ଶିକ୍ଷାଦାନରେ ଗୁରୁତର ଅବହେଳା , ହିନ୍ଦୀ ଶିକ୍ଷକ ନିଲମ୍ବିତ

blank
କେନ୍ଦ୍ରାପଡ଼ା,୯ା୯:ଶିକ୍ଷାଦାନରେ ଗୁରୁତର ଅବହେଳା କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବାଲିଝରୀସ୍ଥିତ ଜଗନ୍ନାଥ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ବଙ୍କିମ ବିହାରୀ ମହାନ୍ତିଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ନିଲମ୍ବନ କରିଛନ୍ତି। ପାଠପଢା ସମୟରେ ମୋବାଇଲରେ ଗପିବା, ଲେସନ ଡାଏରୀ ମେଣ୍ଟନ ନକରିବା, ସ୍ମାର୍ଟ ବୋର୍ଡରେ ପାଠ ନପଢାଇବା, ପିଲାଙ୍କ ପରୀକ୍ଷା ଖାତା ନଦେଖିବା ଭଳି ଗୁରୁତର ଅଭିଯୋଗ ତାଙ୍କ ନାମରେ ଆସିଥିଲା। ଏହାର ତଦନ୍ତ କରାଯାଇ ହିନ୍ଦୀ ଶିକ୍ଷକ ଶ୍ରୀ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ସେ ତାଙ୍କ କର୍ତ୍ତବ୍ୟରେ ଅବହେଳା କରିଥିବା ପ୍ରମାଣ ମିଳିଛି। ନିଲମ୍ବନ ଅବଧି ମଧ୍ୟରେ ତାଙ୍କ ମୁଖ୍ୟାଳୟ ରାଜନଗର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡିପାରିବେ ନାହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି।

Leave a Reply

Next Post

ଭୋଟର ତାଲିକାରୁ ୪ଶହ ଭୋଟରଙ୍କ ନାମ କାଟିବା ପାଇଁ ଷଡଯନ୍ତ୍ର , ସଂଖ୍ୟାଲଘୁ ସଂପ୍ରଦାୟର ଥାନାରେ ଏତଲା

Thu Sep 10 , 2026
କେନ୍ଦ୍ରାପଡ଼ା,୯ା୯:କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଶହ ଯୋଗ୍ୟ ସଂଖ୍ୟାଲଘୁ ଭୋଟରଙ୍କ ନାମ କାଟିଦେବା ପାଇଁ ଷଡଯନ୍ତ୍ର ହୋଇଛି। ଏନେଇ କେନ୍ଦ୍ରାପଡା ଟାଉନଥାରେ ଏତଲା ଦିଆଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି କେନ୍ଦ୍ରାପଡା-୯୭(ଏସସି) ଅନ୍ତର୍ଗତ କେନ୍ଦ୍ରାପଡା ପୈାରାଞ୍ଚଳର ୧୬ ନମ୍ବର ୱାର୍ଡ ଫକୀରାବାଦର ବୁଥ ନମ୍ବର-୨୫୩ ଓ ୨୫୪ରେ ୨ଜଣ ବିଜେପି ଦଳର ବୁଥ ଲେଭେଲ ଏଜେଣ୍ଟ(ବିଏଲଏ) ହୃଷିକେଶ ସାହୁ ଓ ଦେବେନ୍ଦ୍ର ପ୍ରସାଦ ମେକାପ ଉଭୟ ବୁଥରେ ୨ଶହ ଲେଖାଏଁ ଭୋଟରଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading