘ ୮୦ବର୍ଷ ତଳେ ନିର୍ମାଣ କରାଯାଇଥିବା ଏହି ପୋଲ ଆବଶ୍ୟକ ମରାମତି ଓ ରକ୍ଷଣା ବେକ୍ଷଣ ଅଭାବରୁ ସଂପୂର୍ଣ୍ଣ ଜରା ଜୀର୍ଣ୍ଣ ହୋଇପଡିଛି । ବର୍ତମାନ ଏହି ପୋଲ ଦେଇ ପ୍ରତ୍ୟହ ଶହ ଶହ ବସ ଟ୍ରକ, ଟ୍ରାକ୍ଟର, ଟ୍ରେକର,ଅଟୋ ମୋଟରସାଇକେଲ ଆଦି ଯାନବାହନ ଚଳାଚଳ କରୁଛି । ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ବର୍ତମାନ ଏହି ପୋଲର ସଟର,ବିମ ଓ ସିମେଂଟ ବାଡ଼ ସବୁ ଭାଙ୍ଗିରୁଜି ଗଲାଣି । ଏହା ଛଡା ଲୁହା ବିମର ସଟର ଭାଙ୍ଗିବା ସହିତ ନିର୍ମିତ ୩ଟିବିମ ଚାରି କଡ଼ରେ ଅନାବନା ଗଛ ଓ ଜଙ୍ଗଲୀ ଦଳ ପରିପୂର୍ଣ୍ଣ ରହିଛି । ଅନାବନା ଗଛ ଓ ଜଙ୍ଗଲୀ ଦଳ ପରିପୂର୍ଣ୍ଣ ଯୋଗୁଁ ପୋଲ ଆଉ ପୂର୍ବପରି ଦୃଶ୍ୟମାନ ହେଉନାହିଁ । ବହୁ ଗୁରୁତ୍ୱ ବହନ କରୁଥିବା ଏହି କେନାଲ ପୋଲର ସଟର ମାଧ୍ୟମରେ କେନାଲ ପାଣି ନିୟଂତ୍ରଣ କରାଯାଇ ପଟ୍ଟାମୁଣ୍ଡାଇ ସମେତ ଉତିକଣ ଅଂଚଳର ହଜାର ହଜାର ଏକର ଜମିକୁ ଜଳସେଚିତ କରାଯାଇଥାଏ । ସମ୍ପ୍ରତି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ଜନସାଧାରଣଙ୍କ ସମେତ ଆଳି, ରାଜନଗର, ରାଜକନିକା, ମହାକାଳପଡ଼ା, କେନ୍ଦ୍ରାପଡ଼ା, ଡେରାବିଶ, ପାଟକୁରା ଆଦି ଆଖପାଖ ବିଭିନ୍ନ ଅଂଚଳର ଲୋକମାନେ ନିର୍ଭର କରୁଛନ୍ତି । ପ୍ରତ୍ୟେକ ଶହ ଶହ ଯାନବାହନ ଚଳାଚଳ କରୁଛି । ପଟ୍ଟାମୁଣ୍ଡାଇ ଅଂଚଳର ଜୀବନ୍ତ କିମ୍ବଦନ୍ତୀ ଓ ଗୌରବମୟ ଇତିହାସର ମୂକ ସାକ୍ଷୀ ଏହି ସର୍ବପୁରାତନ ବ୍ରିଟିଶ ଅମଳର ପଟ୍ଟାମୁଣ୍ଡାଇ କେନାଲ ପୋଲ ଯେ କୌଣସି ମୁହୂର୍ତରେ ଭୁଶୁଡିବାର ଆଶଙ୍କା ପ୍ରକାଶ ପାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ ପଟାମୁଣ୍ଡାଇ କେନାଲ ପୋଲର ଶୋଚନୀୟ ଅବସ୍ଥା ଦେଖି ଏହାର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ସହ ଏକ ଦ୍ୱିତୀୟ ପୋଲ ନିର୍ମାଣ ପାଇଁ ପରିକଳ୍ପନା କରି ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି । ମାତ୍ର ସରକାରୀ ସ୍ତରରେ ଏ ନେଇ କୌଣସି ଠୋସ ପଦକ୍ଷେପ ନିଆଯାଇନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଗଠିତ ଲୋକଙ୍କ ସରକାର ପଟ୍ଟାମୁଣ୍ଡାଇ ଅଂଚଳର ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ଧ୍ୟାନ ଦେଇ ବିହିତ ପଦକ୍ଷେପ ନେବେ ବୋଲି ଅଂଚଳବାସୀ ଆଶା କରନ୍ତି । ରାଜ୍ୟ ସରକାର, ଜଳସମ୍ପଦ ବିଭାଗ ଉଚ୍ଚକତୃପକ୍ଷ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଟ୍ଟାମୁଣ୍ଡାଇ କେନାଲ ପୋଲର ଆବଶ୍ୟକ ମରାମତି ସହ ୨ୟ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ।

Next Post

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ବିସ୍ମୟ ଶିଶୁ ମାତ୍ର ଦୁଇବର୍ଷ ନ ମାସ ବୟସରେ ଅନର୍ଗଳ ଆବୃରତ୍ତି କରୁଛି ଶ୍ଲୋକ ଓ ମନ୍ତ୍ର

Thu Jul 3 , 2025
କେନ୍ଦ୍ରାପଡ଼ା. ୩/୭ (ଲୋକମତ)-ବୟସ ମାତ୍ର ଦୁଇ ବର୍ଷ ନ ମାସ । କିନ୍ତୁ ଅନର୍ଗଳ ଆବୃତ୍ତି କରୁଛନ୍ତି ବିଭିନ୍ନ ମନ୍ତ୍ର ଓ ଶ୍ଲୋକ । କେନ୍ଦ୍ରାପଡା ଜିଲା ପାଣ୍ଡିରି ଗାଁର ଏହି ସୁପର ବେବି ବା ବିସ୍ମୟ ଶିଶୁ ହେଉଛନ୍ତି ଆରିୟାନ୍ସ ମହାନ୍ତି । ଏଥିପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଆରିୟାନ୍ସ । ନିଜର ଅଦ୍ଭୁତ ଧୀଶକ୍ତି ଯୋଗୁ ଏତେ କମ ବୟସରେ ସେ ମନେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading