କେନ୍ଦ୍ରାପଡ଼ା,୨୦ା୯:ବଗଡା ସ୍ପୋର୍ଟସ ଏକାଡେମୀ ପରିସରରେ ମାଇଁ ଭାରତ – ମୋ ଭାରତ ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତର ଏକଶହ ସପ୍ତାହ କାର୍ଯ୍ୟକର୍ମର ଆଜି ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.କିଶୋର ଚନ୍ଦ୍ର ମିଶ୍ର ଯୋଗଦେଇ ଉଦଘାଟନ କରିଥିବା ବେଳେ ମାଇଁ ଭାରତ -ମୋ ଭାରତର ଜିଲ୍ଲା ଯୁବ ଅଧିକାରୀ ସିଦ୍ଧାର୍ଥ ଯାଦବ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବରେ […]
ODISHA
କେନ୍ଦ୍ରାପଡ଼ା,୨୦ା୯: କେନ୍ଦ୍ରାପଡ଼ା ଭାରତୀୟ ଜନତା ପାର୍ଟି ସଂଗଠନକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ପୂର୍ବତନ ସାଂସଦ […]
ପଟ୍ଟାମୁଣ୍ଡାଇ୨୦/୯- ଆଗାମୀ ପଂଚାୟତକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ନିଜର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡିର ପୁନଃଗଠନ କରାଯାଇଛି।ନବୀନଙ୍କ ଅନୁମୋଦନକ୍ରମେ ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର ପଟ୍ଟାମୁଣ୍ଡାଇ ବ୍ଲକର ସାଙ୍ଗଠନିକ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଯୁବନେତା ତଥା ପୂର୍ବତନ ସରପଞ୍ଚ କଳାକର […]
ଡେରାବିଶ ୨୦ା୯ (ବେବର୍ତ୍ତା ଅଜୟ ଦାସ) ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଅଭାବ। ମହୁଚାଷକୁ ଆପଣାଇ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବନ୍ଧପଡ଼ା ଗ୍ରାମର ଯୁବତୀ ପୁଷ୍ପଲକ୍ଷ୍ମୀ ବେହେରା। ନିଜର ନିଷ୍ଠା ଓ ବାପାଙ୍କ ସହଯୋଗ ବଳରେ ସେ ମହୁଚାଷରୁ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଅନ୍ୟ ପରିବାରକୁ କର୍ମସଂସ୍ଥାନ ଯୋଗାଇ […]
ପଟ୍ଟାମୁଣ୍ଡାଇ୧୮/୯- ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ପକ୍ଷରୁ ଡିଜେ ଗାଡ଼ି ଜବତ ଅଭିଯାନ ଜୋରଦାର ଚାଲିଛି। ବେଆଇନ ଡିଜେ ବଜାଉଥିବା ଗାଡ଼ିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପୋଲିସ ଗତକାଲି ଚଢ଼ାଉ ବେଳେ ପୋଲିସ ନିୟମ ସଂପୂର୍ଣ୍ଣ ଉଲ୍ଲଂଘନ କରି ବାଜୁଥିବା ଦୁଇଟି ଡିଜେ ଗାଡ଼ିକୁ ଜବତ କରିଥିବା ବେଳେ, ଶୁକ୍ରବାର ରାତ୍ରୀରେ ପୁଣି କଷଣଅଣ୍ଟା ନିକଟରୁ ଆଉ […]
