କେନ୍ଦ୍ରାପଡ଼ା,୧୪ା୮:ଝୋଟ ତିଆରି ହସ୍ତଶିଳ୍ପ ତାଲିମ ଶିବିରର ଉଦଘାଟନୀ ଅବସରରେ ଆୟୁଷ୍ମାନ ଫାଉଣ୍ଡେସନ ସାମାଜିକ ଅନୁଷ୍ଠାନ ଓ କଲିକତାର ଆଇସିଏଆର ର ମିଳିତ ସହଯୋଗରେ ୩୦ଜଣ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଅଛି। ଡେରାବିଶ ବିଡିଓ ନମିତା ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ହସ୍ତଶିଳ୍ପ ମାଧ୍ୟମରେ ସ୍ୱାବଲମ୍ବି ହେବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲିକତାସ୍ଥିତ ଆଇସିଏଆର ସଂସ୍ଥାର ମୁଖ୍ୟ ବୈଜ୍ଞାନିକ ଓ ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ […]

କେନ୍ଦ୍ରାପଡା ତା.୧୩/୮: କେନ୍ଦ୍ରାପଡା ଜିଲ୍ଲା ଭାଜପା ପକ୍ଷରୁ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣାବସଷ୍ଟାଣ୍ଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରାଦେଶରେ ଦେଶପ୍ରତି ବୀର ମହାପୁରୁଷଙ୍କ ବଳିଦାନକୁ ମନେପକାଇବା ତଥା ନାଗରିକମାନଙ୍କ ମଧ୍ୟରେ ସ୍ୱଦେଶପ୍ରୀତିର ଜାଗ୍ରତ କରାଇବା ଉଦେଶ୍ୟ ଆଭିମୁଖ୍ୟ ନେଇ ଏହି ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣା ବସଷ୍ଟାଣ୍ଡ ତ୍ରିରଙ୍ଗାଯାତ୍ରା ଅନୁଷ୍ଠିତ ହୋଇଯାଇଛି। […]

କେନ୍ଦ୍ରାପଡ଼ା,୧୦ା୮:ତୁଳସୀ କ୍ଷେତ୍ରରେ ପବିତ୍ର ଚିତାଲାଗି ଅମାବାସ୍ୟା ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜୀଉଙ୍କ ପାଖରେ ଚିତଉ ପିଠା ଭୋଗ ଲାଗି କରାଯାଇଥିଲା। ଆଜି ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେଜୀଉଙ୍କ ମସ୍ତକରେ ପବିତ୍ର ଚିତାଲାଗି ଅମାବାସ୍ୟାରେ ସୁବର୍ଣ୍ଣ ଚିତା ଲଗିହୋଇଥିଲା। ସ୍ୱର୍ଣ୍ଣକାର ସେବକଙ୍କ ଦ୍ୱାରା ଭଣ୍ଡାର ଗୃହରୁ ସୁପରଭାଇଜର ଭଣ୍ଡାର ମୋହରୀରଙ୍କ ଉପସ୍ଥିତରେ ସୁବର୍ଣ୍ଣ ଚିତା ଓ ରୌପ୍ୟ ଅଳଙ୍କାର ମାନ ବାହାର କରାଯାଇ ସ୍ୱର୍ଣ୍ଣକାର ସେବକଙ୍କୁ ହସ୍ତାନ୍ତର କରାଯାଇଥିଲା। କଡା […]

କେନ୍ଦ୍ରାପଡ଼ା,୧୩ା୮:ଗୁରୁବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କେନ୍ଦ୍ରାପଡା ଓ ଡେରାବିଶ ଜୋନ କମିଟି ପକ୍ଷରୁ ସେପ୍ଟେମ୍ବର ୧ ତାରିଖରେ ପରିବର୍ତ୍ତନ ଜରୁରୀ ମହା ସମାବେଶ ପାଇଁ ଅଗଷ୍ଟ ୬ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଋଲିଛି। ପ୍ରତିଗାଁକୁ ଗାଁ ଓ ସହର ମାନଙ୍କରେ ପଦଯାତ୍ରା ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡା ସହରର ତିନିମୁହାଣୀ ଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦଯାତ୍ରା ସକାଳ […]

