
ପଟ୍ଟାମୁଣ୍ଡାଇ ୨୮/୫ -ପଟ୍ଟାମୁଣ୍ଡାଇ ବଣିକ ସଂଘର ପୂର୍ବତନ ସଭାପତି ଓ ସମ୍ପାଦକ ପିତାମ୍ବର ସାହୁଙ୍କ ଦ୍ୱାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ଡିଭାଇନ ପ୍ୟାଲେସ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ କିଶୋର ତରାଇ, ଅଂଶୁମାନ ମହାନ୍ତି ଓ ଡ଼ ଅଲେଖ କୁମାର ଜେନା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଅବଶର ପ୍ରାପ୍ତ ପ୍ରଶାସକ ଡ଼ କେଳୁ ଚରଣ ସ୍ୱାଇଁ, ପ୍ରାଧ୍ୟାପକ ମନୋଜ ପରିଡା, ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଲିଟୁ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ରାଉତ,ବରିଷ୍ଠ ଭାଜପା ନେତା ସଞ୍ଜୟ ସାହୁ, ସରପଂଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ କାଉନସିଲର ମଳୟ ଓଝା, ସଂଖ୍ୟାଲଘୁ ସଂଗଠକ ସେକ ଅବଦୁଲ ବାରୀ, ବରିଷ୍ଠ ଖବରଦାତା ପତିତପାବନ ଭଦ୍ର ଓ ଅକ୍ଷୟ ସାହୁ,ରାଜ୍ୟ ବିଜେଡି ପୂର୍ବତନ ସମ୍ପାଦକ ରାଜେଶ ପଣ୍ଡା,ରାଜ୍ୟ ଛାତ୍ର ବିଜେଡି ପୂର୍ବତନ ସମ୍ପାଦକ ବୈବ୍ରତ ବିଶ୍ୱାଳ, ଯୁବନେତା ପ୍ରଶାନ୍ତ ରାଉତ, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ ଭାଜପା ନେତା ପାରେଶ୍ୱର ପାତ୍ର, ଯୁବନେତା ଚିତ୍ତରଞ୍ଜନ ସେଠୀ, ପୂର୍ବତନ କାଉନସିଲର ଜୟରାମ ରାଉତ, ଯୁବନେତା ଅବିନାଶ ଲେଙ୍କା, ବରିଷ୍ଠ ନେତା ରବୀନ୍ଦ୍ର ବିଶ୍ୱାଳ, ଚିତ୍ର ଶିଳ୍ପୀ ସଂଜୀବ କର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ବଣିକ ସଂଘକୁ ସୁଦୃଢ କରିବାରେ ଦିବଂଗତ ସଭାପତି ଓ ସମ୍ପାଦକ ପିତାମ୍ବର ସାହୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ରଞ୍ଜନ କୁମାର ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ନିଗମାନନ୍ଦ ସାହୁ, ନିରାକାର ସାହୁ ଓ ନିରଞ୍ଜନ ସାହୁ ପରିଚାଳନା କରିଥିଲେ ।
