କେନ୍ଦ୍ରାପଡ଼ା,୧୭/୯:କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସରକାରୀ ନିୟମ ଓ ବଦଳି ନୀତି ବାଟବଣା ହୋଇଛି। ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ପରେ ଅନ୍ୟତ୍ର ବଦଳି ହେବା ନିୟମ ରହିଥିଲେ ହେଁ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଓ ଜଳସେଚନ ଡିଭିଜନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ କେତେକ କର୍ମଚାରୀ ଓ ଅଫିସର ଜାଗା ମାଡ଼ି […]
ODISHA
ପଟ୍ଟାମୁଣ୍ଡାଇ ୧୪ା୯ – ପଟ୍ଟାମୁଣ୍ଡାଇ ବାଇପାସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୌରପାଳିକାର ବରିଷ୍ଠ କର୍ମଚାରୀ ଅକ୍ଷୟ ମଲ୍ଲିକ (୫୯)ଙ୍କର ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଘଟଣା ସମଗ୍ର ଅଂଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଯୋଗ୍ୟ ଯେ, ଅକ୍ଷୟ ନିଜର ଦୈନନ୍ଦିନ କାର୍ଯ୍ୟ ସାରି ସୋମବାର ସଂନ୍ଧ୍ୟାରେ ସାଇକେଲ ଯୋଗେ ପଟ୍ଟାମୁଣ୍ଡାଇ ରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଇପାସ ନିକଟରେ ବିପରୀତ […]
ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ପଟ୍ଟାମୁଣ୍ଡାଇ ୧୧/୯ –ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ୟୁଏଫ୍ବିୟୁର ସାରା ଦେଶବ୍ୟାପୀ ଧର୍ମଘଟ ଡାକରା ଯୋଗୁଁ ଆଜି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି। ସହର ଓ ଗ୍ରାମାଂଚଳରେ ଥିବା ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ଶାଖାରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା, ପେନସନ ଅପଡେଟ, ଏବଂ ଅନ୍ୟାନ୍ୟ ପେଣ୍ଡିଂ […]
କେନ୍ଦ୍ରାପଡ଼ା,୧୧ା୯:ସାରା ଦେଶରେ ଆଜି ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଡାକରା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ରୂପେ ଠପ ହୋଇଯାଇଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁ.ଏଫ୍. ବି.ୟୁ.)ର ଧର୍ମଘଟ ଡାକରାରେ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରେ ଆଜି ପୂର୍ବାହ୍ନରେ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀମାନଙ୍କ ପକ୍ଷରୁ ବିଭିନ୍ନ ଦାବି ପୁରଣ ନିମନ୍ତେ ଧାରଣା ଦିଆଯିବା ସହ ପିକେଟିଂ କରାଯାଇଥିଲା। ଷ୍ଟେଟବ୍ୟାଙ୍କ କର୍ମଚାରୀ ସଙ୍ଘ ସଂଗଠନ […]
କେନ୍ଦ୍ରାପଡ଼ା,୧୧ା୯:ବୃକ୍ଷରୋପଣ ସହ ଭିନ୍ନକ୍ଷମ ପିଲାଙ୍କୁ ମିଠା ବାଣ୍ଟି ଜନ୍ମଦିନ ପାଳିଛନ୍ତି ସମାଜସେବୀ ରଞ୍ଜନ। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତ ସୋବଳା ଗ୍ରାମର ରଞ୍ଜନ ଆଜି ଜନ୍ମଦିନ ଉପଲକ୍ଷେ ସକାଳୁ ମା’ ପଥରକଣି ଠାକୁରାଣୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିବା ସହ ପଞ୍ଚାୟତବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ଦିର ପରିସରରେ ପରିବେଶ ସୁରକ୍ଷା ପାଇଁ ଫଳ ବୃକ୍ଷରୋପଣ କରିଛନ୍ତି। ପରେ ଜନ୍ମଦିନକୁ ଆହୁରି ସରସସୁନ୍ଦର କରିବା […]
