ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପଟ୍ଟାମୁଣ୍ଡାଇ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

blank
ପଟ୍ଟାମୁଣ୍ଡାଇ ୧୦/୪ – କେନ୍ଦ୍ରାପଡା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନଗର ପଂଚାୟତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସାଂସଦ ପଣ୍ଡା ହେଲିକପଟର ଯୋଗେ ବନ୍ତୋ ପଡିଆରେ ଅବତରଣ କରିଥିଲେ । ତାଙ୍କୁ ଭାଜପା ନେତା କର୍ମକର୍ତର୍ା ମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରି ଶୋଭାଯାତ୍ରାରେ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠକୁ ନେଇଥିଲେ । ସେଠାରେ ସାଂସଦ ବିଦ୍ୟାପୀଠ ପରିସର ସଫେଇ କରିବା ସହିତ ବୃକ୍ଷରୋପଣ କରିଥିଲେ । ସେଠାରୁ ଅଢାଯୋଡି ଠାରେ ଥିବା ଚନ୍ଦନନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀ ସେବା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ବନ୍ତୋ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ କଂଟାବଣ ମଣ୍ଡଳ ସଭାପତି ସ୍ୱାଗତ ଦାଶ ଓ ବୁଥ ସଭାପତି କୃଷ୍ଣଚନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭାଜପା ସାଂଗଠାନୀକ ସଭାରେ ଯୋଗ ଦେଇଥିଲେ । ଶେଷରେ ଉତିକଣ ଅଂଚଳର ପ୍ରସିଦ୍ଧ ଶୈବପୀଠ ଚନ୍ଦନନଗର ଚନ୍ଦ୍ରମଉଳି ପୀଠ ନିକଟ ହାଟଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ କେନ୍ଦ୍ର ଭାଜପା ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ ପାଇଁ ସରକାରୀ ଲାଭର୍ଥୀ ଯୋଜନା ସମ୍ପର୍କ ଭାଷଣ ଦେଇଥିଲେ । ସାଂସଦ ପଣ୍ଡାଙ୍କ ସହିତ ରାଜନଗର ଭାଜପା ବିଧାୟକ ପ୍ରାର୍ଥୀ ଲଳିତ ବେହେରା, କେନ୍ଦ୍ରାପଡ଼ା ଭାଜପା ବିଧାୟୀକା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ଆଳି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ଭାରତ ଭୂଷଣ ଦାସ, ସନ୍ତୋଷ ମହାନ୍ତି, ଯୁବ ନେତା ପରେଶ ସାହୁ, ମନୋଜ ନାୟକ, ଗିରିଜା ସାମଲ,ସୁଶୀଲ ପରିଡା, ଚନ୍ଦନ ପାତ୍ର, ପୂର୍ବତନ ଜିଲ୍ଲା ଭାଜପା ସଭାପତି କିଶୋର ପଣ୍ଡା,ରାଜନଗର ପ୍ରଭାରୀ ସୁନାକାର ପ୍ରଧାନ, ନଗର ମହିଳା ସଭାନେତ୍ରୀ ରଶ୍ମିତା ସାହୁ, ଆଇନଜୀବୀ ପ୍ରମୋଦ ସାହୁ, କାଉନସିଲର ବିଦ୍ୟାଧର ସେଠୀ, ସରପଂଚ ଦମୟନ୍ତୀ ସାମନ୍ତରାୟ,ଜ୍ୟୋସ୍ନାରାଣୀ ଜେନା ପ୍ରିୟଙ୍କା ଶତପଥୀ,ଭାନୁପ୍ରକାଶ ପରିଡା, ରବୀନ୍ଦ୍ର ବିଶ୍ୱାଳ,ଯୁବନେତା ସମୀର ପ୍ରଧାନ,ଶର୍ମିଷ୍ଠା ପାତ୍ର ବାସୁଦେବ ପ୍ରଧାନ, ପାରେଶ୍ୱର ପାତ୍ର ପ୍ରମୁଖ ବହୁ ଭାଜପା ନେତା ଓ କର୍ମକର୍ତା ସାମିଲ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଅଂଚଳର ଓ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Next Post

ମୀନାକ୍ଷୀ ମହାନ୍ତିଙ୍କୁ "ସୂତା"ମହିଳା କୃତି ସମ୍ମାନ

Thu Apr 10 , 2025
ପଟ୍ଟାମୁଣ୍ଡାଇ ୧୦/୪ – ଉତ୍କୃଷ୍ଟତା ଏବଂ ମହିଳା ସଶକ୍ତିକରଣର ଏକ ଦୀପ୍ତିମାନ ଉତ୍ସବରେ ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ଡାକ୍ତର ବାସୁଦେବ ପାତ୍ରଙ୍କ ବୋହୁ ଓ ଶିଳ୍ପଦ୍ୟୋଗୀ ଗୌରବ ପାତ୍ରଙ୍କ ପତ୍ନୀ ମୀନାକ୍ଷୀ ମହାନ୍ତିଙ୍କୁ ମହିଳା ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସୂତା ମହିଳା କୃତି ସମ୍ମାନ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ୱାର୍ଡଲୁମ ଓ ଖ୍ୟାତିନାମା ଲେଖକ କରଣ ପୁରୀଙ୍କ ପୌରହିତ୍ୟରେ ଗୁରୁଗ୍ରାମ ସେକ୍ଟର ୨୯ରେ ଅବସ୍ଥିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading