୨ଦିନ ବଢିଲା ଜବରଦଖଲ ଉଛେଦ ଅଭିଯାନ ପଟ୍ଟାମୁଣ୍ଡାଇ, ୧୮/୬. ପଟ୍ଟାମୁଣ୍ଡାଇ କାଠିଆପଡା ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ୱ ଜବର ଦଖଲ ହୋଇଥିବାରୁ ରାସ୍ତା ନିର୍ମାଣ ରେ ବାଧା ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦେଶ ରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ଜବର ଦଖଲ ହଟାଇବା ପାଇଁ ସରକାରୀ ଭାବେ ମାପ ଚୁପ କରାଯାଇଥିଲା I ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ସରକାରୀ ବାଳିକା […]
ODISHA
ପଟ୍ଟାମୁଣ୍ଡାଇ ତା ୧୮/୬- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡି ପୁର ପଂଚାୟତ ସୁଜନପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ୧୭ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଂଜନ କୁମାର ବିଶ୍ୱାଳଙ୍କ ପିତା ଦିବଂଗତ ମହେଶ୍ୱର ବିଶ୍ୱାଳଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଯୁବନେତା ରଞ୍ଜନ ବିଶ୍ୱାଳଙ୍କ ପୌରହିତ୍ୟରେ ସୁଜନପୁର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ପୂର୍ବତନ ବିଧାୟକ ଡ଼ […]
ପଟ୍ଟାମୁଣ୍ଡାଇ ତା ୧୮/୬- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ଗ୍ରାମର ବିଶିଷ୍ଠ ସାମାଜିକ କାର୍ଯ୍ୟକର୍ତା ବରାହ ଚରଣ ସାମଲଙ୍କ ୮୦ତମ ଜନ୍ମ ଜୟନ୍ତୀ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ସରୋଜିନୀ ସାମଲ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଜୟନ୍ତୀ ସମାରୋହରେ ଖବରଦାତା ଚିତ ରଂଜନ ମଲ୍ଲିକ ସଂଯୋଜନା କରିଥିଲେ । ଏଥିରେ ଭୁବନେଶ୍ୱର ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ ପାଟଶାଣୀ, ପୂର୍ବତନମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, […]
କେନ୍ଦ୍ରାପଡା ଏସ୍ପିଙ୍କ ପ୍ରେସ ବିବୃତ୍ତି ସମ୍ପୂର୍ଣ ମିଥ୍ୟା ବିବୃତି ଦେଇଥିବା ସହ ବିଡିଓ ଓ ଆଇଆଇସିଙ୍କୁ ବର୍ଖାସ୍ତ କରି ଗିରଫ କରାଯାଉ କେନ୍ଦ୍ରାପଡା ୧୫/୬ : ପ୍ରଦେଶ କଂଗ୍ରେସ କମିଟି (ପିସିସି) ଉପସଭାପତି ସସ୍ମିତା ବେହେରା ମହାକାଳପଡା ବିଡିଓ ଏବଂ ଆଇଆଇସିଙ୍କୁ ତୁରନ୍ତ ବର୍ଖାସ୍ତ କରି ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଭଡ଼ାଟିଆ ଗୁଣ୍ଡା ଏବଂ ଏହାର ମାଷ୍ଟରମାଇଣ୍ଡ ବିଧାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ପିସିସି ସଭାପତି […]
କେନ୍ଦ୍ରାପଡ଼ା,୧୮ା୬:କେନ୍ଦ୍ରାପଡା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ନିଖିଳ ଓଡିଶା ଜିଲ୍ଲା ପରିଷଦ ସଭାପତି ସଙ୍ଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ୭୩ତମ ସମ୍ବିଧାନ ସଂଶୋଧନ ଆଇନରେ ପଞ୍ଚାୟତର ସୁପରିଚାଳନା ପାଇଁ ତ୍ରିସ୍ତରୀୟ ପଞ୍ଚାୟତରାଜ ପ୍ରତିନିଧିମାନଙ୍କୁ କେତେକ କ୍ଷମତା ପ୍ରଦାନ କରାଯାଇଛି। ଏହି ଆଇନରେ ସରପଞ୍ଚହେଉଛନ୍ତି ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ କତ୍ତୃପକ୍ଷ ଏବଂ […]
କେନ୍ଦ୍ରାପଡ଼ା,୧୮ା୬:କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ଶ୍ରୀରାମପୁର ଗ୍ରାମରେ ‘ବିକଶିତ ଗାଁ ବିକଶିତ ଓଡିଶା’ଯୋଜନାରେ ହୋଇଥିବା ପ୍ରକଳ୍ପ ନିମ୍ନମାନର ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ‘ବିକଶିତ ଗାଁ ବିକଶିତ ଓଡିଶା’ଯୋଜନାରେ ଶ୍ରୀରାମପୁର ଗ୍ରାମର ୧୪ନମ୍ବର ୱାର୍ଡର ବାବାଜୀ ସେଠୀ ଘର ଠାରୁ ଠାକୁରାଣୀ ପର୍ଯ୍ୟନ୍ତ ଢଳେଇ ରାସ୍ତା ନିମନ୍ତେ ୪ଲକ୍ଷ ଟଙ୍କାର ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା। ଏହି ରାସ୍ତା ନିର୍ମାଣ ପାଇଁ ବ୍ଲକର […]
କେନ୍ଦ୍ରାପଡ଼ା,୧୮ା୬:ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ଯୋଗଦେବା ପାଇଁ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା, ଜିଲ୍ଲାସ୍ତରୀୟ ସମ୍ମିଳନୀ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ […]
କେନ୍ଦ୍ରାପଡ଼ା,୧୭ା୬:କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଚାମେଲିଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତାଙ୍କୁ ଉପଯୁକ୍ତ ଚିକିତ୍ସା କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ରହିଥିବା ଡାକ୍ତରଖାନା ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇଥିଲା। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିବେ। ସରକାର ଏହି ପ୍ରସଙ୍ଗରେ […]
କେନ୍ଦ୍ରାପଡ଼ା,୧୭ା୬:ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ପ୍ରତିଦିନ ଚାମେଲିଙ୍କୁ ଚିକିତ୍ସାଳୟରେ ଭେଟିବା ପାଇଁ କେହି ନା କେହି ଆସୁଛନ୍ତି । ପୋଲିସକୁ ନାକେଦମ ହେବାକୁ ପଡୁଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିବା ଚାମେଲି ବିପଦ ମୁକ୍ତ ଅଛନ୍ତି । ତାଙ୍କ ଶରୀରରେ ସେପରି ଶାରିରୀକ ଆଘାତ ନାହିଁ। ତାଙ୍କୁ ୪ଜଣ ବିଶେଷଜ୍ଞ ଚିକିତ୍ସା କରୁଛନ୍ତି । […]
କେନ୍ଦ୍ରାପଡ଼ା,୧୭ା୬:ଚାମେଲି ପ୍ରସଙ୍ଗ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ମନୋଜ ଜେନା ନାମକ ଜଣେ ସ୍ୱେଚ୍ଛାସେବୀ ଏ ନେଇ ଜାତୀୟ ମାନବାଧିକାର ଆୟୋଗରେ ଏକ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣି କରି ଆୟୋଗ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଚାମେଲି ପ୍ରସଙ୍ଗରେ ବାସ୍ତବିକତା ଓ ସତ୍ୟତା କ’ଣ ରହିଛିି ତାହା ଆୟୋଗ ଜାଣିବାକୁ ଚାହିଁଛନ୍ତି। ଏଥିସହ ଏହି ଘଟଣାର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି […]