ପଟ୍ଟାମୁଣ୍ଡାଇ ୧୦/୮ ନରେନ୍ଦ୍ର ଧଳା– ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳ ଅଣ୍ଢରା ଧ୍ୟାନଧ୍ୟାୟୀ ଠାକୁରାଣୀ ପାଖରୁ ବ୍ରାହ୍ମଣସାହି ୬ ନମ୍ବର ୱାର୍ଡରେ ରାସ୍ତାର କଲଭର୍ଟ ଗତବର୍ଷରୁ ଭୁସୁଡ଼ି ପଡ଼ିଥିବା ବେଳେ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ଫଳରେ ସ୍ଥାନୀୟ ଅଂଚଳର ପାଖାପାଖି ୫ ଶହରୁ ଊର୍ଦ୍ଧ୍ୱ ଲୋକ ଯାତାୟାତରେ ହଇରାଣ ହରକତ ହେଉଛନ୍ତି। ପ୍ରଶାସନିକ ଆନ୍ତରିକତାର ଅଭାବ ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ରାସ୍ତାଟି ଏବେ ଗ୍ରାମବାସୀଙ୍କ ପାଇଁ କାଳ ସାଜିଛି। […]

ପଟ୍ଟାମୁଣ୍ଡାଇ ୧୩/୮ – ପଟ୍ଟାମୁଣ୍ଡାଇ ପୌର ପରିଷଦ ଆନୁକୂଲ୍ୟରେ ଦେଶପ୍ରେମର ବାର୍ତା ବାଂଟିବା ଏବଂ ସ୍ୱାଧୀନତା ଦିବସ ପାଳନର ଅଂଶସ୍ୱରୂପ “ହର ଘର ତ୍ରିରଙ୍ଗା’ ରାଲି ବା ଶୋଭାଯାତ୍ରା ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବରର ସହିତ ଅନୁଷ୍ଠିତ ହୋଇଯାଇଛି। ସହରବାସୀଙ୍କ ମଧ୍ୟରେ ଜାତୀୟତାବୋଧ ବୃଦ୍ଧି କରିବା ଓ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପଟ୍ଟାମୁଣ୍ଡାଇ ପୌରପାଳିକା […]

କେନ୍ଦ୍ରାପଡା ୧୨/୮ : ୯୭-କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବିଏଲଏ-୨ (ବୁଥ ଲେବୁଲ ଏଜେଣ୍ଟ-୨) ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନିର୍ବାଚନୀ ପ୍ରକ୍ରିୟାରେ ବିଏଲଏ-୨ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭୋଟର ତାଲିକା ଯାଞ୍ଚ, ସଂଶୋଧନ, ନୂତନ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତି ଓ ବୁଥ୍ ସ୍ତରୀୟ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ସେମାନଙ୍କୁ ବିସ୍ତୃତ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ […]

କେନ୍ଦ୍ରାପଡା ୧୨/୮ : ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ବ୍ଳକ୍‌ର ଖାଲପାଟ ଓ ଉପର ଜମିର ଧାନ ଫସଲ ସମ୍ପୂର୍ଣ୍ଣ ପାଣିରେ ବୁଡି ରହିଛି। ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରାଯିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ଚାଷୀ ଶ୍ରମିକ ସଂଘ ଦାବୀ କରିଛନ୍ତି । ଦାବି ପତ୍ରରେ ଉଲ୍ଲେଖ ଅଛି ଯୋ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ବ୍ଲକ୍‌ର […]

କେନ୍ଦ୍ରାପଡ଼ା,୧୨ା୮:କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅଧୀନସ୍ଥ ମହୁ ଗ୍ରାମ ପଞ୍ଚାୟତରେ ଥିବା ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତିନୋଟି ଶ୍ରେଣୀ ଅର୍ଥାତ୍ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀରେ ମୋଟ ଏକ ଶହ ଅଠର (୧୧୮) ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ିବା ପାଇଁ ଆଜବେଷ୍ଟ ବିଶିଷ୍ଟ ତିନୋଟି ଶ୍ରେଣୀଗୃହ ରହିଛି। ଉକ୍ତ ଆଜବେଷ୍ଟ ଗୃହ ଗୁଡ଼ିକ ବହୁ ପୁରୁଣା ହୋଇଯିବା ସହିତ ଅନେକ […]

କେନ୍ଦ୍ରାପଡ଼ା,୧୨ା୮:କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ପୁରୁଣା ବସଷ୍ଟାଣ୍ଡ ଶାଖା ବଳଗଣ୍ଡିସ୍ଥିତ ମହାଭୋଇ ପୋଖରୀ ସମ୍ମୁଖକୁ ସ୍ଥାନାନ୍ତର ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ବୁଧବାର ପୂର୍ବାହ୍ନରେ ଏହି ସ୍ଥାନାନ୍ତରିତ ଶାଖାକୁ ଫିତା କାଟି ଉଦଘାଟନ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ଏବଂ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ […]

Breaking News