କେନ୍ଦ୍ରାପଡ଼ା,୧୧ା୯:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକମାରଣ ନୀତି ବିରୋଧରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅଭୟ ସାହୁଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା କିଷାନ କଂଗ୍ରେସ ପକ୍ଷରୁ ଆସନ୍ତା ୧୮ ଓ ୧୯ ଦୁଇଦିନ ଧରି କେନ୍ଦ୍ରାପଡାରେ କୃଷକମାନଙ୍କୁ ନେଇ ଏକ ପ୍ରତିବାଦ ପଦଯାତ୍ରା ଅନୁଷ୍ଠିତ ହେବ। ଏନେଇ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଜୟଦେବ ପରିଡାଙ୍କ ପୈାରହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। […]
କେନ୍ଦ୍ରାପଡା, ତା ୮ା୯ : କେନ୍ଦ୍ରାପଡ଼ା ଜିଲ୍ଳାର ଆଳି, ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ବ୍ଲକର ବନ୍ୟା ଦୁର୍ଗତ ଅଞ୍ଚଳବାସୀଙ୍କର ଏକ ପ୍ରତିନିଧି ବରିଷ୍ଠ ବିଜେପି ନେତ୍ରୀ ସୁଜାତା ବାରିକ୍ଙ୍କ ନେତୃତ୍ୱରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ବନ୍ୟା ଦୁର୍ଗତଙ୍କ ଦୁରାବସ୍ଥା ସମ୍ପର୍କରେ ଅବଗତ କରିଛନ୍ତି। କେନ୍ଦ୍ରାପଡ଼ାର ବନ୍ୟା ପରିସ୍ଥିତିର ଭୟାବହତା ଉପଲବ୍ଧି କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ଜିଲ୍ଲାର ବନ୍ୟା ଦୁର୍ଗତଙ୍କୁ ସବୁ […]
କେନ୍ଦ୍ରାପଡ଼ା,୯/୦୯: ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (SIR)-୨୦୨୬ର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା ପାଇଁ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଏବଂ SIRର ରୋଲ ପର୍ଯ୍ୟବେକ୍ଷକ ରାଜେଶ ପ୍ରଭାକର ପାଟିଲ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଥିଲେ। ଗସ୍ତ ସମୟରେ ଶ୍ରୀ ପାଟିଲ ୯୭-କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡମୂଳବସନ୍ତ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର ୪୯ ଓ ୫୦, ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଢ଼ାଖଣ୍ଡ ମଠସାହିର […]
କେନ୍ଦ୍ରାପଡ଼ା,୯ା୯:କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଶହ ଯୋଗ୍ୟ ସଂଖ୍ୟାଲଘୁ ଭୋଟରଙ୍କ ନାମ କାଟିଦେବା ପାଇଁ ଷଡଯନ୍ତ୍ର ହୋଇଛି। ଏନେଇ କେନ୍ଦ୍ରାପଡା ଟାଉନଥାରେ ଏତଲା ଦିଆଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି କେନ୍ଦ୍ରାପଡା-୯୭(ଏସସି) ଅନ୍ତର୍ଗତ କେନ୍ଦ୍ରାପଡା ପୈାରାଞ୍ଚଳର ୧୬ ନମ୍ବର ୱାର୍ଡ ଫକୀରାବାଦର ବୁଥ ନମ୍ବର-୨୫୩ ଓ ୨୫୪ରେ ୨ଜଣ ବିଜେପି ଦଳର ବୁଥ ଲେଭେଲ ଏଜେଣ୍ଟ(ବିଏଲଏ) ହୃଷିକେଶ ସାହୁ ଓ ଦେବେନ୍ଦ୍ର ପ୍ରସାଦ ମେକାପ ଉଭୟ ବୁଥରେ ୨ଶହ ଲେଖାଏଁ ଭୋଟରଙ୍କ […]
କେନ୍ଦ୍ରାପଡ଼ା,୯ା୯:ଶିକ୍ଷାଦାନରେ ଗୁରୁତର ଅବହେଳା କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବାଲିଝରୀସ୍ଥିତ ଜଗନ୍ନାଥ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ବଙ୍କିମ ବିହାରୀ ମହାନ୍ତିଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ନିଲମ୍ବନ କରିଛନ୍ତି। ପାଠପଢା ସମୟରେ ମୋବାଇଲରେ ଗପିବା, ଲେସନ ଡାଏରୀ ମେଣ୍ଟନ ନକରିବା, ସ୍ମାର୍ଟ ବୋର୍ଡରେ ପାଠ ନପଢାଇବା, ପିଲାଙ୍କ ପରୀକ୍ଷା ଖାତା ନଦେଖିବା ଭଳି ଗୁରୁତର ଅଭିଯୋଗ ତାଙ୍କ ନାମରେ ଆସିଥିଲା। ଏହାର ତଦନ୍ତ କରାଯାଇ ହିନ୍ଦୀ ଶିକ୍ଷକ […]

