
କେନ୍ଦ୍ରାପଡ଼ା,୯ା୯:ଶିକ୍ଷାଦାନରେ ଗୁରୁତର ଅବହେଳା କରିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବାଲିଝରୀସ୍ଥିତ ଜଗନ୍ନାଥ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ବଙ୍କିମ ବିହାରୀ ମହାନ୍ତିଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ନିଲମ୍ବନ କରିଛନ୍ତି। ପାଠପଢା ସମୟରେ ମୋବାଇଲରେ ଗପିବା, ଲେସନ ଡାଏରୀ ମେଣ୍ଟନ ନକରିବା, ସ୍ମାର୍ଟ ବୋର୍ଡରେ ପାଠ ନପଢାଇବା, ପିଲାଙ୍କ ପରୀକ୍ଷା ଖାତା ନଦେଖିବା ଭଳି ଗୁରୁତର ଅଭିଯୋଗ ତାଙ୍କ ନାମରେ ଆସିଥିଲା। ଏହାର ତଦନ୍ତ କରାଯାଇ ହିନ୍ଦୀ ଶିକ୍ଷକ ଶ୍ରୀ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ସେ ତାଙ୍କ କର୍ତ୍ତବ୍ୟରେ ଅବହେଳା କରିଥିବା ପ୍ରମାଣ ମିଳିଛି। ନିଲମ୍ବନ ଅବଧି ମଧ୍ୟରେ ତାଙ୍କ ମୁଖ୍ୟାଳୟ ରାଜନଗର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡିପାରିବେ ନାହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି।