ପଟ୍ଟାମୁଣ୍ଡାଇ ୧୮/୯ – ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ଗ୍ୟାସ୍ ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରପାଳିକା ଅଂଚଳରେ ପାଇପ୍ଡ୍ ନ୍ୟାଚୁରାଲ୍ ଗ୍ୟାସ୍ ବ୍ୟବହାର ସମ୍ପର୍କରେ ଶୁକ୍ରବାର ଏକ ଜନସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଘରୋଇ ପିଏନଜି କିଓସ୍କର ଉଦ୍ଘାଟନ, ପ୍ରମୋସନାଲ୍ ଭେହିକଲ୍ର ଶୁଭାରମ୍ଭ ଏବଂ ଡୋମେଷ୍ଟିକ୍ ପ୍ରମୋସନାଲ୍ ୱାକାଥନ୍ ଆୟୋଜିତ ହୋଇଥିଲା। ୱାକାଥନ୍ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ପିଏନଜିର ଉପକାରିତା ଏବଂ ଉପଲବ୍ଧତା ସମ୍ପର୍କରେ ସଚେତନ […]
ପଟ୍ଟାମୁଣ୍ଡାଇ ୧୮/୯ -ପଟ୍ଟାମୁଣ୍ଡାଇ ତହସିଲଦାର ଓ ଗ୍ରାମାଂଚଳ ଥାନା ପୋଲିସର ମିଳିତ ଉଦ୍ୟମରେ ବେଆଇନ ବାଲି ଚାଲାଣ ଉପରେ ଏକ ବଡ଼ଧରଣର ଚଢାଉ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ପ୍ରଶାସନିକ ଟିମ୍ ଚଢାଉ କରି ଘଟଣାସ୍ଥଳରୁ ୨ଟି ବାଲି ବୋଝେଇ ଟ୍ରକକୁ ଅଟକ ରଖିଛି। ବାଲି ପରିବହନ ପାଇଁ ଉଦ୍ଦିଷ୍ଟ ବୈଧ ପରମିଟ୍ ଓ କାଗଜପତ୍ର ରହିଛି କି ନାହିଁ, ସେ ନେଇ ଖଣି ବିଭାଗ ପକ୍ଷରୁ ଅନୁସନ୍ଧାନ […]
କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକ କେନ୍ଦ୍ରାପଡ଼ା 18/9- କେନ୍ଦ୍ରାପଡ଼ା ଷଷ୍ଠ ଜିଲ୍ଲା ପରିଷଦର ନବମ ସାଧାରଣ ବୈଠକରେ ଶୁକ୍ରବାର ଦିନ ଏକ ଗମ୍ଭିର ସ୍ଥିତି ସୃଷ୍ଟି ହୋଇଛି। ପ୍ରୋଟୋକଲ୍ ଉଲ୍ଲଙ୍ଘନ ଅଭିଯୋଗ ଆଣି ରାଜନଗର ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ ସମ୍ମିଳନୀ କକ୍ଷର ସଭାମଂଚ ତଳେ ଧାରଣାରେ ବସିଥିଲେ। ସରକାରୀ ଅଧିକାରୀମାନେ ପ୍ରୋଟୋକଲ୍ ବୁଝିପାରୁନାହାନ୍ତି ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ। ତାଙ୍କ ନିର୍ବାଚନ […]
କେନ୍ଦ୍ରାପଡାରେ ରାଜ୍ୟ କିଷାନ କଂଗ୍ରେସର ବିଶାଳ କିଷାନ ଅଧିକାର ଯାତ୍ରା କେନ୍ଦ୍ରାପଡ଼ା,୧୮ା୯:ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାର ଢୋଲ ପଞ୍ଚାୟତରେ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଏକ ବିଶାଳ ‘କିଷାନ ଅଧିକାର ଯାତ୍ରା’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅଭୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକମାନଙ୍କ ସ୍ୱାର୍ଥ […]
କେନ୍ଦ୍ରାପଡ଼ା,୧୮ା୯:କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତ ବାଇପୁର ଗ୍ରାମର ଜଣେ ବାଇକ ଆହୋହୀଙ୍କ ପେଟରେ ଗଛ ଡାଳ ପଶି ଯାଇଛି। ଗୁରୁତର ଆହତ ଯୁବକଙ୍କ ନାମ ହେଉଛି ବିଚିତ୍ର ପ୍ରଧାନ ଓ ତାଙ୍କ ଘର ବାଇପୁର ଗ୍ରାମରେ ବୋଲି ଜଣାପଡିଛି। ଗଛ ଡାଳଟି ତାଙ୍କ ପେଟ ବାଟେ ପଶି ପିଠି ବାଟେ ବାହାରି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ […]

